୫ ଲୋକ ସଭା ଆସନରେ ସ୍ପଷ୍ଟ ହେଲା ଲଢ଼େଇ
ଭୁବନେଶ୍ୱର,୩ା୪(ଅନିଲ ଦାସ):ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ୫ ଲୋକ ସଭା ଆସନରେ ନିର୍ବାଚନ ଲଢ଼େଇର ଚିତ୍ର ସ୍ପଷ୍ଟ ହୋଇଛି। ସୁନ୍ଦରଗଡ଼ରେ ବିଜେଡି ଦିଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବର୍ତ୍ତମାନର ଏମ୍ପି ଜୁଏଲ ଓରାମଙ୍କୁ ଭାଜପା ପୁଣିଥରେ ପ୍ରାର୍ଥୀ କରିଛି। କଂଗ୍ରେସ ଜନାର୍ଦ୍ଦନ ଦେହୁରୀଙ୍କୁ ଲୋକ ସଭା ପ୍ରାର୍ଥୀ କରିଛି। ସେହିପରି କଳାହାଣ୍ଡିରୁ ବିଜେଡିର ଲମ୍ବୋଦର ନିଆଲ, ଭାଜପାର ମାଳବିକା କେଶରୀ ଦେଓ ଓ କଂଗ୍ରେସର ଦ୍ରୌପଦୀ ମାଝି ଲୋକ ସଭା ପ୍ରାର୍ଥୀ […] The post ୫ ଲୋକ ସଭା ଆସନରେ ସ୍ପଷ୍ଟ ହେଲା ଲଢ଼େଇ appeared first on Dharitri Odia News.
ଭୁବନେଶ୍ୱର,୩ା୪(ଅନିଲ ଦାସ):ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ୫ ଲୋକ ସଭା ଆସନରେ ନିର୍ବାଚନ ଲଢ଼େଇର ଚିତ୍ର ସ୍ପଷ୍ଟ ହୋଇଛି। ସୁନ୍ଦରଗଡ଼ରେ ବିଜେଡି ଦିଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବର୍ତ୍ତମାନର ଏମ୍ପି ଜୁଏଲ ଓରାମଙ୍କୁ ଭାଜପା ପୁଣିଥରେ ପ୍ରାର୍ଥୀ କରିଛି। କଂଗ୍ରେସ ଜନାର୍ଦ୍ଦନ ଦେହୁରୀଙ୍କୁ ଲୋକ ସଭା ପ୍ରାର୍ଥୀ କରିଛି। ସେହିପରି କଳାହାଣ୍ଡିରୁ ବିଜେଡିର ଲମ୍ବୋଦର ନିଆଲ, ଭାଜପାର ମାଳବିକା କେଶରୀ ଦେଓ ଓ କଂଗ୍ରେସର ଦ୍ରୌପଦୀ ମାଝି ଲୋକ ସଭା ପ୍ରାର୍ଥୀ ହୋଇଛନ୍ତି। ନବରଙ୍ଗପୁରରୁ ପ୍ରଦୀପ ମାଝି ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ଭାଜପାରୁ ବଳଭଦ୍ର ମାଝି ଓ କଂଗ୍ରେସରୁ ଭୁଜବଳ ମାଝି ପ୍ରାର୍ଥୀ ହୋଇଛନ୍ତି। ସେହିପରି କନ୍ଧମାଳରୁ ବିଜେଡିର ଅଚ୍ୟୁତ ସାମନ୍ତ, ଭାଜପାର ସୁକାନ୍ତ ପାଣିଗ୍ରାହୀ ଓ କଂଗ୍ରେସର ଅମିରଚାନ୍ଦ ନାୟକଙ୍କ ମଧ୍ୟରେ ଟକ୍କର ହେବ। କୋରାପୁଟରୁ କାଳେରାମ ମାଝିଙ୍କୁ ଭାଜପା ପ୍ରାର୍ଥୀ କରିଥିବା ବେଳେ କୌଶଲ୍ୟା ହିକକାଙ୍କୁ ବିଜେଡି ଏବଂ ସପ୍ତଗିରି ଉଲାକାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।
The post ୫ ଲୋକ ସଭା ଆସନରେ ସ୍ପଷ୍ଟ ହେଲା ଲଢ଼େଇ appeared first on Dharitri Odia News.