ବଡ଼ ଅଡୁଆରେ ଫସିଛନ୍ତି ଯଶସ୍ବୀ, ଏବେ ଟି୨୦ ବିଶ୍ୱକପ୍ରେ କ’ଣ ହେବ?
ନୂଆଦିଲ୍ଲୀ,୮।୫: ଯଶସ୍ବୀ ଜୟସ୍ବାଲ ଗତ ଏକ ବର୍ଷ ମଧ୍ୟରେ ସମସ୍ତ ଫର୍ମାଟରେ ଜବରଦସ୍ତ ବ୍ୟାଟିଂ କରି ଚର୍ଚ୍ଚାରେ ରହିଛନ୍ତି। ହେଲେ ଆଇପିଏଲ୍ରେ ସେ ସେତେଟା ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଏସବୁ ପଛରେ କି କାରଣ ରହିଛି ସେନେଇ ପୂର୍ବତନ କ୍ରିକେଟର ତଥା ଲୋକପ୍ରିୟ କମେଣ୍ଟେଟର୍ ଆକାଶ ଚୋପ୍ରା ପ୍ରତିକ୍ରିୟା ରଖିଛନ୍ତି। ଯଶସ୍ବୀ ଏହି ସିଜନରେ ଅନେକ ଥର ବାମହାତୀ ପେସରଙ୍କ ବଲ୍ରେ ଆଉଟ୍ ହେଉଛନ୍ତି। ବିଶେଷକରି ଶର୍ଟ ବଲ୍ରେ ସେ ନିଜର ଉଇକେଟ ହରାଉଛନ୍ତି। ଆକାଶ ଏନେଇ […] The post ବଡ଼ ଅଡୁଆରେ ଫସିଛନ୍ତି ଯଶସ୍ବୀ, ଏବେ ଟି୨୦ ବିଶ୍ୱକପ୍ରେ କ’ଣ ହେବ? appeared first on Dharitri Odia News.
ନୂଆଦିଲ୍ଲୀ,୮।୫: ଯଶସ୍ବୀ ଜୟସ୍ବାଲ ଗତ ଏକ ବର୍ଷ ମଧ୍ୟରେ ସମସ୍ତ ଫର୍ମାଟରେ ଜବରଦସ୍ତ ବ୍ୟାଟିଂ କରି ଚର୍ଚ୍ଚାରେ ରହିଛନ୍ତି। ହେଲେ ଆଇପିଏଲ୍ରେ ସେ ସେତେଟା ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଏସବୁ ପଛରେ କି କାରଣ ରହିଛି ସେନେଇ ପୂର୍ବତନ କ୍ରିକେଟର ତଥା ଲୋକପ୍ରିୟ କମେଣ୍ଟେଟର୍ ଆକାଶ ଚୋପ୍ରା ପ୍ରତିକ୍ରିୟା ରଖିଛନ୍ତି।
ଯଶସ୍ବୀ ଏହି ସିଜନରେ ଅନେକ ଥର ବାମହାତୀ ପେସରଙ୍କ ବଲ୍ରେ ଆଉଟ୍ ହେଉଛନ୍ତି। ବିଶେଷକରି ଶର୍ଟ ବଲ୍ରେ ସେ ନିଜର ଉଇକେଟ ହରାଉଛନ୍ତି। ଆକାଶ ଏନେଇ କହିଛନ୍ତି, ଯେତେବେଳେ ଟାର୍ଗେଟକୁ ପିଛା କରିବା ସମୟ ଆସେ ସେ ବାମହାତୀ ପେସରଙ୍କ ବଲ୍କୁ ଖେଳି ନ ପାରି ଉଇକେଟ ହରାଉଛନ୍ତି। ଅନେକ ଥର ବାଉନ୍ସରରେ ସେ ଆଉଟ୍ ହେଉଛନ୍ତି।
ଚଳିତ ଆଇପିଏଲ୍ରେ ଯଶସ୍ବୀ ଶତକ ମାରିଛନ୍ତି। ହେଲେ ଲଗାତର ଭାବେ ରନ୍ କରିପାରୁନାହାନ୍ତି। ଏହାର ଅର୍ଥ ନୁହେଁ ଯେ ସେ ଖରାପ ଫର୍ମରେ ଅଛନ୍ତି। ହେଲେ ସେ ଯଦି ଏଭଳି ନିଜର ଉଇକେଟ ହରାନ୍ତି ତେବେ ଫର୍ମ ଖରାପ ହେବାକୁ ସମୟ ଲାଗିବ ନାହିଁ। ଏପରିକି ଟି୨୦ ବିଶ୍ୱକପ୍ରେ ତାଙ୍କର ଏହି ଦୁର୍ବଳତାର ବିରୋଧି ଟିମ୍ ଫାଇଦା ମଧ୍ୟ ଉଠାଇପାରନ୍ତି।
କହିବାକୁ ଗଲେ ଯଶସ୍ବୀଙ୍କ ପାଖରେ ଅଧିକ ସମୟ ନାହିଁ। ଆଇପିଏଲ୍ରେ ବାକି ଥିବା ମୁକାବିଲାରେ ସେ ବଡ଼ ଇନିଂସ ଖେଳିବା ଆବଶ୍ୟକ। ଫଳରେ ସେ ରାଜସ୍ଥାନକୁ ପୁଣିଥରେ ଚାମ୍ପିୟନ କରିପାରିବେ। ଏଥିସହ ଟି୨୦ ବିଶ୍ୱକପ୍ରେ ତାଙ୍କୁ ପ୍ଲେଇଂ ଇଲେଭେନ୍ ଭାବେ ଓପନିଂରେ ଓହ୍ଲାଯାଇପାରେ।
The post ବଡ଼ ଅଡୁଆରେ ଫସିଛନ୍ତି ଯଶସ୍ବୀ, ଏବେ ଟି୨୦ ବିଶ୍ୱକପ୍ରେ କ’ଣ ହେବ? appeared first on Dharitri Odia News.