ସ୍ତ୍ରୀଙ୍କ ଗହଣା ଉପରେ ରହିଛି ସ୍ବାମୀଙ୍କ କେତେ ଅଧିକାର? କୋର୍ଟ ଦେଲେ ବଡ ରାୟ
ନୂଆଦିଲ୍ଲୀ,୨୭।୨: ବିବାହରେ ମହିଳାଙ୍କୁ ମିଳୁଥିବା ଜମି, ଘର ଓ ଗହଣାରେ କାହାର ଅଧିକାର ଏନେଇ ବିଭିନ୍ନ ଖବର ସାମ୍ନାକୁ ଆସିଛି। ନିକଟରେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଏଭଳି ଏକ ମାମଲାର ଆବେଦନ କରାଯାଇଛି। ଯେଉଁଠାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। କହିରଖୁଛୁ କି, ତାଙ୍କ ସ୍ବାମୀ ମହିଳାଙ୍କ ବିନା ଅନୁମତିରେ ତାଙ୍କ ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷକୁ ଘରୁ ଗାୟବ କରିଦେଇଥିଲେ । ଏନେଇ ମହିଳା ଜଣକ ହାଇକୋର୍ଟରେ ନ୍ୟାୟ ଦାବି କରିଛନ୍ତି […] The post ସ୍ତ୍ରୀଙ୍କ ଗହଣା ଉପରେ ରହିଛି ସ୍ବାମୀଙ୍କ କେତେ ଅଧିକାର? କୋର୍ଟ ଦେଲେ ବଡ ରାୟ appeared first on Dharitri Odia News.
ନୂଆଦିଲ୍ଲୀ,୨୭।୨: ବିବାହରେ ମହିଳାଙ୍କୁ ମିଳୁଥିବା ଜମି, ଘର ଓ ଗହଣାରେ କାହାର ଅଧିକାର ଏନେଇ ବିଭିନ୍ନ ଖବର ସାମ୍ନାକୁ ଆସିଛି। ନିକଟରେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଏଭଳି ଏକ ମାମଲାର ଆବେଦନ କରାଯାଇଛି। ଯେଉଁଠାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। କହିରଖୁଛୁ କି, ତାଙ୍କ ସ୍ବାମୀ ମହିଳାଙ୍କ ବିନା ଅନୁମତିରେ ତାଙ୍କ ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷକୁ ଘରୁ ଗାୟବ କରିଦେଇଥିଲେ । ଏନେଇ ମହିଳା ଜଣକ ହାଇକୋର୍ଟରେ ନ୍ୟାୟ ଦାବି କରିଛନ୍ତି ।
ଦିଲ୍ଲୀ ହାଇକୋର୍ଟ ମାମଲାର ଶୁଣାଣିବେଳେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କୋର୍ଟଙ୍କ କହିଛନ୍ତି, ଆଇନ ଅନୁଯାୟୀ ଜଣେ ସ୍ବାମୀ ମହିଳାଙ୍କ ବିନା ଅନୁମତିରେ ତାଙ୍କ ଅଳଙ୍କାର କିମ୍ବା ଅନ୍ୟ କୌଣସି ଜିନିଷ ନେଇ ପାରିବେ ନାହିଁ। ଏହା କରିବା ଆଇନଗତ ଭାବେ ଅପରାଧ। ଦେଶର ଆଇନ ଏହା କରିବାକୁ ଅନୁମତି ଦିଏ ନାହିଁ। ଏହି ରାୟ ଦେବାବେଳେ ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜଣେ ସ୍ବାମୀ ସ୍ତ୍ରୀଙ୍କ ବିନା ଅନୁମତିରେ ବିବାହରେ ମିଳିଥିବା ଉପହାର କିମ୍ବା ଗହଣାକୁ ନେଇ ପାରିବେ ନାହିଁ। ଏହି ମାମଲାରେ ଅଭିଯୁକ୍ତ ସ୍ବାମୀଙ୍କ ଜାମିନ ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ।
The post ସ୍ତ୍ରୀଙ୍କ ଗହଣା ଉପରେ ରହିଛି ସ୍ବାମୀଙ୍କ କେତେ ଅଧିକାର? କୋର୍ଟ ଦେଲେ ବଡ ରାୟ appeared first on Dharitri Odia News.