Water Crisis: ଦେଶର ଜଳାଶୟରେ ଏବେ କେବଳ ୨୧% ପାଣି, କେନ୍ଦ୍ରୀୟ ଜଳ ଆୟୋଗ ରିପୋର୍ଟରେ ବଡ଼ ଦାବି

ନୂଆଦିଲ୍ଲୀ: ଦେଶରେ ଭୀଷଣ ଗ୍ରୀଷ୍ମ ପ୍ରାବହ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି, ଅନ୍ୟ ପଟେ ଜଳାଶୟରେ ପାଣି କମିବାରେ ଲାଗିଛି । କେନ୍ଦ୍ରୀୟ ଜଳ ଆୟୋଗର ସଦ୍ୟ ରିପୋର୍ଟରେ ଏହି ତଥ୍ୟ ସାମନାକୁ ଆସିଛି । ଜଳ ଆୟୋଗର ରିପୋର୍ଟ ଅନୁସାରେ ଦେଶର ୧୫୦ ମୁଖ୍ୟ ଜଳାଶୟରେ ପାଣି କମି ମାତ୍ର ୨୧ ପ୍ରତିଶତ ରହିଛି । ଜଳବିଦ୍ୟୁତ୍ ପରିଯୋଜନା ଏବଂ ଜଳ ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଧରାଯାଉଥିବା ଏହି ଜଳାଶୟର ମିଳିତ ଭଣ୍ଡାର କ୍ଷମତାର ୧୭୮.୭୮୪ ବିଲିୟନ କ୍ୟୁବିକ୍ ମିଟର (ବିସିଏମ) ରହିଛି, ଯାହା ଦେଶର ମୋଟ ଜଳ ଭଣ୍ଡାର କ୍ଷମତାର ପ୍ରାୟ ୬୯.୩୫ ପ୍ରତିଶତ ଅଟେ ।ଗୁରୁବାର ସୁଦ୍ଧା ଏହି ଜଳାଶୟରେ ଉପଲବ୍ଧ ପାଣି ୩୭.୬୬୨ ବିସିଏମ ରହିଛି, ଯାହା ମୋଟ କ୍ଷମତାର ୨୧ ପ୍ରତିଶତ ଅଟେ । ମୋଟ ଉପରେ, ୧୫୦ ଜଳାଶୟରେ ଉପଲବ୍ଧ ଲାଇଭ୍ ଷ୍ଟୋରେଜ ୨୫୭.୮୧୨ ବିସିଏମର ଆନୁମାନିକ ମୋଟ କ୍ଷମତା ତୁଳନାରେ ୫୪.୩୧୦ ବିସିଏମ ରହିଛି । ଏହି ସଂଖ୍ୟା ଗତ ବର୍ଷ ତୁଳନାରେ କମ ରହିଛି । ଏହି ସଂଖ୍ୟା ଗତ ୧୦ ବର୍ଷର ଡାଟାଠାରୁ କମ ରହିଛି । କେନ୍ଦ୍ରୀୟ ଜଳ ଆୟୋଗଙ୍କ ରିପୋର୍ଟରେ କୁହାଯାଇଛି ଯେ ଜଳାଶୟରେ ଉପଲବ୍ଧ ପାଣି ଗତ ୧୦ ବର୍ଷର ହାରାହାରି କ୍ଷମତାଠାରୁ କମ ରହିଛି ।ଆୟୋଗଙ୍କ ରିପୋର୍ଟ ଅନୁସାରେ ଉତ୍ତର ଏବଂ ପୂର୍ବ ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ ଦିଲ୍ଲୀ ସମେତ ଦେଶର ଅନେକ କ୍ଷେତ୍ରରେ ଜଳ ସଂକଟ ଦେଖିବାକୁ ମିଳୁଛି । ଜଳାଶୟରେ ଜଳ ଉପଲବ୍ଧ ଉପରେ ନଜର ପକାଇବା ତେବେ

Water Crisis: ଦେଶର ଜଳାଶୟରେ ଏବେ କେବଳ ୨୧% ପାଣି, କେନ୍ଦ୍ରୀୟ ଜଳ ଆୟୋଗ ରିପୋର୍ଟରେ ବଡ଼ ଦାବି

ନୂଆଦିଲ୍ଲୀ: ଦେଶରେ ଭୀଷଣ ଗ୍ରୀଷ୍ମ ପ୍ରାବହ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି, ଅନ୍ୟ ପଟେ ଜଳାଶୟରେ ପାଣି କମିବାରେ ଲାଗିଛି । କେନ୍ଦ୍ରୀୟ ଜଳ ଆୟୋଗର ସଦ୍ୟ ରିପୋର୍ଟରେ ଏହି ତଥ୍ୟ ସାମନାକୁ ଆସିଛି । ଜଳ ଆୟୋଗର ରିପୋର୍ଟ ଅନୁସାରେ ଦେଶର ୧୫୦ ମୁଖ୍ୟ ଜଳାଶୟରେ ପାଣି କମି ମାତ୍ର ୨୧ ପ୍ରତିଶତ ରହିଛି । ଜଳବିଦ୍ୟୁତ୍ ପରିଯୋଜନା ଏବଂ ଜଳ ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଧରାଯାଉଥିବା ଏହି ଜଳାଶୟର ମିଳିତ ଭଣ୍ଡାର କ୍ଷମତାର ୧୭୮.୭୮୪ ବିଲିୟନ କ୍ୟୁବିକ୍ ମିଟର (ବିସିଏମ) ରହିଛି, ଯାହା ଦେଶର ମୋଟ ଜଳ ଭଣ୍ଡାର କ୍ଷମତାର ପ୍ରାୟ ୬୯.୩୫ ପ୍ରତିଶତ ଅଟେ ।

