ମଟନ୍‌ ଦୋକାନ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ, ଗୋରୁ ଚୋରି ସାଙ୍ଗକୁ ଗୋ’ମାଂସ ବିକୁଥିବା  ଅଭିଯୋଗ

ଯାଜପୁର,୬।୧: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ବ୍ରିଜ ନିକଟରେ ଥିବା ମଟନ ଦୋକାନୀ ସ୍ଥାନୀୟ ଅଞ୍ଚଳରେ ହେଉଥିବା ଗୋରୁ ଚୋରି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ରବିବାର ଭୋର ସମୟରେ ଉକ୍ତ ମଟନ ଦୋକାନ ଭାଙ୍ଗି ଦେଇଛନ୍ତି। ସୂଚନା ମୁତାବକ ଉକ୍ତ  ଅଞ୍ଚଳରେ ଅନେକ ଦିନ ହେବ ଗୋରୁ ଚୋରି ହେଉଥିବା ନେଇ ଧର୍ମଶାଳା ଥାନାରେ ଅଭିଯୋଗ ହୋଇ ଆସୁଥିଲେ ବି ପୋଲିସ ଧରିବାରେ ସକ୍ଷମ ହୋଇ ପାରି ନ […] The post ମଟନ୍‌ ଦୋକାନ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ, ଗୋରୁ ଚୋରି ସାଙ୍ଗକୁ ଗୋ’ମାଂସ ବିକୁଥିବା  ଅଭିଯୋଗ appeared first on Dharitri Odia News.

ମଟନ୍‌ ଦୋକାନ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ, ଗୋରୁ ଚୋରି ସାଙ୍ଗକୁ ଗୋ’ମାଂସ ବିକୁଥିବା  ଅଭିଯୋଗ
ଯାଜପୁର,୬।୧: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ବ୍ରିଜ ନିକଟରେ ଥିବା ମଟନ ଦୋକାନୀ ସ୍ଥାନୀୟ ଅଞ୍ଚଳରେ ହେଉଥିବା ଗୋରୁ ଚୋରି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ରବିବାର ଭୋର ସମୟରେ ଉକ୍ତ ମଟନ ଦୋକାନ ଭାଙ୍ଗି ଦେଇଛନ୍ତି।
ସୂଚନା ମୁତାବକ ଉକ୍ତ  ଅଞ୍ଚଳରେ ଅନେକ ଦିନ ହେବ ଗୋରୁ ଚୋରି ହେଉଥିବା ନେଇ ଧର୍ମଶାଳା ଥାନାରେ ଅଭିଯୋଗ ହୋଇ ଆସୁଥିଲେ ବି ପୋଲିସ ଧରିବାରେ ସକ୍ଷମ ହୋଇ ପାରି ନ ଥିଲା। ଶନିବାର  ପୁନର୍ବାର ଏକ ଅଟୋ ସାହାଯ୍ୟରେ ଗାଈ ଚୋରି କରି ନେଉଥିବା ବେଳେ ସ୍ଥାନୀୟ ଲୋକେ ଉକ୍ତ ଗାଡ଼ିଟିକୁ କାବୁ କରି ନେଇ ଥିଲେ। ପରେ ସ୍ଥାନୀୟ ଅଞ୍ଚଳର ମଟନ ବ୍ୟବସାୟୀଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇବା ପରେ ଉତ୍ତ୍ୟକ୍ତ ଲୋକେ ମଟନ ଦୋକାନଟିକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଉକ୍ତ ମଟନ ଦୋକାନରେ ଗୋ’ମାଂସ ବିକ୍ରି ହେଉଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଘଟଣା ଳରେ ପୋଲିସ ପହଞ୍ଚି କାଏମା ମଟନ ବ୍ୟବସାୟୀଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

The post ମଟନ୍‌ ଦୋକାନ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ, ଗୋରୁ ଚୋରି ସାଙ୍ଗକୁ ଗୋ’ମାଂସ ବିକୁଥିବା  ଅଭିଯୋଗ appeared first on Dharitri Odia News.