ସିଇସି ବୈଠକରେ ପ୍ରାର୍ଥୀ ଚୟନ ଶେଷ; କଂଗ୍ରେସ ଆଜି ପ୍ରକାଶ କରିପାରେ ପ୍ରଥମ ତାଲିକା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜାରି । ଗୁରୁବାର କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ୪୦ଜଣଙ୍କ ନାଁରେ ଅନ୍ତିମ ମୋହର ବାଜିଛି । ଶୁକ୍ରବାର ସଂଧ୍ୟା ସୁଦ୍ଧା କଂଗ୍ରେସ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଏହି ଲିଷ୍ଟରେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖଡଗେଙ୍କ ଜ୍ବାଇଁ ଆଦି ବହୁ ନେତା ରହିଛନ୍ତି । ଏହି ତାଲିକାରେ କେରଳର ଓ୍ବାଏନାଡ଼ ଲୋକସଭା ଆସନରୁ ଆଉ ଥରେ ନିର୍ବାଚନ ଲଢ଼ିପାରନ୍ତି ରାହୁଲ ଗାନ୍ଧି । ରାହୁଲ ଗାନ୍ଧିଙ୍କ ଓ୍ବାଏନାଡ଼ ସିଟ୍ ଉପରେ ମୋହର ମାରିଛି ସିଇସି । ତେବେ ଅମେଥିରୁ ନିର୍ବାଚନ ଲଢ଼ିବେ କି ନାହିଁ ତାହା ସସ୍ପେନ୍ସ ରହିଛି । ଏହି ଲୋକସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖଗଡେଙ୍କ ଜ୍ବାଇଁ ଟିକେଟ୍ ରେସରେ ରହିଛନ୍ତି । ସେହିପରି ରାଏବରେଲି ଆସନ ଉପରେ ସମସ୍ତ ନଜର ରହଛି । ଏଠାରୁ ପ୍ରିୟଙ୍କା ଗାନ୍ଧି ନିର୍ବାଚନୀ ଡେବ୍ୟୁ କରିବେ ବୋଲି କୁହାଯାଉଛି । କଂଗ୍ରେସ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ୬୦ ଲୋକସଭା ଆସନ ଚର୍ଚ୍ଚା ହୋଇଛି । ଏଥିରେ ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ତେଲଙ୍ଗାନା, ମେଘାଳୟ, ନାଗାଲାଣ୍ଡ, ମଣିପୁର ଏବଂ ଲାକ୍ଷାଦ୍ବୀପ ଆଦି ଲୋକସଭା ସିଟ୍ ସାମିଲ୍ ରହିଛି । ସୂଚନା ଅନୁଯାୟ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜାରି । ଗୁରୁବାର କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ୪୦ଜଣଙ୍କ ନାଁରେ ଅନ୍ତିମ ମୋହର ବାଜିଛି । ଶୁକ୍ରବାର ସଂଧ୍ୟା ସୁଦ୍ଧା କଂଗ୍ରେସ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଏହି ଲିଷ୍ଟରେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖଡଗେଙ୍କ ଜ୍ବାଇଁ ଆଦି ବହୁ ନେତା ରହିଛନ୍ତି ।
ଏହି ତାଲିକାରେ କେରଳର ଓ୍ବାଏନାଡ଼ ଲୋକସଭା ଆସନରୁ ଆଉ ଥରେ ନିର୍ବାଚନ ଲଢ଼ିପାରନ୍ତି ରାହୁଲ ଗାନ୍ଧି । ରାହୁଲ ଗାନ୍ଧିଙ୍କ ଓ୍ବାଏନାଡ଼ ସିଟ୍ ଉପରେ ମୋହର ମାରିଛି ସିଇସି । ତେବେ ଅମେଥିରୁ ନିର୍ବାଚନ ଲଢ଼ିବେ କି ନାହିଁ ତାହା ସସ୍ପେନ୍ସ ରହିଛି । ଏହି ଲୋକସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖଗଡେଙ୍କ ଜ୍ବାଇଁ ଟିକେଟ୍ ରେସରେ ରହିଛନ୍ତି । ସେହିପରି ରାଏବରେଲି ଆସନ ଉପରେ ସମସ୍ତ ନଜର ରହଛି । ଏଠାରୁ ପ୍ରିୟଙ୍କା ଗାନ୍ଧି ନିର୍ବାଚନୀ ଡେବ୍ୟୁ କରିବେ ବୋଲି କୁହାଯାଉଛି ।
କଂଗ୍ରେସ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ୬୦ ଲୋକସଭା ଆସନ ଚର୍ଚ୍ଚା ହୋଇଛି । ଏଥିରେ ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ତେଲଙ୍ଗାନା, ମେଘାଳୟ, ନାଗାଲାଣ୍ଡ, ମଣିପୁର ଏବଂ ଲାକ୍ଷାଦ୍ବୀପ ଆଦି ଲୋକସଭା ସିଟ୍ ସାମିଲ୍ ରହିଛି । ସୂଚନା ଅନୁଯାୟୀ, ସଂଗ୍ରେସ ମହାସହିଚ କେସି ବେଣୁଗୋପାଳ ପ୍ରାର୍ଥୀ ସୂଚନା ସାମିଲ ଥିବା କୁହାଯାଉଛି । କେରଳରେ ପାର୍ଟି ସ୍କ୍ରିନିଂ କମିଟି ଓ୍ବାଏନାଡ଼ା ପାଇଁ ରାହୁଲ ଗାନ୍ଧିଙ୍କ ନାଁରେ ମୋହର ମାରିଛି ।