ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ହୋଇନି, ବିଶୃଙ୍ଖଳିତ ଅଧିକାରୀ ବିଭ୍ରାନ୍ତିକର ବୟାନ ଦେଇଛନ୍ତି: ଆଇନମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଜୁଲାଇ ୮ରେ ଖୋଲିବ ବୋଲି ବୁଧବାର ପୂର୍ବାହ୍ଣ ପରଠୁ ଖବର ପ୍ରସାର ହେବା ପରେ ସଂଧ୍ୟାରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି । ଜୁଲାଇ ୮ରେ ଖୋଲିବନି ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ବୟାନ ଦେଇ ସ୍ପଷ୍ଟ କରିଛନ୍ତି ।ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, 'ଛତିଶା ନିଯୋଗ ବୈଠକରେ ରତ୍ନଭଣ୍ଡାର ଖୋଲିବା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ସରକାର ନେବେ । ତେବେ ଜଣେ ବିଶୃଙ୍ଖଳିତ ଏଏସଆଇ ଅଧିକାରୀ ବିଭ୍ରାନ୍ତିକର ବୟାନ ଦେଇଛନ୍ତି । ସରକାରଙ୍କ ନିଷ୍ପତ୍ତି ପୂର୍ବରୁ ଯେଉଁ ସରକାରୀ ଅଧିକାରୀ ଏପରି ବିଭ୍ରାନ୍ତିକର ବୟାନ ଦେଇଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।'

ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ହୋଇନି, ବିଶୃଙ୍ଖଳିତ ଅଧିକାରୀ ବିଭ୍ରାନ୍ତିକର ବୟାନ ଦେଇଛନ୍ତି: ଆଇନମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଜୁଲାଇ ୮ରେ ଖୋଲିବ ବୋଲି ବୁଧବାର ପୂର୍ବାହ୍ଣ ପରଠୁ ଖବର ପ୍ରସାର ହେବା ପରେ ସଂଧ୍ୟାରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି । ଜୁଲାଇ ୮ରେ ଖୋଲିବନି ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ବୟାନ ଦେଇ ସ୍ପଷ୍ଟ କରିଛନ୍ତି ।

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, 'ଛତିଶା ନିଯୋଗ ବୈଠକରେ ରତ୍ନଭଣ୍ଡାର ଖୋଲିବା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ସରକାର ନେବେ । ତେବେ ଜଣେ ବିଶୃଙ୍ଖଳିତ ଏଏସଆଇ ଅଧିକାରୀ ବିଭ୍ରାନ୍ତିକର ବୟାନ ଦେଇଛନ୍ତି । ସରକାରଙ୍କ ନିଷ୍ପତ୍ତି ପୂର୍ବରୁ ଯେଉଁ ସରକାରୀ ଅଧିକାରୀ ଏପରି ବିଭ୍ରାନ୍ତିକର ବୟାନ ଦେଇଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।'