ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ୍ ସମୟରେ ପରିବର୍ତ୍ତନ, ସାଢ଼େ ୬ରୁ ସାଢ଼େ ୧୦ ପାଠପଢ଼ା

ଭୁବନେଶ୍ୱର ୦୬/୦୪: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ୍‌ ସମୟରେ ପରିବର୍ତ୍ତନ କରାଯାଇଛି । ସମସ୍ତ ସରକାରୀ,  ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ୍‌ ଓ  ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ସାଢ଼େ ୬ଟାରୁ ପାଠପଢ଼ା  ଆରମ୍ଭ କରି ସାଢ଼େ ୧୦ଟାରେ ଛୁଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ  ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଆଜି ଭୁବନେଶ୍ୱରରେ  ସାଢ଼େ ୧୧ଟା ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଡେଇଁଥିଲା ।  ଏହାକୁ ଦୃଷ୍ଟିରେ ରଖି ସମୟରେ ପରିବର୍ତ୍ତନ କରାଯାଇଛି ।  ସୂଚନାଯୋଗ୍ୟ, ଗଣଶିକ୍ଷା ବିଭାଗ ପକ୍ଷରୁ ପାଠପଢ଼ା  ସମୟ ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଥିଲା ।ସୂଚନା ଥାଉକି ସାରା ରାଜ୍ୟରେ ଖରାର ପ୍ରକୋପ ଜାରି ରହିଛି । ଆକାଶରୁ ବର୍ଷୁଛି ନିଆଁ । ଏସିଆର ୧୦ଟି ଉତପ୍ତ ସହର ମଧ୍ୟରେ ଷଷ୍ଠ ସ୍ଥାନରେ ଭୁବନେଶ୍ୱର । ଭୁବନେଶ୍ୱରରେ ଶୁକ୍ରବାର ଦିନର ସର୍ବାଧିକ ୪୩ଦଶମିକ ୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାହାକି ଚଳିତ ବର୍ଷର ସର୍ବାଧିକ ତାପାମାତ୍ରା । ୪୦ଡିଗ୍ରୀ ଉପରେ ୨୫ଟି ସହର ରହିଥିବା ବେଳେ ସର୍ବାଧିକ ତାପମାତ୍ରା ଥିଲା ଭୁବନେଶ୍ୱରରେ । ପାରଳାଖେମୁଣ୍ଡିରେ ୪୨ଦଶମିକ ୬, ତାଳଚେର ୪୨ଦଶମିକ ୪, ମାଲକାନଗିରି ଓ ବୌଦ୍ଧରେ ୪୨ଦଶମିକ ୨ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।ଦେଶ ଭିତରେ ନୁହେଁ ବରଂ ପୁରା ଏସିଆ ମହାଦେଶର ୧୦ଟି ଉତପ୍ତ ସହର ମ

ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ୍ ସମୟରେ ପରିବର୍ତ୍ତନ, ସାଢ଼େ ୬ରୁ ସାଢ଼େ ୧୦ ପାଠପଢ଼ା

ଭୁବନେଶ୍ୱର ୦୬/୦୪: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ୍‌ ସମୟରେ ପରିବର୍ତ୍ତନ କରାଯାଇଛି । ସମସ୍ତ ସରକାରୀ,  ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ୍‌ ଓ  ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ସାଢ଼େ ୬ଟାରୁ ପାଠପଢ଼ା  ଆରମ୍ଭ କରି ସାଢ଼େ ୧୦ଟାରେ ଛୁଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ  ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଆଜି ଭୁବନେଶ୍ୱରରେ  ସାଢ଼େ ୧୧ଟା ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଡେଇଁଥିଲା ।  ଏହାକୁ ଦୃଷ୍ଟିରେ ରଖି ସମୟରେ ପରିବର୍ତ୍ତନ କରାଯାଇଛି ।  ସୂଚନାଯୋଗ୍ୟ, ଗଣଶିକ୍ଷା ବିଭାଗ ପକ୍ଷରୁ ପାଠପଢ଼ା  ସମୟ ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଥିଲା ।

ସୂଚନା ଥାଉକି ସାରା ରାଜ୍ୟରେ ଖରାର ପ୍ରକୋପ ଜାରି ରହିଛି । ଆକାଶରୁ ବର୍ଷୁଛି ନିଆଁ । ଏସିଆର ୧୦ଟି ଉତପ୍ତ ସହର ମଧ୍ୟରେ ଷଷ୍ଠ ସ୍ଥାନରେ ଭୁବନେଶ୍ୱର । ଭୁବନେଶ୍ୱରରେ ଶୁକ୍ରବାର ଦିନର ସର୍ବାଧିକ ୪୩ଦଶମିକ ୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାହାକି ଚଳିତ ବର୍ଷର ସର୍ବାଧିକ ତାପାମାତ୍ରା । 

୪୦ଡିଗ୍ରୀ ଉପରେ ୨୫ଟି ସହର ରହିଥିବା ବେଳେ ସର୍ବାଧିକ ତାପମାତ୍ରା ଥିଲା ଭୁବନେଶ୍ୱରରେ । ପାରଳାଖେମୁଣ୍ଡିରେ ୪୨ଦଶମିକ ୬, ତାଳଚେର ୪୨ଦଶମିକ ୪, ମାଲକାନଗିରି ଓ ବୌଦ୍ଧରେ ୪୨ଦଶମିକ ୨ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

ଦେଶ ଭିତରେ ନୁହେଁ ବରଂ ପୁରା ଏସିଆ ମହାଦେଶର ୧୦ଟି ଉତପ୍ତ ସହର ମଧ୍ୟରେ ରହିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ପ୍ରଥମ ତିନୋଟି ସ୍ଥାନରେ ମିଆଁମାରର ତିନୋଟି ସହର ଥିବା ବେଳେ ଭୁବନେଶ୍ୱରର ସ୍ଥାନ ୬ ନମ୍ବର ରହିଛି । ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଓଜିମେଟ୍ ପକ୍ଷରୁ ଏହି ତଥ୍ୟ ମିଳିଛି ।

ତାଲିକାର ପ୍ରଥମ ୧୦ଟି ସହର ମଧ୍ୟରେ ଭାରତର ୫ଟି ସହର ସ୍ଥାନ ପାଇଛି । ଭାରତର ନନ୍ଦୟାଲ ସହର ୪୩ ଦଶମିକ ୭ ଡିଗ୍ରୀ ସହ ଚତୁର୍ଥ, କୁର୍ନୁଲ ୪୩ ଦଶମିକ ୫ ଡିଗ୍ରୀ ସହ ସପ୍ତମ, ଗୁଲବର୍ଗ ୪୩ ଦଶମିକ ୩ ଡିଗ୍ରୀ ଏବଂ ଅନନ୍ତପୁର ୪୩ ଦଶମିକ ୩ ଡିଗ୍ରୀ ରେକର୍ଡ କରାଯାଇଛି ।