ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଗୁରୁତର
ଗଜପତି ୧୮।୦୫ : ଘାଟିରେ ଦୁର୍ଘଟଣା । ଗଜପତି ଜିଲ୍ଲା ମାରଲବା ଘାଟିରେ ଏକ ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯେଉଁଥିରେ ୨ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସାତ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଏକ ଘରୋଇ ବସଟି ଭୁବନେଶ୍ୱର ଠାରୁ ପାରଳାଖେମୁଣ୍ଡି ଆସୁଥିଲା । ଏହି ସମୟରେ ମାରଲବା ଘାଟିରେ ଘଟିଛି ଦୁର୍ଘଟଣା । ବସ୍ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା । ଯେଉଁଥିରେ ଏକାଧିକ ଯାତ୍ରୀ ଗୁରୁତର ହୋଇଥିଲେ । ପରେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଗଜପତିର ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଗଜପତି ୧୮।୦୫ : ଘାଟିରେ ଦୁର୍ଘଟଣା । ଗଜପତି ଜିଲ୍ଲା ମାରଲବା ଘାଟିରେ ଏକ ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯେଉଁଥିରେ ୨ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସାତ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଏକ ଘରୋଇ ବସଟି ଭୁବନେଶ୍ୱର ଠାରୁ ପାରଳାଖେମୁଣ୍ଡି ଆସୁଥିଲା । ଏହି ସମୟରେ ମାରଲବା ଘାଟିରେ ଘଟିଛି ଦୁର୍ଘଟଣା । ବସ୍ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା । ଯେଉଁଥିରେ ଏକାଧିକ ଯାତ୍ରୀ ଗୁରୁତର ହୋଇଥିଲେ । ପରେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଗଜପତିର ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।