ପରିବାର ଛାଡି ଲିଭ୍ ଇନ୍ରେ ରହୁଥିଲେ ମହିଳା: ହତ୍ୟା କଲା ପ୍ରେମିକ
ବଣାଇଁ,୨୬।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା କନ୍ୟାଶ୍ରମ ବସ୍ତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଗୁରୁବାର ପୋଲିସ ମୃତଦେହ ଜବତ କରି ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ୟବଚ୍ଛେଦ ପାଇଁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ମୃତା ମହିଳା ହେଲେ ଲହୁଣୀପଡ଼ା ଥାନା ଅନ୍ତର୍ଗତ ବେଲକୁଦର ଗ୍ରାମର ଯଶୋମତି ଧୀବର (୪୫)। ପ୍ରାୟ ୪ ବର୍ଷ ହେବ ସେ ସ୍ବାମୀ ଓ ପରିବାରକୁ ଛାଡି ଗୁରୁଣ୍ଡିଆର ଜଣେ ଟ୍ରାକ୍ଟର ଚାଳକ ମନେସ ଲୁଗୁନ୍(୨୯)ଙ୍କ ସହିତ […] The post ପରିବାର ଛାଡି ଲିଭ୍ ଇନ୍ରେ ରହୁଥିଲେ ମହିଳା: ହତ୍ୟା କଲା ପ୍ରେମିକ appeared first on Dharitri Odia News.
ବଣାଇଁ,୨୬।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା କନ୍ୟାଶ୍ରମ ବସ୍ତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଗୁରୁବାର ପୋଲିସ ମୃତଦେହ ଜବତ କରି ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ୟବଚ୍ଛେଦ ପାଇଁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ମୃତା ମହିଳା ହେଲେ ଲହୁଣୀପଡ଼ା ଥାନା ଅନ୍ତର୍ଗତ ବେଲକୁଦର ଗ୍ରାମର ଯଶୋମତି ଧୀବର (୪୫)।
ପ୍ରାୟ ୪ ବର୍ଷ ହେବ ସେ ସ୍ବାମୀ ଓ ପରିବାରକୁ ଛାଡି ଗୁରୁଣ୍ଡିଆର ଜଣେ ଟ୍ରାକ୍ଟର ଚାଳକ ମନେସ ଲୁଗୁନ୍(୨୯)ଙ୍କ ସହିତ ଲିଲ୍ ଇନ୍ ରିଲେଶନରେ ରହୁଥିଲେ। ଉଭୟେ କାମ କରିବା ସହିତ କନ୍ୟାଶ୍ରମ ବସ୍ତିରେ ଥିବା ମନେସଙ୍କ ଘରେ ଏକତ୍ର ଥିଲେ। ଗତ ସୋମବାର ରାତିରେ ଉଭୟେ କାମରୁ ଫେରିବା ପରେ ଘରେ ଝଗଡ଼ା ହୋଇଥିଲା। ସେହିଦିନଠାରୁ ଗୁରୁବାର ସୁଦ୍ଧା ଯଶୋମତିଙ୍କୁ କେହି ଦେଖି ନ ଥିଲେ। ହତ୍ୟା କରାଯାଇଛି ବୋଲି କେହି ଜାଣିପାରି ନ ଥିଲେ। ଯଶୋମତିଙ୍କୁ ଦେଖିବାକୁ ନ ପାଇ ଲୋକଙ୍କ ସନ୍ଦେହ ହେବାରୁ ଥାନାରେ ଜଣାଇଥିଲେ। ଗୁରୁଣ୍ଡିଆ ଥାନା ପୋଲିସ ମନେସ ଲୁଗୁନଙ୍କ ଘରକୁ ଯାଇଥିଲା। ଘର ଭିତରେ ଯଶୋମତିଙ୍କ ମୃତଦେହ ପଡ଼ିଥିଲା। ତାଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହଣାଯାଇଥିବା ଦେଖିବାକୁ ମିଳିଥିଲା। ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଲୁଚି ରହିଥିବା ମନେସଙ୍କୁ ସାରେ ଧରି ପଚରାଉଚରା କରୁଛି। ମହିଳାଙ୍କୁ ହତ୍ୟାକରିଥିବା ସେ ସ୍ବୀକାର କରିଛନ୍ତି ବୋଲି ପୋଲିସ ସୂଚନା ଦେଇଛି। ଏହି ସଂକ୍ରାନ୍ତରେ ଗୁରୁଣ୍ଡିଆ ଥାନାରେ ଏକ ହତ୍ୟା ମାମଲା (ନଂ.୪୭/୨୦୨୪) ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
The post ପରିବାର ଛାଡି ଲିଭ୍ ଇନ୍ରେ ରହୁଥିଲେ ମହିଳା: ହତ୍ୟା କଲା ପ୍ରେମିକ appeared first on Dharitri Odia News.