ଧରିତ୍ରୀ’ୟୁଥ କନ୍‌କ୍ଲେଭ: ପଦ୍ମଶ୍ରୀ ଯମୁନା ଟୁଡୁଙ୍କୁ ‘ଲାଇଫ ଟାଇମ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ’

ଭୁବନେଶ୍ୱର,୨୪।୧୧(ବନ୍ଦନା ସେଠୀ/ଅନୁରାଧା ମହାରଣା): ଖଣି ଖନନ କାରଣରୁ ଓଡ଼ିଶାର ପ୍ରାକୃତିକ ଜଙ୍ଗଲ ଲଗାତାର ଭାବେ ନଷ୍ଟ ହେବାକୁ ଲାଗିଛି। ରାଜ୍ୟର କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଭଳି ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଏଭଳି ସ୍ଥିତି ଲାଗି ରହିଥିବା ବେଳେ, ହାତୀଙ୍କ ପାଇଁ ବାସସ୍ଥାନର ଅଭାବ ରହୁଛି। ଖଣିଖନନ ପାଇଁ ଜଙ୍ଗଲ ନଷ୍ଟ ହେଉଥିବା ବେଳେ, ଏହାଦ୍ୱାରା ହାତୀମାନଙ୍କ ବାସସ୍ଥାନ ଲୋପ ପାଉଛି। ଫଳରେ ସେମାନେ ଜନବସତିମୁହାଁ ହେଉଛନ୍ତି। ଏହାଦ୍ୱାରା ଫସଲ ନଷ୍ଟ ହେଉଥିବା ବେଳେ, ହାତୀ-ମଣିଷ ଲଢେଇ […] The post ଧରିତ୍ରୀ’ୟୁଥ କନ୍‌କ୍ଲେଭ: ପଦ୍ମଶ୍ରୀ ଯମୁନା ଟୁଡୁଙ୍କୁ ‘ଲାଇଫ ଟାଇମ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ’ appeared first on Dharitri Odia News.

ଧରିତ୍ରୀ’ୟୁଥ କନ୍‌କ୍ଲେଭ: ପଦ୍ମଶ୍ରୀ ଯମୁନା ଟୁଡୁଙ୍କୁ ‘ଲାଇଫ ଟାଇମ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ’

ଭୁବନେଶ୍ୱର,୨୪।୧୧(ବନ୍ଦନା ସେଠୀ/ଅନୁରାଧା ମହାରଣା): ଖଣି ଖନନ କାରଣରୁ ଓଡ଼ିଶାର ପ୍ରାକୃତିକ ଜଙ୍ଗଲ ଲଗାତାର ଭାବେ ନଷ୍ଟ ହେବାକୁ ଲାଗିଛି। ରାଜ୍ୟର କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଭଳି ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଏଭଳି ସ୍ଥିତି ଲାଗି ରହିଥିବା ବେଳେ, ହାତୀଙ୍କ ପାଇଁ ବାସସ୍ଥାନର ଅଭାବ ରହୁଛି। ଖଣିଖନନ ପାଇଁ ଜଙ୍ଗଲ ନଷ୍ଟ ହେଉଥିବା ବେଳେ, ଏହାଦ୍ୱାରା ହାତୀମାନଙ୍କ ବାସସ୍ଥାନ ଲୋପ ପାଉଛି। ଫଳରେ ସେମାନେ ଜନବସତିମୁହାଁ ହେଉଛନ୍ତି। ଏହାଦ୍ୱାରା ଫସଲ ନଷ୍ଟ ହେଉଥିବା ବେଳେ, ହାତୀ-ମଣିଷ ଲଢେଇ ବଢି ଚାଲିଛି। ପ୍ରାୟ ୩୦ ବର୍ଷ ତଳେ ଓଡ଼ିଶା ଏବଂ ଏହାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ସରକାର ପାଇଁ ହାତୀ ପରିଚାଳନା ଏକ ପ୍ରମୁଖ ଆହ୍ବାନ ଭାବେ ଉଭା ହୋଇଥିଲା।

୧୯୮୦ବେଳକୁ ହାତୀ-ମଣିଷ ଲଢେଇ ବହୁତ କମ ହେଉଥିଲା। ମାତ୍ର ୧୯୮୦ ଶେଷ ବେଳକୁ ହାତୀମାନେ ଜନବସତି ଆଡକୁ ମୁହାଁଇବା ସହ କ୍ଷୟକ୍ଷତି କରିବା ଆରମ୍ଭ କରିଥିଲେ। ଏବେ ଏହା ଏକ ନିୟମିତ ଧାରାରେ ପରିଣତ ହେବାରେ ଲାଗିଛି। ଯାହାର ଅନ୍ୟତମ କାରଣ ଜଳବାୟୁ ପରିବର୍ତ୍ତନ ବୋଲି ଏସିଆନ ଏଲିଫ୍ୟାଣ୍ଟ ଏକ୍ସପର୍ଟ ପ୍ରଫେସର ରମଣ ସୁକୁମାର କହିଛନ୍ତି। ‘ଧରିତ୍ରୀ’ର ୫୧ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସ୍ବସ୍ତିପ୍ରିମିୟମ ହୋଟେଲରେ ଆୟୋଜିତ ୟୁଥ କନ୍‌କ୍ଲେଭ ଚତୁର୍ଥ ସଂସ୍କରଣ ‘କ୍ଲାଇମେଟ ଚେଞ୍ଜ: ବିଲ୍ଡିଂ ରିଜିଲିଆନ୍ସ’ରେ ଯୋଗଦେଇ ସେ ଏହା କହିଛନ୍ତି।

