ସ୍ବାମୀ ମୃତ୍ୟୁର ୧୦ ବର୍ଷ ପରେ ବି ମହିଳାଙ୍କୁ ମିଳୁନି ବିଧବା ଭତ୍ତା

କେନ୍ଦୁଝର,୩।୩ ( ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରୁଥିଲେ ମଧ୍ୟ ତାହା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ବଣ ଜଙ୍ଗଲ ପାହାଡ ପର୍ବତ ଘେରା କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ତଳ ଚମ୍ପେଇ ଗ୍ରାମ ପଞ୍ଚାୟତ ରୁଗୁଡି ଗ୍ରାମରେ। ଏହି ଗ୍ରାମଟି ବ୍ଲକ ମୁଖ୍ୟାଳୟ ରୁ ପ୍ରାୟ ୫୦ କିମି ଦୂରତାରେ ଅବସ୍ଥିତ। […] The post ସ୍ବାମୀ ମୃତ୍ୟୁର ୧୦ ବର୍ଷ ପରେ ବି ମହିଳାଙ୍କୁ ମିଳୁନି ବିଧବା ଭତ୍ତା appeared first on Dharitri Odia News.

ସ୍ବାମୀ ମୃତ୍ୟୁର ୧୦ ବର୍ଷ ପରେ ବି ମହିଳାଙ୍କୁ ମିଳୁନି ବିଧବା ଭତ୍ତା

କେନ୍ଦୁଝର,୩।୩ ( ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରୁଥିଲେ ମଧ୍ୟ ତାହା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ବଣ ଜଙ୍ଗଲ ପାହାଡ ପର୍ବତ ଘେରା କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ତଳ ଚମ୍ପେଇ ଗ୍ରାମ ପଞ୍ଚାୟତ ରୁଗୁଡି ଗ୍ରାମରେ। ଏହି ଗ୍ରାମଟି ବ୍ଲକ ମୁଖ୍ୟାଳୟ ରୁ ପ୍ରାୟ ୫୦ କିମି ଦୂରତାରେ ଅବସ୍ଥିତ। ଏହି ଗ୍ରାମରେ ମରୁଆ ବାରିକ ବସବାସ କରି ଆସୁଛନ୍ତି। ଦୀର୍ଘ ୧୦ ବର୍ଷ ପୂର୍ବରୁ ତାଙ୍କ ସ୍ବାମୀ ଅଜଣା ରୋଗରେ ପଡ଼ି ମୃତ୍ୟୁବରଣ କରିଥିବାବେଳେ ସେ ଅସହାୟ ହୋଇ ପଡିଛନ୍ତି। ସେ ନିଜେ ଚଳିବା କଷ୍ଟକର ହୋଇପଡ଼ିଥିବା ବେଳେ ୩ ଛୁଆ ଓ ପରିବାର କିପରି ପ୍ରତିପୋଷଣ କରିବ ଚିନ୍ତାରେ ଦିନ କାଟୁଛନ୍ତି।
ମରୁଆ ନିୟମ ଅନୁସାରେ ବିଧବା ଭତ୍ତା ପାଇବାକୁ ହକଦାର ଥିବାବେଳେ ତାଙ୍କୁ କେହି ସହଯୋଗ କରୁନଥିବା କାନ୍ଦି କାନ୍ଦି କହିଛନ୍ତି। ସେ ନିକଟରେ ଥିବା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କୁ ବହୁବାର ଦରଖାସ୍ତ କରିଥିଲେ ମଧ୍ୟ ସରପଞ୍ଚ ଆଜି କାଲି ଭତ୍ତା କରିଦେବା କହି ସମୟ ଗଡ଼େଇ ଚାଲିଥିବା ସେ ଅଭିଯୋଗ କରିଛନ୍ତି। ସେ ବାଂଶପାଳ ବ୍ଲକକୁ ବହୁ ଥର ଯାଇଛନ୍ତି କିନ୍ତୁ ବ୍ଲକରେ ଥିବା ବିଡ଼ିଓ ଓ କର୍ମଚାରୀ ଭତ୍ତା କରିଦେବେ କହି ଆଶ୍ୱାସନା ଦେଇ ପଠେଇ ଦେଇଥିବା ସେ କହିଛନ୍ତି। ଏମିତି ଜିଲାର ବିଭିନ୍ନ କୋଣେ ଅନୁକୋଣେ ବହୁ ଅସହାୟ ଲୋକ ଅଛନ୍ତି ଓଳିଏ ଖାଇ ଓଳିଏ ଉପବାସରେ ରହୁଛନ୍ତି ଓ ବହୁ ଦୁର୍ବିସହ ଜୀବନଯାପନ କରୁଛନ୍ତି ବୋଲି ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ ଉପସଭାପତି ଜୟକୃଷ୍ଣ ନାଏକ କହିଛନ୍ତି । ଏଣୁ ମରୁଆ ବାରିକଙ୍କୁ ତୁରନ୍ତ ସରପଞ୍ଚ ମହୋଦୟ ଓ ବ୍ଲକ ପ୍ରଶାସନ ମିଶି ବିଧବା ଭତ୍ତା ପ୍ରଦାନ ଜୟକୃଷ୍ଣ ଦାବି କରିଛନ୍ତି।

The post ସ୍ବାମୀ ମୃତ୍ୟୁର ୧୦ ବର୍ଷ ପରେ ବି ମହିଳାଙ୍କୁ ମିଳୁନି ବିଧବା ଭତ୍ତା appeared first on Dharitri Odia News.