ଆହାର ମେଣ୍ଟାଉଛି ମୂଷାଗାତ ଧାନ

ମହାକାଳପଡ଼ା, ୧୩ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜନଜାତିମାନଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାଳମାଳ ଯୋଜନା କରାଯାଇଛି। ହେଲେ ଏହି ଯୋଜନା ଜନଜାତିମାନଙ୍କ ବିକାଶ କ୍ଷେତ୍ରରେ ବାଧକ ସାଜିଛି। ଗରିବ ଖଟିଖିଆ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନେକ ଜନଜାତି ପରିବାର ପେଟ ଚାଖଣ୍ଡେ ପାଇଁ ଦାନା ମୁଠେ ଯୋଗାଡ଼ କରିବା କେତେ ଯେ କାଠିକର ପାଠ ବୃଦ୍ଧା ଜଣକ ନିଜର ଦୁଃଖଭରା କାହାଣୀ ବଖାଣିଛନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଆଦିବାସୀ […] The post ଆହାର ମେଣ୍ଟାଉଛି ମୂଷାଗାତ ଧାନ appeared first on Dharitri Odia News.

ଆହାର ମେଣ୍ଟାଉଛି ମୂଷାଗାତ ଧାନ

ମହାକାଳପଡ଼ା, ୧୩ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜନଜାତିମାନଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାଳମାଳ ଯୋଜନା କରାଯାଇଛି। ହେଲେ ଏହି ଯୋଜନା ଜନଜାତିମାନଙ୍କ ବିକାଶ କ୍ଷେତ୍ରରେ ବାଧକ ସାଜିଛି। ଗରିବ ଖଟିଖିଆ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନେକ ଜନଜାତି ପରିବାର ପେଟ ଚାଖଣ୍ଡେ ପାଇଁ ଦାନା ମୁଠେ ଯୋଗାଡ଼ କରିବା କେତେ ଯେ କାଠିକର ପାଠ ବୃଦ୍ଧା ଜଣକ ନିଜର ଦୁଃଖଭରା କାହାଣୀ ବଖାଣିଛନ୍ତି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବଉଳକଣି ପଞ୍ଚାୟତ ସିଂପଡ଼ା ଗ୍ରାମର ପାର୍ବତୀ ସିଂ (୬୮)। ଆଜକୁ ୩୦ବର୍ଷ ପୂର୍ବେ ସ୍ବାମୀ କାର୍ତ୍ତିକ ସିଂଙ୍କ ମୃତ୍ୟୁ ହୋଇଥିଲା। ହେଲେ ସେହିଦିନଠାରୁ ପାର୍ବତୀଙ୍କ ଉପରେ ଦୁଃଖର ପାହାଡ଼ ଲଦି ହୋଇପଡ଼ିଛି। ସ୍ବାମୀଙ୍କ ମୃତ୍ୟୁ ପରେ ପାର୍ବତୀ ବିଧବା ଭତ୍ତା, ଆବାସ ସମେତ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିନାହାନ୍ତି। ଏହି ଅସହାୟ ବୃଦ୍ଧା ସରକାରଙ୍କ ଜନ କଲ୍ୟାଣ ମୂଳକ ଯୋଜନାରୁ ବଞ୍ଚତ୍ତ ହେବା ପରେ ପେଟ ଚାଖଣ୍ଡେ ପାଇଁ ଚାଷ ଜମିରେ ମୂଷା ଗାତରେ ସାଇତି ରଖିଥିବା ଧାନକୁ ଆଣି ପେଟ ପୋଷୁଛନ୍ତି। ଶୀତ କାକର ରାତିରେ ଛିଣ୍ଡା ପଲିଥିନ ଘେରା ଦଦରା ଚାଳ ଘରେ ଛିଣ୍ଡା ଲୁଗା ଟାଙ୍ଗି ରାତି କାଟୁଛନ୍ତି। ବର୍ଷା ୪ ମାସ କଥା ନ କହିବା ଭଲ। ଭତ୍ତା, ପକ୍କା ଘର ଓ ଚାଉଳ ପାଇଁ ବ୍ଲକ କାର୍ଯ୍ୟାଳୟ ଦଉଡ଼ି ଦଉଡ଼ି ୨୪ ବର୍ଷ ବିତିଯାଇଛି। ହେଲେ ପୂର୍ବ ସରକାର ଶୁଣିଲେ ନାହିଁ। କେତେ ବଡ଼ ବଡ଼ ବାବୁଙ୍କୁ ଗୁହାରି କରିଛି ହେଲେ ମୋ ଦୁଃଖ କେହି ବୁଝିଲେ ନାହିଁ। ଆଉ କେତେଦିନ ବଞ୍ଚତ୍ବି। ଶେଷ ସମୟରେ ଆମ ମୁଖ୍ୟମନ୍ତ୍ରୀ ମୋ ଦୁଃଖ ବୁଝିବେ ବୋଲି ଆଶା ରଖିଛି ବୋଲି କୋହଭରା କଣ୍ଠରେ କହିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ପଚାରିବାରେ ପାର୍ବତୀଙ୍କ ସମସ୍ୟା ସମ୍ପର୍କିତ ତଥ୍ୟ ଦେଲେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

The post ଆହାର ମେଣ୍ଟାଉଛି ମୂଷାଗାତ ଧାନ appeared first on Dharitri Odia News.