‘ପାସ୍ତାରେ ଭୃସଙ୍ଗ ପତ୍ରର ଛୁଙ୍କ..’, ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା

ନୂଆଦିଲ୍ଲୀ,୧।୮: ଅଭିନେତ୍ରୀ-ଏମପି କଙ୍ଗନା ରାନାୱତ ତାଙ୍କର ଖଟାମିଠା ବୟାନବାଜି ପାଇଁ ସର୍ବଦା ହେଡଲାଇନରେ ରହିଆସିଛନ୍ତି। ମଣ୍ଡିରୁ ଏମପି ଭାବରେ ନିର୍ବାଚିତ ହେବା ପରେ କଙ୍ଗନା କ୍ରମାଗତ ଭାବରେ ରାଜନୈତିକ ପ୍ରସଙ୍ଗରେ ନିଜର ମତ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି। ସମ୍ପ୍ରତି ଅଭିନେତ୍ରୀ ଜାତି ପ୍ରସଙ୍ଗରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏମିତି କିଛି କଥା ଶେୟାର କରିଛନ୍ତି, ଯାହା ବର୍ତ୍ତମାନ ହେଡଲାଇନରେ ଅଛି। ଲୋକ […] The post ‘ପାସ୍ତାରେ ଭୃସଙ୍ଗ ପତ୍ରର ଛୁଙ୍କ..’, ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା appeared first on Dharitri Odia News.

‘ପାସ୍ତାରେ ଭୃସଙ୍ଗ ପତ୍ରର ଛୁଙ୍କ..’, ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା

ନୂଆଦିଲ୍ଲୀ,୧।୮: ଅଭିନେତ୍ରୀ-ଏମପି କଙ୍ଗନା ରାନାୱତ ତାଙ୍କର ଖଟାମିଠା ବୟାନବାଜି ପାଇଁ ସର୍ବଦା ହେଡଲାଇନରେ ରହିଆସିଛନ୍ତି। ମଣ୍ଡିରୁ ଏମପି ଭାବରେ ନିର୍ବାଚିତ ହେବା ପରେ କଙ୍ଗନା କ୍ରମାଗତ ଭାବରେ ରାଜନୈତିକ ପ୍ରସଙ୍ଗରେ ନିଜର ମତ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି। ସମ୍ପ୍ରତି ଅଭିନେତ୍ରୀ ଜାତି ପ୍ରସଙ୍ଗରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏମିତି କିଛି କଥା ଶେୟାର କରିଛନ୍ତି, ଯାହା ବର୍ତ୍ତମାନ ହେଡଲାଇନରେ ଅଛି।

ଲୋକ ସଭାରେ ଜାତି ଉପରେ ଥିବା ପ୍ରଶ୍ନକୁ ନେଇ କଙ୍ଗନା ରାନାୱତ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ଅନୁରାଗ ଠାକୁର ଲୋକ ସଭାରେ ତାଙ୍କୁ ଅପମାନିତ କରିଥିଲେ। ବର୍ତ୍ତମାନ ମଣ୍ଡି ଏମପି ବିରୋଧୀଦଳର ନେତାଙ୍କ ପୁରୁଣା ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ରାହୁଲ ମଧ୍ୟ ଲୋକଙ୍କୁ ସେମାନଙ୍କ ଜାତି ବିଷୟରେ ପଚାରୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ସହିତ କଙ୍ଗନା ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କୁ ଅପମାନିତ କରୁଥିବା ଦେଖିବାକୁ ମିଳିଛି।
କଙ୍ଗନା ତାଙ୍କ ଇନଷ୍ଟା ଷ୍ଟୋରୀରେ ରାହୁଲ ଗାନ୍ଧୀଙ୍କ ଏକ ପୁରୁଣା ଭିଡିଓ ସହିତ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି – ‘ମୋର ଜାତି ବିଷୟରେ କୌଣସି ଧାରଣା ନାହିଁ, ନାନୁ ମୁସଲମାନ, ଜେଜେମା ପାର୍ସୀ, ମାତା ଖ୍ରୀଷ୍ଟିଆନ ଏବଂ ଲାଗୁଛି ଯେପରି ଭୃସଙ୍ଗ ପତ୍ରରେ ପାସ୍ତାକୁ ଛୁଙ୍କ କରି ଖିଚିଡି ତିଆରି କରିବାକୁ ଚେଷ୍ଟା କରାଯାଉଛି। ତାଙ୍କୁ ସମସ୍ତ ଜାତି ଜାଣିବାକୁ ପଡିବ .. କଙ୍ଗନା ଏତିକିରେ ଅଟକି ନଥିଲେ। ସେ ଆହୁରି ଲେଖିଛନ୍ତି- ସେ କିପରି ଭାବରେ ଲୋକମାନଙ୍କୁ ସେମାନଙ୍କ ଜାତି ବିଷୟରେ ପଚାରି ପାରିବେ। ରାହୁଲ ଗାନ୍ଧୀଙ୍କ ପାଇଁ ଲଜ୍ଜା ଲାଗୁଛି ବୋଲି ଅଭିନେତ୍ରୀ କହିଛନ୍ତି।

The post ‘ପାସ୍ତାରେ ଭୃସଙ୍ଗ ପତ୍ରର ଛୁଙ୍କ..’, ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା appeared first on Dharitri Odia News.