ଜଳବାୟୁ ପରିବର୍ତ୍ତନର ଅର୍ଥ ତାପମାତ୍ରା ବୃଦ୍ଧି ପାଇବା। ଭାରତରେ ତାପମାତ୍ରା ବୃଦ୍ଧି ପାଇଁ ଗ୍ଲେସିୟର ତରଳିବା ସହିତ ବିଭିନ୍ନ ନଦୀର ଜଳସ୍ତରରେ ପରିବର୍ତ୍ତନ ହେଉଛି। ଠିକ ଭାବେ କୌଣସି ଋତୁର ଅନୁଭୂତ ହେଉନାହିଁ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ପରିବେଶର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ।

ଏହାର ଅଂଶବିଶେଷ ଭାବେ ମାଙ୍ଗ୍ରୋଭର ସୁରକ୍ଷା, ସ୍ବଦେଶୀ ଜ୍ଞାନ ପ୍ରଣାଳୀ ଅପାଣାଇବା ଉପରେ ଗୁରୁତ୍ୱାରୋପ କରାଯିବା ଆବଶ୍ୟକ। ବିଶେଷକରି ସ୍ବଦେଶୀ ଜ୍ଞାନ ପ୍ରଣାଳୀ ସମ୍ପର୍କରେ ସ୍ଥାନୀୟ ଅଧିବାସୀ, ଆଦିବାସୀ ଅଞ୍ଚଳରେ ଶିକ୍ଷା ପ୍ରଦାନ କରିବା ବର୍ତ୍ତମାନ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ସୁକୁମାର କହିଥିଲେ।

ଏହି ଅବସରରେ ପଦ୍ମଶ୍ରୀ ଯମୁନା ଟୁଡୁ(ଲେଡି ଟାର୍ଜନ)ଙ୍କୁ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଲାଇଫ ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଥିଲା। ପୁରସ୍କାରର ପ୍ରତ୍ୟୁତ୍ତରରେ ପଦ୍ମଶ୍ରୀ ଟୁଡୁ ନିଜ ସଂଘର୍ଷମୟ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ମୟୁରଭଞ୍ଜର ଝିଅ ଝାଡ଼ଖଣ୍ଡ ରାଜ୍ୟର ବୋହୁ ହୋଇ ଯାଇଥିଲେ। ଛୋଟବେଳୁ ଗଛ ଲଗାଇବାକୁ ଭଲ ପାଉଥିବା ଯମୁନାଙ୍କ ଶାଶୁଘର ଗାଁରେ ଥିବା ଜଙ୍ଗଲ ଥିଲେ ହେଁ ତାହା ନଷ୍ଟ ହୋଇଯାଇଥିଲା। ଯାହାକୁ ଦେଖି ତାଙ୍କ ମନରେ ଆନ୍ଦୋଳନ ସୃଷ୍ଟି ହୋଇଥିଲା। ତେଣୁ ଗ୍ରାମର କିଛି ମହିଳାଙ୍କୁ ଏକାଠି କରି ଜଙ୍ଗଲକୁ ରକ୍ଷା କରିବା ପାଇଁ ଆଗେଇ ଆସିଥିଲେ।

ଜଙ୍ଗଲରେ ଛାମୁଣ୍ଡିଆ କରି ସେଠାରେ ଦିନରାତି ଜଗି ରହୁଥିଲେ। ଗୋଟିଏ ଗଁାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଧିରେ ଧିରେ ସମଗ୍ର ଜିଲାର ଏକାଧିକ ଗ୍ରାମ ଯୋଡି ହୋଇଥିଲା। ୪ଶହରୁ ଅଧିକ ବନ ସୁରକ୍ଷା ସମିତି ଗଠନ କରି ଯମୁନା ଏବେ ଜଙ୍ଗଲ ସୁରକ୍ଷା ପାଇଁ କାମ କରି ଆସୁଛନ୍ତି। ଏଥିପାଇଁ ତାଙ୍କୁ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏପରିକି ସେଠାରେ ଥିବା ମାଫିଆମାନେ ତାଙ୍କୁ ଧମକାଇବା ସହିତ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ।

