ଭୋଟ ଦେବାର ଭିନ୍ନ ନିଶା, ମାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଛାଡି ଭୋଟ ଦେଲେ ସପରିବାର
ନୂଆଦିଲ୍ଲୀ ୦୨।୦୬: ମାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପଛ, ଆଗ ଭୋଟ ଦେବା । ଏପରି କିଛି କରିଛନ୍ତି ଜଣେ ୮୦ ବର୍ଷୀୟା ମୃତ ମହିଳାଙ୍କ ପରିବାର । ସେମାନେ ମାଙ୍କ ଅନ୍ତ୍ୟେଷ୍ଟି କ୍ରିୟା କରିବା ବଦଳରେ ଭୋଟ୍କୁ ପ୍ରାଧାନ୍ୟ ଦେଇଛନ୍ତି । ମାମଲାଟି ହେଉଛି ବିହାରର । ଜେହାନାବାଦ ନିର୍ବାଚନମଣ୍ଡଳୀର ଦେବକୁଲି ଗାଁରେ ଗତ ଶନିବାର ଶେଷ ପର୍ଯ୍ୟାୟ ଭୋଟ୍ ଚାଲିଥିଲା । ଏହି ସମୟରେ ଘଟଣାଟି ସାମ୍ନାକୁ ଆସିଛି । ମୃତ ମହିଳାଙ୍କ ପୁଅ ମିଥିଳେଶ ଯାଦବ ଗଣମାଧ୍ୟମକୁ କହିଛନ୍ତି ‘ମୋ ମା’ଙ୍କର ଦେହାନ୍ତ ହୋଇଛି । ସେ ଆଉ ଫେରିବେ ନାହିଁ । ତାଙ୍କ ଶେଷକୃତ୍ୟରେ ବିଳମ୍ବ ହେଲେ ଚଳିବ । କିନ୍ତୁ ଭୋଟ୍ରେ ନୁହେଁ, କାରଣ ୫ ବର୍ଷ ପରେ ଆସିବ ନିର୍ବାଚନ । ସେଥିପାଇଁ ଆମ ପରିବାରରେ ସମସ୍ତ ସଦସ୍ୟ ଏ ବିଷୟରେ ଆଲୋଚନା କଲୁ । ଭୋଟ୍ ଦେବା ପରେ ମା’ଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପାଦନ କରିବାକୁ ଆମେ ନିଷ୍ପତ୍ତି ନେଲୁ ।’ ମହିଳାଙ୍କ ଅନ୍ତ୍ୟେଷ୍ଟି କ୍ରିୟାକୁ ପଛରେ ପକାଇ ପରିବାର ସଦସ୍ୟ ଗାଁର ୧୧୫ ନମ୍ବର ପୋଲିଂ ବୁଥ୍କୁ ଭୋଟ୍ ଦେବାକୁ ଗଲେ । ସୂଚନାଯୋଗ୍ୟ, ଶେଷ ପର୍ଯ୍ୟାୟ ନିର୍ବାଚନରେ ବିହାରର ୮ ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହୋଇଛି । ଏଥିରେ ଏହି ପରିବାର ମଧ୍ୟ ସାମିଲ ହୋଇଥିଲେ ।
ନୂଆଦିଲ୍ଲୀ ୦୨।୦୬: ମାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପଛ, ଆଗ ଭୋଟ ଦେବା । ଏପରି କିଛି କରିଛନ୍ତି ଜଣେ ୮୦ ବର୍ଷୀୟା ମୃତ ମହିଳାଙ୍କ ପରିବାର । ସେମାନେ ମାଙ୍କ ଅନ୍ତ୍ୟେଷ୍ଟି କ୍ରିୟା କରିବା ବଦଳରେ ଭୋଟ୍କୁ ପ୍ରାଧାନ୍ୟ ଦେଇଛନ୍ତି । ମାମଲାଟି ହେଉଛି ବିହାରର ।
ଜେହାନାବାଦ ନିର୍ବାଚନମଣ୍ଡଳୀର ଦେବକୁଲି ଗାଁରେ ଗତ ଶନିବାର ଶେଷ ପର୍ଯ୍ୟାୟ ଭୋଟ୍ ଚାଲିଥିଲା । ଏହି ସମୟରେ ଘଟଣାଟି ସାମ୍ନାକୁ ଆସିଛି । ମୃତ ମହିଳାଙ୍କ ପୁଅ ମିଥିଳେଶ ଯାଦବ ଗଣମାଧ୍ୟମକୁ କହିଛନ୍ତି ‘ମୋ ମା’ଙ୍କର ଦେହାନ୍ତ ହୋଇଛି । ସେ ଆଉ ଫେରିବେ ନାହିଁ । ତାଙ୍କ ଶେଷକୃତ୍ୟରେ ବିଳମ୍ବ ହେଲେ ଚଳିବ । କିନ୍ତୁ ଭୋଟ୍ରେ ନୁହେଁ, କାରଣ ୫ ବର୍ଷ ପରେ ଆସିବ ନିର୍ବାଚନ ।
ସେଥିପାଇଁ ଆମ ପରିବାରରେ ସମସ୍ତ ସଦସ୍ୟ ଏ ବିଷୟରେ ଆଲୋଚନା କଲୁ । ଭୋଟ୍ ଦେବା ପରେ ମା’ଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପାଦନ କରିବାକୁ ଆମେ ନିଷ୍ପତ୍ତି ନେଲୁ ।’ ମହିଳାଙ୍କ ଅନ୍ତ୍ୟେଷ୍ଟି କ୍ରିୟାକୁ ପଛରେ ପକାଇ ପରିବାର ସଦସ୍ୟ ଗାଁର ୧୧୫ ନମ୍ବର ପୋଲିଂ ବୁଥ୍କୁ ଭୋଟ୍ ଦେବାକୁ ଗଲେ ।
ସୂଚନାଯୋଗ୍ୟ, ଶେଷ ପର୍ଯ୍ୟାୟ ନିର୍ବାଚନରେ ବିହାରର ୮ ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହୋଇଛି । ଏଥିରେ ଏହି ପରିବାର ମଧ୍ୟ ସାମିଲ ହୋଇଥିଲେ ।