ଭୁବନେଶ୍ବରରେ ପାରଦ ୪୩ ଦଶମିକ ୫ ଡିଗ୍ରୀ, ଦେଶର ଦ୍ବିତୀୟ ଓ ଏସିଆର ଷଷ୍ଠ ଉତ୍ତପ୍ତ ସହର ଭୁବନେଶ୍ବର
ଭୁବନେଶ୍ବର: ତାତିରେ ଜଳୁଛି ସାରା ଓଡ଼ିଶା । ୪୦ ଡିଗ୍ରୀ ଉପରେ ରହିଛି ୨୫ ସହରର ତାପମାତ୍ରା। ଭୁବନେଶ୍ବରରେ ପାରଦ ୪୩ ଦଶମିକ ୫ ଡିଗ୍ରୀ ଛୁଇଁଛି । ଦେଶର ଦ୍ବିତୀୟ ଉତ୍ତପ୍ତ ସହର ଭୁବନେଶ୍ବର। ଏସିଆର ୧୦ ଉତ୍ତପ୍ତ ସହର ମଧ୍ୟରେ ଷଷ୍ଠରେ ରହିଛି ଭୁବନେଶ୍ବର। ଏସିଆ ଭିତରେ ନଦ୍ୟାଲ ଚତୁର୍ଥ ଉତପ୍ତ ସହ ଥିବା ବେଳେ ମିଆଁମାରର ତିନିଟି ସହର ପ୍ରଥମ ତିନିଟି ସ୍ଥାନରେ ରହିଛି। ୪୫.୭ ଡିଗ୍ରୀ ସହ ମିଆଁମାରର ଚଉକ ସହର […] The post ଭୁବନେଶ୍ବରରେ ପାରଦ ୪୩ ଦଶମିକ ୫ ଡିଗ୍ରୀ, ଦେଶର ଦ୍ବିତୀୟ ଓ ଏସିଆର ଷଷ୍ଠ ଉତ୍ତପ୍ତ ସହର ଭୁବନେଶ୍ବର appeared first on KNews Odisha.

ଭୁବନେଶ୍ବର: ତାତିରେ ଜଳୁଛି ସାରା ଓଡ଼ିଶା । ୪୦ ଡିଗ୍ରୀ ଉପରେ ରହିଛି ୨୫ ସହରର ତାପମାତ୍ରା। ଭୁବନେଶ୍ବରରେ ପାରଦ ୪୩ ଦଶମିକ ୫ ଡିଗ୍ରୀ ଛୁଇଁଛି । ଦେଶର ଦ୍ବିତୀୟ ଉତ୍ତପ୍ତ ସହର ଭୁବନେଶ୍ବର। ଏସିଆର ୧୦ ଉତ୍ତପ୍ତ ସହର ମଧ୍ୟରେ ଷଷ୍ଠରେ ରହିଛି ଭୁବନେଶ୍ବର। ଏସିଆ ଭିତରେ ନଦ୍ୟାଲ ଚତୁର୍ଥ ଉତପ୍ତ ସହ ଥିବା ବେଳେ ମିଆଁମାରର ତିନିଟି ସହର ପ୍ରଥମ ତିନିଟି ସ୍ଥାନରେ ରହିଛି। ୪୫.୭ ଡିଗ୍ରୀ ସହ ମିଆଁମାରର ଚଉକ ସହର ଏସିଆର ସବୁଠାରୁ ଉତ୍ତପ୍ତ ସହର।
୨ ଦିନ ଯାଏ ହିଟୱେଭ୍ ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏପଟେ ପ୍ରବଳ ଖରାକୁ ନଜରରେ ରଖି ଜଳଛତ୍ର ଖୋଲିବାକୁ ୫ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦିନ୧୧ଟାରୁ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ଖରାରେ ଶ୍ରମିକଙ୍କୁ କାମ କରିବାକୁ ବାରଣ କରାଯାଇଛି ।
ଦିନ ତାପମାତ୍ରା ସ୍ବାଭାବିକଠୁ ୩ରୁ ୫ ଡିଗ୍ରି ସେଲସିୟସ ଅଧିକ ରହିପାରେ । ସେହିପରି ୩ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିୟସ ବଢ଼ିବାର ସମ୍ଭାବନା ରହିଛି । ଖୋର୍ଦ୍ଧା, କଟକ, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼, ଅନୁଗୁଳ, ବଲାଙ୍ଗୀର, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ ଝାରସୁଗୁଡ଼ା ଭଳି ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ସୁନ୍ଦରଗଡ଼ , ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ମାଲକାନଗିରି, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାରେ ଉଷ୍ଣରାତି ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
The post ଭୁବନେଶ୍ବରରେ ପାରଦ ୪୩ ଦଶମିକ ୫ ଡିଗ୍ରୀ, ଦେଶର ଦ୍ବିତୀୟ ଓ ଏସିଆର ଷଷ୍ଠ ଉତ୍ତପ୍ତ ସହର ଭୁବନେଶ୍ବର appeared first on KNews Odisha.