ହାଇଦ୍ରାବାଦ ମାମଲାର ପୁନରାବୃତ୍ତି: ପୁଲିସ ଗୁଳିରେ ବଦଲାପୁର ଯୌନ ନିର୍ଯାତନା ଅଭିଯୁକ୍ତର ମୃତ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ହାଇଦ୍ରାବାଦ ମାମଲାର ପୁନରାବୃତ୍ତି। ପୁଲିସ ଗୁଳିରେ ଯୌନ ନିର୍ଯାତନାର ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ। ମହାରାଷ୍ଟ୍ର ବଦଲାପୁର ଯୌନ ନିର୍ଯାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ସିନ୍ଦେର ପୁଲିସ ଗୁଳିରେ ମୃତ୍ୟୁ ହୋଇଛି। ଖବର ଅନୁସାରେ, ସୋମବାର ଅଭିଯୁକ୍ତି ଅକ୍ଷୟ ଥାନା ଭିତରେ ଜଣେ ଅଫିସରଙ୍କ ଠାରୁ ବନ୍ଧୁକ ଛଡ଼ାଇ ଆଣି ପୁଲିସ ଉପରେ ଗୁଳି ଚଳାଇଥିଲା। ଏଥିରେ ପୁଲିସ ମଧ୍ୟ ପାଲଟା ଗୁଳି ଚଳାଇବାରୁ ଅଭିଯୁକ୍ତ ଅକ୍ଷୟର ମୃତ୍ୟୁ ଘଟିଛି। ଘଟଣାରେ ଦୁଇ ପୁଲିସ ଅଫିସର ଆହତ ହୋଇଛନ୍ତି।ପୁଲିସର ସୂଚନା ଅନୁସାରେ, ଭୋର ସାଢ଼େ ୫ଟା ବେଳେ ଏହି ଘଟଣା ଘଟିଥିଲା। ତଦନ୍ତ ପାଇଁ ଅଭିଯୁକ୍ତ ସିନ୍ଦେଙ୍କୁ ଗାଡିରେ ବସାଇ ବଦଲାପୁର ଜେଲ୍‌ରୁ ତାଲୋଜା ଜେଲ୍‌କୁ ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ ସେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ଅଫିସରମାନଙ୍କୁ ଆକ୍ରମଣ କରିଥିଲା। ପ୍ରାଣରକ୍ଷା ପାଇଁ ପୁଲିସ ବି ଗୁଳି ଚଳାଇବାରୁ ଅପରାଧି ସିନ୍ଦେ ଗୁରୁତର ଆହତ ହୋଇଥିଲା। ଏହାପରେ ଚିକିତ୍ସା ପାଇଁ ଅପରାଧିକୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ମୃତ୍ୟୁ ଘଟିଥିଲା ବୋଲି ପୁଲିସ କହିଛି।ବଦଲାପୁରରେ ୪ ଓ ୫ ବର୍ଷର ଦୁଇ ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଗଷ୍ଟ ୧୭ ତାରିଖରେ ଅକ୍ଷୟ କୁମାର ସିନ୍ଦେକୁ ଗିରଫ କରିଥିଲା ମହାରାଷ୍ଟ୍ର ପୁଲିସ। ସ୍କୁଲ ପାଇଖାନା ଘରେ ସେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ବେଳେ ଘଟଣାର

ହାଇଦ୍ରାବାଦ ମାମଲାର ପୁନରାବୃତ୍ତି: ପୁଲିସ ଗୁଳିରେ ବଦଲାପୁର ଯୌନ ନିର୍ଯାତନା ଅଭିଯୁକ୍ତର ମୃତ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ହାଇଦ୍ରାବାଦ ମାମଲାର ପୁନରାବୃତ୍ତି। ପୁଲିସ ଗୁଳିରେ ଯୌନ ନିର୍ଯାତନାର ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ। ମହାରାଷ୍ଟ୍ର ବଦଲାପୁର ଯୌନ ନିର୍ଯାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ସିନ୍ଦେର ପୁଲିସ ଗୁଳିରେ ମୃତ୍ୟୁ ହୋଇଛି। ଖବର ଅନୁସାରେ, ସୋମବାର ଅଭିଯୁକ୍ତି ଅକ୍ଷୟ ଥାନା ଭିତରେ ଜଣେ ଅଫିସରଙ୍କ ଠାରୁ ବନ୍ଧୁକ ଛଡ଼ାଇ ଆଣି ପୁଲିସ ଉପରେ ଗୁଳି ଚଳାଇଥିଲା। ଏଥିରେ ପୁଲିସ ମଧ୍ୟ ପାଲଟା ଗୁଳି ଚଳାଇବାରୁ ଅଭିଯୁକ୍ତ ଅକ୍ଷୟର ମୃତ୍ୟୁ ଘଟିଛି। ଘଟଣାରେ ଦୁଇ ପୁଲିସ ଅଫିସର ଆହତ ହୋଇଛନ୍ତି।