ଗୁରୁବାର ସୁଦ୍ଧା ଏହି ଜଳାଶୟରେ ଉପଲବ୍ଧ ପାଣି ୩୭.୬୬୨ ବିସିଏମ ରହିଛି, ଯାହା ମୋଟ କ୍ଷମତାର ୨୧ ପ୍ରତିଶତ ଅଟେ । ମୋଟ ଉପରେ, ୧୫୦ ଜଳାଶୟରେ ଉପଲବ୍ଧ ଲାଇଭ୍ ଷ୍ଟୋରେଜ ୨୫୭.୮୧୨ ବିସିଏମର ଆନୁମାନିକ ମୋଟ କ୍ଷମତା ତୁଳନାରେ ୫୪.୩୧୦ ବିସିଏମ ରହିଛି । ଏହି ସଂଖ୍ୟା ଗତ ବର୍ଷ ତୁଳନାରେ କମ ରହିଛି । ଏହି ସଂଖ୍ୟା ଗତ ୧୦ ବର୍ଷର ଡାଟାଠାରୁ କମ ରହିଛି । କେନ୍ଦ୍ରୀୟ ଜଳ ଆୟୋଗଙ୍କ ରିପୋର୍ଟରେ କୁହାଯାଇଛି ଯେ ଜଳାଶୟରେ ଉପଲବ୍ଧ ପାଣି ଗତ ୧୦ ବର୍ଷର ହାରାହାରି କ୍ଷମତାଠାରୁ କମ ରହିଛି ।

ଆୟୋଗଙ୍କ ରିପୋର୍ଟ ଅନୁସାରେ ଉତ୍ତର ଏବଂ ପୂର୍ବ ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ ଦିଲ୍ଲୀ ସମେତ ଦେଶର ଅନେକ କ୍ଷେତ୍ରରେ ଜଳ ସଂକଟ ଦେଖିବାକୁ ମିଳୁଛି । ଜଳାଶୟରେ ଜଳ ଉପଲବ୍ଧ ଉପରେ ନଜର ପକାଇବା ତେବେ ଦକ୍ଷିଣ ଭାରତର ରାଜ୍ୟରେ ଏହା ଗଭୀର ପ୍ରଭାବ ପଡ଼ିଛି । ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁ ପରି ରାଜ୍ୟରେ ଥିବା ୪୨ ପ୍ରମୁଖ ଜଳାଶୟର ମୋଟ କ୍ଷମତା ୫୩.୩୩୪ ବିସିଏମ ରହିଛି । କେନ୍ଦ୍ରୀୟ ଜଳାଶୟ ଆୟୋଗର ରିପୋର୍ଟ ଅନୁସାରେ ଏହି ଜଳାଶୟରେ ଉପଲବ୍ଧ ପାଣି ଏବେ ୮.୫୦୮ ବିସିଏମ ରହିଛି । ଯାହା ଗତ ବର୍ଷ ତୁଳନାରେ ୨୧ ପ୍ରତିଶତ କମ ରହିଛି ।

ଉତ୍ତର ଭାରତ କଥା କହିବା ଯଦି ହିମାଚଳ ପ୍ରଦେଶ, ପଞ୍ଜାବ, ରାଜସ୍ଥାନରେ ଉପଲବ୍ଧ ମୋଟ ୧୦ ଜଳାଶୟର ମୋଟ କ୍ଷମତା ୧୯.୬୬୩ ବିସିଏମ୍ ରହିଛି । କିନ୍ତୁ ସଦ୍ୟ ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ଏଥିରେ ୫.୪୮୮ ବିସିଏମ ରହିଛି । ଯାହା ଗତ ବର୍ଷ ତୁଳନାରେ ୩୯ ପ୍ରତିଶତ ରହିଛି ।

ସେହିପରି ପୂର୍ବୋତ୍ତର ରାଜ୍ୟ ଆସାମ, ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ତ୍ରିପୁରା, ନାଗାଲାଣ୍ଡ ଏବଂ ବିହାରର ୨୩ ଜଳାଶୟର ମୋଟ କ୍ଷମତା ୨୦.୪୩୦ ବିସିଏମ୍ ରହିଛି । ବର୍ତ୍ତମାନ ସମୟରେ ଜଳାଶୟଗୁଡ଼ିକରେ ୩.୮୭୩ ବିସିଏମ୍ ପାଣି ରହିଛି । ଯାହା ମୋଟ କ୍ଷମତାର ୧୯ ପ୍ରତିଶତ ରହିଛି ।

ଭାରତର ପଶ୍ଚିମ ରାଜ୍ୟ ଗୁଜରାଟ, ମହାରାଷ୍ଟ୍ରରେ ମୋଟ ୪୯ ଜଳାଶୟ ରହିଛି । ଏହି ସବୁର ମୋଟ କ୍ଷମତା ୩୭.୧୩୦ ବିସିଏମ ରହିଛି । ଏହି ୪୯ ଜଳାଶୟରେ ବର୍ତ୍ତମାନ ସମୟରେ ୭.୬୦୮ ବିସିଏମ୍ ପାଣି ରହିଛି । ସେହିପରି ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ମୋଟ ୨୬ ଜଳାଶୟର କ୍ଷମତା ୪୮.୨୨୭ ବିସିଏମ । କିନ୍ତୁ ଆଜିର ସମୟରେ ଏହି ୨୬ ଜଳାଶୟରେ ୧୨.୧୮୫ ବିସିଏମ ପାଣି ରହିଛି ।