କଂଗ୍ରେସକୁ ଅଲ୍ଟିମେଟମ୍ ଦେଲେ ଅଖିଳେଶ
ଲକ୍ଷ୍ନୌ,୧୯।୨: ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗଦେବା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଯଦି ଆସନ ବଣ୍ଟନ ହୁଏ ତେବେ ସେ ଏହି ଯାତ୍ରାରେ ଭାଗ ନେବେ। ଆସନ ବଣ୍ଟନ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ। ସୋମବାର ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ କହିଛନ୍ତି, ମିଳିତ ମେଣ୍ଟ ସମ୍ପର୍କରେ ଆଲୋଚନା ଜାରି ରହିଛି, ସେମାନେ ଆସନ ବଣ୍ଟା ତାଲିକା ଗ୍ରହଣ କରିଛନ୍ତି। ଆସନ ବଣ୍ଟନ […] The post କଂଗ୍ରେସକୁ ଅଲ୍ଟିମେଟମ୍ ଦେଲେ ଅଖିଳେଶ appeared first on Dharitri Odia News.
ଲକ୍ଷ୍ନୌ,୧୯।୨: ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗଦେବା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଯଦି ଆସନ ବଣ୍ଟନ ହୁଏ ତେବେ ସେ ଏହି ଯାତ୍ରାରେ ଭାଗ ନେବେ। ଆସନ ବଣ୍ଟନ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ।
ସୋମବାର ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ କହିଛନ୍ତି, ମିଳିତ ମେଣ୍ଟ ସମ୍ପର୍କରେ ଆଲୋଚନା ଜାରି ରହିଛି, ସେମାନେ ଆସନ ବଣ୍ଟା ତାଲିକା ଗ୍ରହଣ କରିଛନ୍ତି। ଆସନ ବଣ୍ଟନ ହେବା ମାତ୍ରେ ସମାଜବାଦୀ ପାର୍ଟି କଂଗ୍ରେସର ନ୍ୟାୟ ଯାତ୍ରାରେ ଯୋଗଦେବେ।
ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ସହିତ ଅନେକ ରାଉଣ୍ଡ ଆଲୋଚନା ହୋଇଛି। ଅନେକ ତାଲିକା ସେଠାରୁ ଆସିଛି। ଅନେକ ତାଲିକା ମଧ୍ୟ ଏଠାରୁ ଯାଇଛି। ଯଦି ଆସନ ବଣ୍ଟନ ନ ହୁଏ, ତେବେ ସମାଜବାଦୀ ପାର୍ଟି ତାଙ୍କ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ କରିପାରିବ ନାହିଁ।
The post କଂଗ୍ରେସକୁ ଅଲ୍ଟିମେଟମ୍ ଦେଲେ ଅଖିଳେଶ appeared first on Dharitri Odia News.