ଲଗାତର ଦ୍ୱିତୀୟ ଫାଇନାଲୂ ହାରିବା ପରେ ଭୋ ଭୋ କାନ୍ଦିଲେ ଅଧିନାୟକ

ନୂଆଦିଲ୍ଲୀ,୧୮।୩: ମହିଳା ପ୍ରିମିୟର ଲିଗ ୨୦୨୪ (ଡବ୍ଲ୍ୟୁପିଏଲ୍‌) ର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ଠାରୁ ହାରିଥିଲା। ଏହା ଦିଲ୍ଲୀର ପ୍ରଥମ ନୁହେଁ କିନ୍ତୁ ଫାଇନାଲରେ କ୍ରମାଗତ ଦ୍ୱିତୀୟ ପରାଜୟ। ପ୍ରଥମ ସିଜିନରେ ମଧ୍ୟ ଦିଲ୍ଲୀ ଦଳ ଫାଇନାଲରେ ପ୍ରବେଶ କରିଥିଲା। ଏଠାରେ ସେମାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସଙ୍କ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ବର୍ତ୍ତମାନ ଦ୍ୱିତୀୟ ସିଜନରେ ଆରସିବି ସେମାନଙ୍କୁ ପରାସ୍ତ କରି ଟାଇଟଲରୁ ଦୂରେଇ ରଖିଥିଲା। କ୍ରମାଗତ ଦ୍ୱିତୀୟ ଫାଇନାଲରେ ହାରିଥିବା […] The post ଲଗାତର ଦ୍ୱିତୀୟ ଫାଇନାଲୂ ହାରିବା ପରେ ଭୋ ଭୋ କାନ୍ଦିଲେ ଅଧିନାୟକ appeared first on Dharitri Odia News.

ଲଗାତର ଦ୍ୱିତୀୟ ଫାଇନାଲୂ ହାରିବା ପରେ ଭୋ ଭୋ କାନ୍ଦିଲେ ଅଧିନାୟକ

ନୂଆଦିଲ୍ଲୀ,୧୮।୩: ମହିଳା ପ୍ରିମିୟର ଲିଗ ୨୦୨୪ (ଡବ୍ଲ୍ୟୁପିଏଲ୍‌) ର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ଠାରୁ ହାରିଥିଲା। ଏହା ଦିଲ୍ଲୀର ପ୍ରଥମ ନୁହେଁ କିନ୍ତୁ ଫାଇନାଲରେ କ୍ରମାଗତ ଦ୍ୱିତୀୟ ପରାଜୟ। ପ୍ରଥମ ସିଜିନରେ ମଧ୍ୟ ଦିଲ୍ଲୀ ଦଳ ଫାଇନାଲରେ ପ୍ରବେଶ କରିଥିଲା। ଏଠାରେ ସେମାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସଙ୍କ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ବର୍ତ୍ତମାନ ଦ୍ୱିତୀୟ ସିଜନରେ ଆରସିବି ସେମାନଙ୍କୁ ପରାସ୍ତ କରି ଟାଇଟଲରୁ ଦୂରେଇ ରଖିଥିଲା। କ୍ରମାଗତ ଦ୍ୱିତୀୟ ଫାଇନାଲରେ ହାରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଅତ୍ୟନ୍ତ ଭାବପ୍ରବଣ ଦେଖା ଦେଇଥିଲା। ଏଥିରେ ଅଧିନାୟକ ମେଗ ଲାନିଙ୍ଗ ମଧ୍ୟ ସାମିଲ ହୋଇଥିଲେ।
ଟାଇଟଲ ମ୍ୟାଚ ହାରିଯିବା ପରେ ଦିଲ୍ଲୀ ଖେଳାଳିଙ୍କ ଆଖିରେ ଲୁହ ଆସିଯାଇଥିଲା। ଦିଲ୍ଲୀ ଅଧିନାୟକ ମ୍ୟାଗ ଲାନିଙ୍ଗଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଦିଲ୍ଲୀ ଅଧିନାୟକ ମେଗ ଲାନିଙ୍ଗଙ୍କ ଆଖିରୁ ଲୁହ ଝରି ଆସୁଛି। ସେ ରୁମାଲ ସହାୟତାରେ ପୋଛୁଛନ୍ତି।

The post ଲଗାତର ଦ୍ୱିତୀୟ ଫାଇନାଲୂ ହାରିବା ପରେ ଭୋ ଭୋ କାନ୍ଦିଲେ ଅଧିନାୟକ appeared first on Dharitri Odia News.