ସାତକୋଶିଆରେ ପୁଣି ଆରମ୍ଭହେବ ବ୍ୟାଘ୍ର ପ୍ରକଳ୍ପ
ଭୁବନେଶ୍ୱର,୨୯ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଅନୁଗୋଳ ଜିଲାର ସାତକୋଶିଆରେ ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ। ଏଥିପାଇଁ ବନ ବିଭାଗ ପକ୍ଷରୁ ୫ ବର୍ଷିଆ ଯୋଜନା ହେବ। ୫ ବର୍ଷରେ ପର୍ଯ୍ୟାୟକ୍ରମେ ଏଠାକୁ ପ୍ରାୟ ୧୪ଟି ବାଘ ଅଣାଯିବ। ମହାରାଷ୍ଟ୍ରର ତଡବା ଜଙ୍ଗଲରେ ବାଘମାନଙ୍କ ଜେନେଟିକ ଓଡ଼ିଶା ବାଘଙ୍କ ସହ ସାମଞ୍ଜସ୍ୟ ଥିବାରୁ ସେଠାରୁ ବାଘ ଆଣିବାକୁ ନିଷ୍ପତ୍ତି ହୋଇଛି। ଏନେଇ ପୁଣିଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ) ଅନୁମୋଦନ ଦେଇଛନ୍ତି। ଏଥିପାଇଁ […] The post ସାତକୋଶିଆରେ ପୁଣି ଆରମ୍ଭହେବ ବ୍ୟାଘ୍ର ପ୍ରକଳ୍ପ appeared first on Dharitri Odia News.
ଭୁବନେଶ୍ୱର,୨୯ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଅନୁଗୋଳ ଜିଲାର ସାତକୋଶିଆରେ ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ। ଏଥିପାଇଁ ବନ ବିଭାଗ ପକ୍ଷରୁ ୫ ବର୍ଷିଆ ଯୋଜନା ହେବ। ୫ ବର୍ଷରେ ପର୍ଯ୍ୟାୟକ୍ରମେ ଏଠାକୁ ପ୍ରାୟ ୧୪ଟି ବାଘ ଅଣାଯିବ। ମହାରାଷ୍ଟ୍ରର ତଡବା ଜଙ୍ଗଲରେ ବାଘମାନଙ୍କ ଜେନେଟିକ ଓଡ଼ିଶା ବାଘଙ୍କ ସହ ସାମଞ୍ଜସ୍ୟ ଥିବାରୁ ସେଠାରୁ ବାଘ ଆଣିବାକୁ ନିଷ୍ପତ୍ତି ହୋଇଛି। ଏନେଇ ପୁଣିଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ) ଅନୁମୋଦନ ଦେଇଛନ୍ତି। ଏଥିପାଇଁ ଏନ୍ଟିସିଏ କେତେକ ସର୍ତ୍ତ ରଖିଛି। ସବୁ ସର୍ତ୍ତ ମାନି ବ୍ୟାଘ୍ର ପ୍ରକଳ୍ପ ଚଳାଇବୁ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ଏନେଇ ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯିବ। ଇତିମଧ୍ୟରେ କୋର୍ ଏରିଆରୁ ସମସ୍ତ ଜନବସତି ଖାଲି କରାଯାଇଛି। ବଫର ଏରିଆରୁ ୬ଟି ଗାଁ ଖାଲି ହୋଇଥିବାବେଳେ ଆଉ କିଛି ଗାଁ ଖାଲି କରାଯିବ ବୋଲି ସେ କହିଛନ୍ତି। ୨୦୧୮ରେ ଦେଶରେ ଓଡ଼ିଶା ପ୍ରଥମଥର ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ଆରମ୍ଭ କରିଥିଲା। ମଧ୍ୟପ୍ରଦେଶରୁ ସାତକୋଶିଆ ଆସିଥିଲେ ମହାବାଳ ବାଘ ମହାବୀର ଓ ବାଘୁଣୀ ସୁନ୍ଦରୀ। କାହ୍ନା ଅଭୟାରଣ୍ୟରୁ ମହାବୀର ଓ ବାନ୍ଧବଗଡ଼ରୁ ଆସିଥିଲା ସୁନ୍ଦରୀ। ଏହି ପ୍ରକଳ୍ପ ପାଇଁ ୧୯ କୋଟିର ବଜେଟରୁ ୮ କୋଟି ଖର୍ଚ୍ଚ ହୋଇଥିଲା। ଯତ୍ନ ଅଭାବରୁ ୫ ମାସରେ ଅସୁସ୍ଥ ହୋଇ ମରିଗଲା ମହାବୀର। ମହାବୀରର ମୃତ୍ୟୁ ପରେ ବିବାଦ ଭିତରେ ବାନ୍ଧବଗଡକୁ ଫେରିଯାଇଥିଲା ସୁନ୍ଦରୀ। ଏନ୍ଟିସିଏ ସୁନ୍ଦରୀକୁ ନେଇଯିବା ପରେ ମାତ୍ର ୪ବର୍ଷରେ ଏହି ପ୍ରକଳ୍ପ ଫେଲ୍ ମାରିଥିଲା।
The post ସାତକୋଶିଆରେ ପୁଣି ଆରମ୍ଭହେବ ବ୍ୟାଘ୍ର ପ୍ରକଳ୍ପ appeared first on Dharitri Odia News.