କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ପରିବାରକୁ ପ୍ରତିମାସରେ ମିଳିବ ୫୦୦୦ ଟଙ୍କା
ଅନନ୍ତପୁର,୨୭।୨: କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ଆନ୍ଧ୍ରପ୍ରଦେଶର ପ୍ରତ୍ୟେକ ଗରିବ ପରିବାରକୁ ୫୦୦୦ଟଙ୍କା ସହାୟତା ଘୋଷଣା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ଆନ୍ଧ୍ରପ୍ରଦେଶର ଗରିବ ଲୋକଙ୍କ ପାଇଁ ଏହା କଂଗ୍ରେସର ଗ୍ୟାରେଣ୍ଟି। ଏହି ରାଶି ସିଧାସଳଖ ପରିବାରର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ । ଆନ୍ଧ୍ରପ୍ରଦେଶ ଅନନ୍ତପୁରରେ ବିଶାଳ ଜନସଭା କରି ଖାର୍ଗେ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି। ଖାର୍ଗେ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଆମର ଗ୍ୟାରେଣ୍ଟି ମୋଦିଙ୍କ ଗ୍ୟାରେଣ୍ଟି ପରି ନୁହେଁ। […] The post କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ପରିବାରକୁ ପ୍ରତିମାସରେ ମିଳିବ ୫୦୦୦ ଟଙ୍କା appeared first on Dharitri Odia News.
ଅନନ୍ତପୁର,୨୭।୨: କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ଆନ୍ଧ୍ରପ୍ରଦେଶର ପ୍ରତ୍ୟେକ ଗରିବ ପରିବାରକୁ ୫୦୦୦ଟଙ୍କା ସହାୟତା ଘୋଷଣା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ଆନ୍ଧ୍ରପ୍ରଦେଶର ଗରିବ ଲୋକଙ୍କ ପାଇଁ ଏହା କଂଗ୍ରେସର ଗ୍ୟାରେଣ୍ଟି। ଏହି ରାଶି ସିଧାସଳଖ ପରିବାରର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ । ଆନ୍ଧ୍ରପ୍ରଦେଶ ଅନନ୍ତପୁରରେ ବିଶାଳ ଜନସଭା କରି ଖାର୍ଗେ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି।
ଖାର୍ଗେ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଆମର ଗ୍ୟାରେଣ୍ଟି ମୋଦିଙ୍କ ଗ୍ୟାରେଣ୍ଟି ପରି ନୁହେଁ। କଂଗ୍ରେସ ଯାହା ପ୍ରତିଶ୍ରୁତି ଦେଇଥାଏ, ତାହା ପୂରଣ କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ କରି ଖାର୍ଗେ ଲୋକମାନଙ୍କୁ ପଚାରିଥିଲେ, ଭାଜପା ୨ କୋଟି କର୍ମ ନିଯୁକ୍ତି ସହ ପ୍ରତି ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବାର ପ୍ରତିଶ୍ରୁତି ଦେଇଥିଲା। ଯାହା ଆଜିଯାଏ କ’ଣ ପୂରଣ ହୋଇପାରିଛି। ମୋଦିଙ୍କ ଗ୍ୟାରେଣ୍ଟି କେଉଁଠାରେ ଅଛି? ତେଣୁ ଭୋଟର କଂଗ୍ରେସକୁ ବିଚାର କରିବାକୁ ସେ ଅପିଲ କରିଛନ୍ତି ।
The post କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ପରିବାରକୁ ପ୍ରତିମାସରେ ମିଳିବ ୫୦୦୦ ଟଙ୍କା appeared first on Dharitri Odia News.