ପୁଲିସର ସୂଚନା ଅନୁସାରେ, ଭୋର ସାଢ଼େ ୫ଟା ବେଳେ ଏହି ଘଟଣା ଘଟିଥିଲା। ତଦନ୍ତ ପାଇଁ ଅଭିଯୁକ୍ତ ସିନ୍ଦେଙ୍କୁ ଗାଡିରେ ବସାଇ ବଦଲାପୁର ଜେଲ୍‌ରୁ ତାଲୋଜା ଜେଲ୍‌କୁ ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ ସେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ଅଫିସରମାନଙ୍କୁ ଆକ୍ରମଣ କରିଥିଲା। ପ୍ରାଣରକ୍ଷା ପାଇଁ ପୁଲିସ ବି ଗୁଳି ଚଳାଇବାରୁ ଅପରାଧି ସିନ୍ଦେ ଗୁରୁତର ଆହତ ହୋଇଥିଲା। ଏହାପରେ ଚିକିତ୍ସା ପାଇଁ ଅପରାଧିକୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ମୃତ୍ୟୁ ଘଟିଥିଲା ବୋଲି ପୁଲିସ କହିଛି।


ବଦଲାପୁରରେ ୪ ଓ ୫ ବର୍ଷର ଦୁଇ ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଗଷ୍ଟ ୧୭ ତାରିଖରେ ଅକ୍ଷୟ କୁମାର ସିନ୍ଦେକୁ ଗିରଫ କରିଥିଲା ମହାରାଷ୍ଟ୍ର ପୁଲିସ। ସ୍କୁଲ ପାଇଖାନା ଘରେ ସେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ବେଳେ ଘଟଣାର ୫ ଦିନ ପରେ ପୁଲିସ ତାକୁ ଗିରଫ କରିଥିଲା। ସିନ୍ଦେ ସ୍କୁଲ୍‌ରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲା। ଘଟଣା ପ୍ରଘଟ ହେବା ପରେ ବଦଲାପୁରରେ ପ୍ରବଳ ଜନ ଆନ୍ଦୋଳନ ତେଜିଥିଲା। ଯାହା ସାରା ଦେଶରେ ବଡ଼ ଖବର ପାଲଟିଥିଲା।


ପ୍ରଥମେ ମାମଲାର ତଦନ୍ତ ପୁଲିସ କରୁଥିଲା। ହେଲେ ତଦନ୍ତ ଠିକ୍ ହେଉ ନାହିଁ ବୋଲି ଜନ ଅସନ୍ତୋଷ ଦେଖା ଦେବା ପରେ ମହାରାଷ୍ଟ୍ର ସରକାର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରି ଏହାର ଯାଞ୍ଚ କରାଇଥିଲେ। ଅନ୍ୟପଟେ ଘଟଣା ସମ୍ପର୍କରେ ତୁରନ୍ତ ନ ଜଣାଇବା ଅପରାଧରେ ସ୍କୁଲ୍‌ର ଚେୟାରମ୍ୟାନ୍ ଓ ସେକ୍ରେଟେରୀ ବିରୋଧରେ ମଧ୍ୟ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ବମ୍ବେ ହାଇକୋର୍ଟ ଏହି ମାମଲାର ନିଜ ଆଡ଼ୁ ତଦନ୍ତ କରୁଛନ୍ତି। 

