ବିଜେଡିର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଲେନି ଅମର, ପ୍ରତିକ୍ରିୟାରେ କହୁକହୁ କହିଦେଲେ…
ଯାଜପୁର,୧୦ା୧୦: ଯାଜପୁର ବିଜେଡି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଅମର ଶତପଥୀ ଯୋଗ ନ ଦେବାକୁ ନେଇ ରାଜ୍ୟ ରାଜନୀତି ଚର୍ଚ୍ଚା ଜୋର୍ ଧରିଛି। ଅମର କାହିଁକି ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ ହେଲେ ନାହିଁ। ବିଭିନ୍ନ ଚର୍ଚ୍ଚା, ଆଲୋଚନା, ତର୍କ ବିତର୍କ ଭିତରେ ମୁହଁ ଖୋଲିଛନ୍ତି ଅମର। ଦଳ ତାଙ୍କୁ ଅଣଦେଖା କରୁଛି କି ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି ଦଳ ଜାଣିଥିବ। ଏମିତିରେ ବି ସେ କିଛିଦିନ ହେବ ରାଜନୈତିକ କାର୍ଯ୍ୟକ୍ରମରୁ ନିଜକୁ ନିବୃତ୍ତ […] The post ବିଜେଡିର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଲେନି ଅମର, ପ୍ରତିକ୍ରିୟାରେ କହୁକହୁ କହିଦେଲେ… appeared first on Dharitri Odia News.
ଯାଜପୁର,୧୦ା୧୦: ଯାଜପୁର ବିଜେଡି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଅମର ଶତପଥୀ ଯୋଗ ନ ଦେବାକୁ ନେଇ ରାଜ୍ୟ ରାଜନୀତି ଚର୍ଚ୍ଚା ଜୋର୍ ଧରିଛି। ଅମର କାହିଁକି ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ ହେଲେ ନାହିଁ। ବିଭିନ୍ନ ଚର୍ଚ୍ଚା, ଆଲୋଚନା, ତର୍କ ବିତର୍କ ଭିତରେ ମୁହଁ ଖୋଲିଛନ୍ତି ଅମର।
ଦଳ ତାଙ୍କୁ ଅଣଦେଖା କରୁଛି କି ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି ଦଳ ଜାଣିଥିବ। ଏମିତିରେ ବି ସେ କିଛିଦିନ ହେବ ରାଜନୈତିକ କାର୍ଯ୍ୟକ୍ରମରୁ ନିଜକୁ ନିବୃତ୍ତ ରଖିଥିବା କହିଛନ୍ତି।
ତେବେ ସବୁଠୁ ବଡ଼ କଥା ଏହି କିଛିଦିନ ତଳେ ବିଜେଡିକୁ ଭାଜପା ନେତା ଅରବିନ୍ଦ ଢାଲିଙ୍କ ମନ୍ତବ୍ୟରେ ବିଜେଡିର ପୂର୍ବତନ ବିଧାୟକ ଅମର ଶତପଥୀ କଡ଼ା କଥା ଶୁଣାଇଥିଲେ। ସେ କହିଥିଲେ, ଦଳର ଆମୂଳଚୁଳ ସଂଗଠନ ଠିକ ନ କଲେ ଆଗକୁ ଅନେକ ଅଘଟଣ ଘଟିବ। ସେ ଏହା ମଧ୍ୟ ଥିଲେ କି ଆମ ସମସ୍ତଙ୍କର ଏ ଦିଗରେ ଅନୁଭବ ରହିଛି। ସଂଗଠନ ଠିକ୍କରିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଦେଖାଯାଉ କ’ଣ ହେଉଛି।
ଅନ୍ୟପକ୍ଷେ ମମତା ମହାନ୍ତ ଭାଜପାରେ ମିଶିବାକୁ ନେଇ ବିଜେଡିକୁ ଟାର୍ଗେଟ କରି ଭାଜପା ନେତା ଅରବିନ୍ଦ ସେତେବେଳେ କହିଥିଲେି ବିଜେଡି ବସା ଖାଲି ହୋଇଯିବ। ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ରଖିପାରିବେନି।
ଜାତୀୟ ଦଳର ବିଲୟ ହୁଏନି, ଆଞ୍ଚଳିକ ଦଳର ବିଲୟ ହୁଏ। ଯିଏ ଆଞ୍ଚଳିକ ଦଳ ଗଢ଼ିଥାଏ, ଅସୁସ୍ଥ ବା ଆଉ କ’ଣ ହେଲେ ଦଳ ରୁହେନି। ବିଜେଡିରେ ବାକ୍ ସ୍ବାଧୀନତା ନାହିଁ, ସୁପ୍ରିମୋଙ୍କୁ ଦେଖା କରିପାରିବେ ନାହିଁ। ବିଜେଡିରେ ସମସ୍ତେ ଅସନ୍ତୁଷ୍ଟ ଥିଲେ, ପାଣ୍ଡିଆନ ସର୍ବେସର୍ବା ଥିଲେ ବୋଲି ଢାଲି କହିଥିଲେ। ଢାଲିଙ୍କ ପରେ ଅମର ତାଙ୍କ ପ୍ରତିକ୍ରିୟା ରଖିଥିଲେ।
ଯେଉଁ ଅମର ଦିନେ ଭାଜପା କ’ଣ ଟିକେ କହି ଦେଉଥିଲେ ବିଜେଡି ସପକ୍ଷରେ ବାହାରୁଥିଲେ ସେହି ଅମର ଆଜି କାହିଁକି କୋଣଠେସା ହେଲେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
The post ବିଜେଡିର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଲେନି ଅମର, ପ୍ରତିକ୍ରିୟାରେ କହୁକହୁ କହିଦେଲେ… appeared first on Dharitri Odia News.