ଛାତ୍ରୀଙ୍କୁ ପ୍ରେମକରି ବନ୍ଧାହେଲେ ଶିକ୍ଷକ
ଶେରଗଡ,୧୮ା୧୨(ସୂର୍ଯ୍ୟନାରାୟଣ ଦାଶ): ଜଣେ ନାବାଳିକା ଛାତ୍ରୀଙ୍କୁ ପ୍ରେମ କରିବା ଅଭିଯୋଗରେ ସୋମବାର ଗଞ୍ଜାମ ଜିଲା ଶେରଗଡ ବ୍ଲକ ବି. ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଗ୍ରାମବାସୀ ଖୁଣ୍ଟରେ ବାନ୍ଧି ପୋଲିସ ଜିମା ଦେଇଥିଲେ। ନାବାଳିକା ଛାତ୍ରୀଙ୍କ ବାପାଙ୍କ ଏତଲା କ୍ରମେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ସେ ହେଲେ କଳା ଶିକ୍ଷକ ନିଳାମ୍ବର ଦାସ। ପ୍ରକାଶ ଯେ, ଶିକ୍ଷକ ଜଣଙ୍କ ନାବାଳିକା ଛାତ୍ରୀଙ୍କୁ ଭଲ ପାଉଥିଲେ। ଏହା ଜାଣିବା ପରେ ତାଙ୍କୁ ତାଗିଦ୍ କରିବାକୁ […] The post ଛାତ୍ରୀଙ୍କୁ ପ୍ରେମକରି ବନ୍ଧାହେଲେ ଶିକ୍ଷକ appeared first on Dharitri Odia News.
ଶେରଗଡ,୧୮ା୧୨(ସୂର୍ଯ୍ୟନାରାୟଣ ଦାଶ): ଜଣେ ନାବାଳିକା ଛାତ୍ରୀଙ୍କୁ ପ୍ରେମ କରିବା ଅଭିଯୋଗରେ ସୋମବାର ଗଞ୍ଜାମ ଜିଲା ଶେରଗଡ ବ୍ଲକ ବି. ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଗ୍ରାମବାସୀ ଖୁଣ୍ଟରେ ବାନ୍ଧି ପୋଲିସ ଜିମା ଦେଇଥିଲେ। ନାବାଳିକା ଛାତ୍ରୀଙ୍କ ବାପାଙ୍କ ଏତଲା କ୍ରମେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ସେ ହେଲେ କଳା ଶିକ୍ଷକ ନିଳାମ୍ବର ଦାସ।
ପ୍ରକାଶ ଯେ, ଶିକ୍ଷକ ଜଣଙ୍କ ନାବାଳିକା ଛାତ୍ରୀଙ୍କୁ ଭଲ ପାଉଥିଲେ। ଏହା ଜାଣିବା ପରେ ତାଙ୍କୁ ତାଗିଦ୍ କରିବାକୁ ଗ୍ରାମର କେତେଜଣ ଲୋକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କହିଥିଲେ। କିନ୍ତୁ ସେ କୌଣସି ପଦକ୍ଷେପ ନେଇ ନ ଥିଲେ। ଗତ ଶନିବାର ନାବାଳିକା ଜଣକ ବିଦ୍ୟାଳୟ ଯାଇଥିଲେ ମଧ୍ୟ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି ପରେ ସମ୍ପୃକ୍ତ ଶିକ୍ଷକଙ୍କ ଘରୁ ଝିଅକୁ ପାଇଥିଲେ। ସୋମବାର ଗ୍ରାମବାସୀଙ୍କ ସହ ଛାତ୍ରୀଙ୍କ ପରିବାର ଲୋକେ ବିଦ୍ୟାଳୟ ମୁଖ୍ୟ ଗେଟ୍ରେ ତାଲା ପକାଇ ବାହାରେ ଜଗି ରହିଥିଲେ। ପୂର୍ବାହ୍ନ ୧୦ଟାରେ ଶିକ୍ଷକ ନିଳାମ୍ବର ବିଦ୍ୟାଳୟରେ ପହଞ୍ଚିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଜୋର ଜବରଦସ୍ତି ଖୁଣ୍ଟରେ ବାନ୍ଧି ଦେଇଥିଲେ। ପୋଲିସ ପହଞ୍ଚତ୍ ଶିକ୍ଷକଙ୍କୁ ଉଦ୍ଧାର କରିଥିଲା। ନାବାଳିକାଙ୍କ ବାପାଙ୍କ ଅଭିଯୋଗ ପ୍ରକାରେ ଶେରଗଡ଼ ପୋଲିସ ନଂ.୬୦୯/୨୩ରେ ମାମଲା ରୁଜୁ କରି ଘଟଣାର ଅଧିକ
The post ଛାତ୍ରୀଙ୍କୁ ପ୍ରେମକରି ବନ୍ଧାହେଲେ ଶିକ୍ଷକ appeared first on Dharitri Odia News.