କର୍ମଚାରୀଙ୍କ ଦରମା ବଢ଼ାଇବାରୁ ଦୋକାନୀଙ୍କୁ ଜେଲ
ନେପିଡୋ,୩।୭:ମ୍ୟାନ୍ମାରରେ ଜଣେ ଦୋକାନୀ ତାଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବାରୁ ତାଙ୍କୁ ଜେଲ ପଠାଯାଇଛି। ମ୍ୟାନ୍ମାରର ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ବେଳେ ଉକ୍ତ ଦୋକାନୀ ଜଣକ ନିଜ କର୍ମଚାରୀଙ୍କ ବେତନ ବୃଦ୍ଧି କରିଥିଲେ। ତେଣୁ ଦେଶର ସାମରିକ ସରକାରଙ୍କ ସୈନିକମାନେ ‘ପ୍ୟାଏ ପ୍ୟୋ ଜୋ’ ନାମକ ଜଣେ ଦୋକାନୀଙ୍କୁ ଜେଲ ପଠାଇଛନ୍ତି। ସେହିପରି ତାଙ୍କର ୩ଟି ମୋବାଇଲ ଓ ସ୍ମାର୍ଟଫୋନ ଦୋକାନକୁ ମଧ୍ୟ ବନ୍ଦ କରିଦିଆଯାଇଛି। ତେବେ କର୍ମଚାରୀଙ୍କ ବେତନ ବୃଦ୍ଧି କରିବା ଅପରାଧରେ କେବଳ ପ୍ୟାଏ […] The post କର୍ମଚାରୀଙ୍କ ଦରମା ବଢ଼ାଇବାରୁ ଦୋକାନୀଙ୍କୁ ଜେଲ appeared first on Dharitri Odia News.
ନେପିଡୋ,୩।୭:ମ୍ୟାନ୍ମାରରେ ଜଣେ ଦୋକାନୀ ତାଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବାରୁ ତାଙ୍କୁ ଜେଲ ପଠାଯାଇଛି। ମ୍ୟାନ୍ମାରର ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ବେଳେ ଉକ୍ତ ଦୋକାନୀ ଜଣକ ନିଜ କର୍ମଚାରୀଙ୍କ ବେତନ ବୃଦ୍ଧି କରିଥିଲେ। ତେଣୁ ଦେଶର ସାମରିକ ସରକାରଙ୍କ ସୈନିକମାନେ ‘ପ୍ୟାଏ ପ୍ୟୋ ଜୋ’ ନାମକ ଜଣେ ଦୋକାନୀଙ୍କୁ ଜେଲ ପଠାଇଛନ୍ତି। ସେହିପରି ତାଙ୍କର ୩ଟି ମୋବାଇଲ ଓ ସ୍ମାର୍ଟଫୋନ ଦୋକାନକୁ ମଧ୍ୟ ବନ୍ଦ କରିଦିଆଯାଇଛି। ତେବେ କର୍ମଚାରୀଙ୍କ ବେତନ ବୃଦ୍ଧି କରିବା ଅପରାଧରେ କେବଳ ପ୍ୟାଏ ଜେଲକୁ ଯାଇନାହାନ୍ତି, ନିକଟରେ ସମାନ ଅପରାଧ ପାଇଁ ୧୦ ଜଣ ଦୋକାନୀଙ୍କୁ ଗିରଫ କରାଯାଇଛି। ସରକାର ବିରୋଧୀ ଅସନ୍ତୋଷକୁ ଦମନ କରିବା ପାଇଁ ବ୍ୟବହୃତ ଆଇନ ଅନୁଯାୟୀ ଏହି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ସମସ୍ତ ଦୋକାନୀଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ। ପ୍ୟାଏଙ୍କ ଦୋକାନ ସମ୍ମୁଖରେ ଏକ ନୋଟିସ ମାରି କୁହାଯାଇଛି, ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ନିୟମକୁ ଭଙ୍ଗ କରିବା କାରଣରୁ ଏହି ଦୋକାନକୁ ବନ୍ଦ କରାଯାଇଛି।
The post କର୍ମଚାରୀଙ୍କ ଦରମା ବଢ଼ାଇବାରୁ ଦୋକାନୀଙ୍କୁ ଜେଲ appeared first on Dharitri Odia News.