ବଦଲାପୁର ଅଭିଯୁକ୍ତ ଅକ୍ଷୟ କୁମାର ସିନ୍ଦେ ପୁଲିସ ଗୁଳିରେ ମରିବା ଘଟଣା ୨୦୧୯ରେ ହାଇଦ୍ରାବାଦରେ ଘଟିଥିବା ମହିଳା ପଶୁ ଡାକ୍ତର ଦୁଷ୍କର୍ମ ଓ ହତ୍ୟାକାଣ୍ଡକୁ ମନେ ପକାଉ ଦେଉଛି। ଏହି ଘଟଣାରେ ମଧ୍ୟ ଦୋଷୀମାନେ ପୁଲିସ ଗୁଳିରେ ନିହତ ହୋଇଥିଲେ। ଭୋର ୩.୩୦ ସମୟରେ ପୁଲିସ ଅପରାଧିମାନଙ୍କୁ ନେଇ ସିନ୍‌ ରିକ୍ରିଏସନ କରୁଥିବା ବେଳେ ସେମାନେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ସେମାନଙ୍କୁ ଆକ୍ରମଣ କରି ଫେରାର ହେବାକୁ ଚେଷ୍ଟା କରିଥିଲେ। ଆତ୍ମରକ୍ଷା ପାଇଁ ପୁଲିସ ଗୁଳି ଚଳାଇବାରୁ ୪ ଅପରାଧିଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ବୋଲି ଶମସାବାଦ ଡିସିପି ପ୍ରକାଶ ରେଡ୍ଡୀ ମିଡିଆକୁ କହିଥିଲେ। 

ସେତେବେଳେ ଏହି ମାମଲା ଦେଶରେ ଏକ ବଡ଼ ବିବାଦ ସୃଷ୍ଟି କରିଥିଲା। ପୁଲିସ ଷଡ଼ଯନ୍ତ୍ର କରି ଅପରାଧିମାନଙ୍କୁ ହତ୍ୟା କରିଛି ପୁଲିସ ବିଦ୍ଧିଜୀବୀ ଓ ମିଡିଆରେ ପ୍ରଶ୍ନ ଉଠିଥିଲା। କୋର୍ଟ ମଧ୍ୟ ପୁଲିସକୁ ଭର୍ତ୍ସନା କରିଥିଲେ। ହେଲେ ଦୁଷ୍କର୍ମ ପୀଡ଼ିତା ମହିଳାଙ୍କୁ ତୁରନ୍ତ ନ୍ୟାୟ ମିଳିଲା ବୋଲି ବିଚାର କରି ହାଇଦ୍ରାବାଦ ଜନତା କିନ୍ତୁ ପୁଲିସକୁ ହିରୋ ସଜାଇ ଫୁଲ ବର୍ଷା କରିଥିଲେ। ତାହା ମଧ୍ୟ ଖବରର ସିରୋନାମା ପାଲଟିଥିଲା। 

ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟାଘଟଣାର ଅଭିଯୁକ୍ତମାନେ

୨୦୧୯ ନଭେମ୍ବର ୨୭ ତାରିଖରେ ଏହି ଜଘନ୍ୟ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟିଥିଲା। ୪ ଯୁବକ- ମହମ୍ମଦ ଅଲି ଓରଫ ମହମ୍ମଦ ଆରିଫ, ଜୋଲୁ ଶିବ, ଜୋଲୁ ନବୀନ କୁମାର ଏବଂ ଚିଣ୍ଟକୁଣ୍ଟା ଚେନ୍ନା କେଶଭୁଲୁ ନାମକ ୪ ଜଣ ରାତିରେ ଘରକୁ ଫେରୁଥିବା ୨୬ ବର୍ଷୀୟା ମହିଳା ଭେଟେରାନୀ ଡାକ୍ତରଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିଲେ। ଏହାପରେ ପେଟ୍ରୋଲ ଡାଳି ଜାଳି ଦେଇଥିଲେ। ପରଦିନ ସକାଳେ ପୀଡ଼ିତାଙ୍କ ମୃତଦେହ ଶାଦନଗରର ଚଟ୍ଟନାପାଲି ଗାଁ ନିକଟରେ ବେଙ୍ଗାଲୁରୁ-ହାଇଦ୍ରାବାଦ ଜାତୀୟ ରାଜପଥରେ ଥିବା ଏକ ପୋଲ ତଳୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେତେବେଳେ ଏହି ଘଟଣା ଭାରତ ସହ ବିଦେଶରେ ବି ଖବରର ସିରୋନାମା ପାଲଟିଥିଲା।