ମାତ୍ର ଏତେ ପରେ ବି ସେ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ନ ହୋଇ ଜଙ୍ଗଲ ସୁରକ୍ଷା ପାଇଁ କାର୍ଯ୍ୟ କରି ଆସୁଛନ୍ତି। ଯମୁନାଙ୍କ ଏଭଳି ସଂଘର୍ଷର କାହାଣୀ ଉପସ୍ଥିତ ସମସ୍ତ ପରିବେଶବିତ୍‌ ଯୁବପିଢିଙ୍କୁ ପରିବେଶ ସୁରକ୍ଷା ଦିଗରେ କାମ କରିବାକୁ ପ୍ରେରଣା ଦେଇଥିଲା। ସେହିପରି ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥା ଆଞ୍ଚଳିକ ବିକାଶ ପରିଷଦ, ଜଙ୍ଗଲ ଲୋର ଫାଉଣ୍ଡେଶନ, ସଂଗ୍ରାମ ଏବଂ ବ୍ୟକ୍ତିଗତସ୍ତରରେ ପୁପୁନ ସାହୁ ଓ ତ୍ରିଲୋଚନ ସାହୁଙ୍କୁ ‘ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ’ ପ୍ରଦାନ କରାଯାଇଥିଲା। ସେହିପରି ବିଚିତ୍ରାନନ୍ଦ ବିଶ୍ୱାଳଙ୍କୁ ‘ଗ୍ରୀନ ଚାମ୍ପିଆନ ଆଓ୍ବାର୍ଡ’ ପ୍ରଦାନ କରାଯାଇଥିଲା।

ପୁରସ୍କାର ବାବଦରେ ସମସ୍ତଙ୍କୁ ୧ଲକ୍ଷ ଟଙ୍କା ଅର୍ଥରାଶି, ଉତ୍ତରୀ ଏବଂ ଫଳକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶାପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ସ୍ବାଗତ ଭାଷଣ ଦେଇ କହିଲେ, ଧରିତ୍ରୀ ଇତି ମଧ୍ୟରେ ୫୦ବର୍ଷ ଅତିକ୍ରାନ୍ତ କରି ୫୧ବର୍ଷରେ ପଦାର୍ପଣ କରିଛି। ମିଡିଆ ଓ୍ବାଲର୍ଡରେ ୫୦ବର୍ଷ ଅତି ବେଶୀ ନୁହେଁ, ଏବେ ବି ଏହା ଏକ ୟଙ୍ଗ ଖବରକାଗଜ। ନିଚ୍ଛକ ସତ୍ୟ ଖବର ସହିତ, ଧରିତ୍ରୀ ବାସ୍ତବରେ ତୃଣମୂଳସ୍ତରରେ ପରିବେଶ ସୁରକ୍ଷା ଏବଂ ଜୀବଜନ୍ତୁ ସୁରକ୍ଷା ପାଇଁ କାମ କରୁଛି।

ଏଥିସହ ପୁଷ୍କରିଣୀର ଉନ୍ନତି ପାଇଁ ମଧ୍ୟ କାମ କରୁଛି। ପରିବେଶକୁ ଆମେମାନେ କିଭଳି ଲଗାତାର ଭାବେ ନଷ୍ଟ କରି ଚାଲିଛେ ସେ ନେଇ ଏବେଠାରୁ ଚିନ୍ତନ କରିବା ଆବଶ୍ୟକ। ସେହିପରି ୧୮ରୁ ୧୯% ଅମ୍ଳଜାର ଗଛଠାରୁ ମିଳୁଥିବା ବେଳେ, ୭୦% ଅମ୍ଳଜାନ ସମୁଦ୍ର ମଧ୍ୟରେ ଥିବା କ୍ରିଏଚରଙ୍କଠାରୁ ମିଳିଥାଏ। ତେଣୁ ଏହାର ସୁରକ୍ଷା ମଧ୍ୟ ଆମର ଦାୟିତ୍ୱ ଓ କର୍ତ୍ତବ୍ୟ। ପରିବେଶଷର ସୁରକ୍ଷାରେ ସମସ୍ତେ ବିଶେଷ କରି ଯୁବପିଢି ହାତ ମିଳାଇବା ଆବଶ୍ୟକ ବୋଲି ତଥାଗତ କହିଥିଲେ।

ଧରିତ୍ରୀ ‘ୟୁଥ କନକ୍ଳେଭ-୨୦୨୪’ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ନିରଜ ଆର୍ଯ୍ୟସ କବୀର କାଫେ ଏବଂ ଅଗ୍ନି ରକ୍‌ ବ୍ୟାଣ୍ଡ ପକ୍ଷରୁ ସଙ୍ଗୀତ ପରିବେଶଣ କରାଯାଇଥିଲା। ଦର୍ଶକ ଏହାର ମନଭରି ଉପଭୋଗ କରିଥିଲେ।

 

The post ଧରିତ୍ରୀ’ୟୁଥ କନ୍‌କ୍ଲେଭ: ପଦ୍ମଶ୍ରୀ ଯମୁନା ଟୁଡୁଙ୍କୁ ‘ଲାଇଫ ଟାଇମ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ’ appeared first on Dharitri Odia News.