ଶାମିଙ୍କ ସହ ନିର୍ବନ୍ଧକୁ ନେଇ ବଡ଼ ବୟାନ ଦେଲେ ସାନିଆଙ୍କ ବାପା
ନୂଆଦିଲ୍ଲୀ,୨୧।୬: ଭାରତର ଟେନିସ ତାରକା ସାନିଆ ମିର୍ଜା ଚଳିତ ବର୍ଷ କ୍ରିକେଟର ଶୋଏବ ମଲ୍ଲିକଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। ଏହାପରେ ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ଦ୍ୱିତୀୟ ବିବାହ କରିନେଇଥିଲେ। ହେଲେ ଏଯାଏ ସାନିଆ ଏକାକି ଅଛନ୍ତି। ଏମିତିରେ ତାଙ୍କର ଏବଂ ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କ ନାମ ଯୋଡ଼ା ଯାଉଛି। ଏପରିକି ଦୁହିଁଙ୍କ ନିର୍ବନ୍ଧ ସରିଥିବା ନେଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ସାନିଆଙ୍କ ବାପା ଇମରାନ ମିର୍ଜା ବଡ଼ ବୟାନ ଦେଇଛନ୍ତି। […] The post ଶାମିଙ୍କ ସହ ନିର୍ବନ୍ଧକୁ ନେଇ ବଡ଼ ବୟାନ ଦେଲେ ସାନିଆଙ୍କ ବାପା appeared first on Dharitri Odia News.
ନୂଆଦିଲ୍ଲୀ,୨୧।୬: ଭାରତର ଟେନିସ ତାରକା ସାନିଆ ମିର୍ଜା ଚଳିତ ବର୍ଷ କ୍ରିକେଟର ଶୋଏବ ମଲ୍ଲିକଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। ଏହାପରେ ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ଦ୍ୱିତୀୟ ବିବାହ କରିନେଇଥିଲେ। ହେଲେ ଏଯାଏ ସାନିଆ ଏକାକି ଅଛନ୍ତି। ଏମିତିରେ ତାଙ୍କର ଏବଂ ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କ ନାମ ଯୋଡ଼ା ଯାଉଛି। ଏପରିକି ଦୁହିଁଙ୍କ ନିର୍ବନ୍ଧ ସରିଥିବା ନେଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ସାନିଆଙ୍କ ବାପା ଇମରାନ ମିର୍ଜା ବଡ଼ ବୟାନ ଦେଇଛନ୍ତି।
ଇମରାନ ଏନ୍ଡିଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି, ‘ଏସବୁ ଖବର ଗୁଜବ। ସାନିଆ କେବେ ବି ମହମ୍ମଦ ଶାମିଙ୍କୁ ଭେଟିନାହାନ୍ତି‘। ସାନିଆ ଟେନିସରୁ ଅବସର ନେବା ପରେ ଦୁବାଇରେ ରହୁଛନ୍ତି। ସେହିଭଳି ଶାମି ଆହତ ହେବା ଯୋଗୁ ଭାରତୀୟ ଟିମ୍ରୁ ବାଦ୍ ପଡ଼ିଛନ୍ତି।
ତେବେ ୨୦୧୦ରେ ଶୋଏବଙ୍କୁ ବିବାହ କରିଥିଲେ ସାନିଆ। ଗତବର୍ଷଠାରୁ ଉଭୟ ଅଲଗା ହେବା ନେଇ ଖବର ଶୁଣିବାକୁ ମିଳୁଥିଲା। ହେଲେ ସେମାନେ ଚୁପ୍ ରହିଆସୁଥିଲେ। ଚଳିତ ବର୍ଷ ସାନିଆଙ୍କ ପରିବାର ପକ୍ଷରୁ ଦୁହେଁ ଖୁଲା ନେଇଥିବା ସ୍ପଷ୍ଟ କରାଯାଇଥିଲା।
The post ଶାମିଙ୍କ ସହ ନିର୍ବନ୍ଧକୁ ନେଇ ବଡ଼ ବୟାନ ଦେଲେ ସାନିଆଙ୍କ ବାପା appeared first on Dharitri Odia News.