ଅଷ୍ଟ୍ରେଲିଆନ୍ ଓପନ ଜିତିଲେ ଜାନିକ୍ ସିନର, ରୋମାଞ୍ଚକର ଫାଇନାଲରେ ଡାନିଏଲ ମେଡଭେଡେଭଙ୍କୁ କଲେ ପରାସ୍ତ

ନୂଆଦିଲ୍ଲୀ, ୨୮।୧: ଅଷ୍ଟ୍ରେଲିଆନ୍ ଓପନରେ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚର ନିର୍ଣ୍ଣାୟକ ସେଟରେ ଜାନିକ୍ ସିନର୍ ଡାନିଏଲ ମେଡଭେଡେଭଙ୍କୁ ପରାସ୍ତ କରିଛନ୍ତି। ଋଷର ଟେନିସ୍ ଏସ୍ ମେଡଭେଡେଭ୍ ଦୁଇଥର ପ୍ରଥମ ଦୁଇ ସେଟରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ମଧ୍ୟ ଇଟାଲୀୟ ଜାନିକ୍ ସିନର ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ। ତୃତୀୟ ଏବଂ ଚତୁର୍ଥ ସେଟକୁ ସମାନ ସ୍କୋର ୬-୪ ରେ ଜିତିଥିଲେ। ଏହାପରେ ଶେଷ ସେଟକୁ ୬-୩ରେ ଜିତି କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିଥିଲେ। ଏହି ରୋମାଞ୍ଚକର […] The post ଅଷ୍ଟ୍ରେଲିଆନ୍ ଓପନ ଜିତିଲେ ଜାନିକ୍ ସିନର, ରୋମାଞ୍ଚକର ଫାଇନାଲରେ ଡାନିଏଲ ମେଡଭେଡେଭଙ୍କୁ କଲେ ପରାସ୍ତ appeared first on Dharitri Odia News.

ଅଷ୍ଟ୍ରେଲିଆନ୍ ଓପନ ଜିତିଲେ ଜାନିକ୍ ସିନର, ରୋମାଞ୍ଚକର ଫାଇନାଲରେ ଡାନିଏଲ ମେଡଭେଡେଭଙ୍କୁ କଲେ ପରାସ୍ତ

ନୂଆଦିଲ୍ଲୀ, ୨୮।୧: ଅଷ୍ଟ୍ରେଲିଆନ୍ ଓପନରେ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚର ନିର୍ଣ୍ଣାୟକ ସେଟରେ ଜାନିକ୍ ସିନର୍ ଡାନିଏଲ ମେଡଭେଡେଭଙ୍କୁ ପରାସ୍ତ କରିଛନ୍ତି। ଋଷର ଟେନିସ୍ ଏସ୍ ମେଡଭେଡେଭ୍ ଦୁଇଥର ପ୍ରଥମ ଦୁଇ ସେଟରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ମଧ୍ୟ ଇଟାଲୀୟ ଜାନିକ୍ ସିନର ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ। ତୃତୀୟ ଏବଂ ଚତୁର୍ଥ ସେଟକୁ ସମାନ ସ୍କୋର ୬-୪ ରେ ଜିତିଥିଲେ। ଏହାପରେ ଶେଷ ସେଟକୁ ୬-୩ରେ ଜିତି କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିଥିଲେ।

ଏହି ରୋମାଞ୍ଚକର ମ୍ୟାଚ୍ ତିନି ଘଣ୍ଟା ୪୪ ମିନିଟ ପର୍ୟ୍ୟନ୍ତ ଚାଲିଥିଲା। ପ୍ରଥମ ଦୁଇ ସେଟ ଜିତିବା ପରେ ମଧ୍ୟ ପରାଜୟର ସାମ୍ନା କରିଥିବା ତୃତୀୟ ସିଡ ମାନ୍ୟତାପ୍ରାପ୍ତ ଋଷର ମେଡଭେଡେଭଙ୍କ ପାଇଁ ଏକ ବଡ଼ ଝଟକା। ଅଷ୍ଟ୍ରେଲିଆନ୍ ଓପନ ୨୦୨୨ରେ ମଧ୍ୟ ମେଡଭେଡେଭ ରାଫେଲ ନାଡେଲଙ୍କ ବିପକ୍ଷରେ ପ୍ରଥମ ଦୁଇ ସେଟରେ ଅଗ୍ରଣୀ ହାସଲ କରିଥିଲେ, କିନ୍ତୁ ଶେଷ ସେଟରେ ରାଫେଲ ପ୍ରତ୍ୟାବର୍ତନ କରି ବିଜୟୀ ହୋଇଥିଲେ।