ଶେଷ ମ୍ୟାଚରେ ବୈଭବ କଲେ ୫୭ ରନ୍, ଧୋନିଙ୍କ ପାଦ ଛୁଇଁ ଜିଣିନେଲେ ସମସ୍ତଙ୍କ ମନ : ଦେଖନ୍ତୁ ଭିଡିଓ

ଆଇପିଏଲରେ ଗତକାଲି ଚେନ୍ନାଇ ସୁପରକିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚକୁ ରାଜସ୍ଥାନ ୬ ୱିକେଟରେ ଜିତିନେଇଛି । ଏହି ମ୍ୟାଚ ସରିବା ପରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ମହେନ୍ଦ୍ର ସିଂ ଧୋନିଙ୍କ ପାଦ ଛୁଇଁଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଚଳିତ ସିଜିନରେ ଏହି ମ୍ୟାଚ ରାଜସ୍ଥାନର ଶେଷ ମ୍ୟାଚ ଥିଲା । ଚେନ୍ନାଇ ପ୍ରଥମ ବ୍ୟାଟିଂ କରି ୧୮୮ ରନ୍ […] The post ଶେଷ ମ୍ୟାଚରେ ବୈଭବ କଲେ ୫୭ ରନ୍, ଧୋନିଙ୍କ ପାଦ ଛୁଇଁ ଜିଣିନେଲେ ସମସ୍ତଙ୍କ ମନ : ଦେଖନ୍ତୁ ଭିଡିଓ appeared first on KNews Odisha.

ଶେଷ ମ୍ୟାଚରେ ବୈଭବ କଲେ ୫୭ ରନ୍, ଧୋନିଙ୍କ ପାଦ ଛୁଇଁ ଜିଣିନେଲେ ସମସ୍ତଙ୍କ ମନ : ଦେଖନ୍ତୁ ଭିଡିଓ
vaibabha 1

ଆଇପିଏଲରେ ଗତକାଲି ଚେନ୍ନାଇ ସୁପରକିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚକୁ ରାଜସ୍ଥାନ ୬ ୱିକେଟରେ ଜିତିନେଇଛି । ଏହି ମ୍ୟାଚ ସରିବା ପରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ମହେନ୍ଦ୍ର ସିଂ ଧୋନିଙ୍କ ପାଦ ଛୁଇଁଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଚଳିତ ସିଜିନରେ ଏହି ମ୍ୟାଚ ରାଜସ୍ଥାନର ଶେଷ ମ୍ୟାଚ ଥିଲା । ଚେନ୍ନାଇ ପ୍ରଥମ ବ୍ୟାଟିଂ କରି ୧୮୮ ରନ୍ ଟାର୍ଗେଟ ଦେଇଥିଲା । ଯାହାର ଜବାବର ରାଜସ୍ଥାନ ୧୮ ଓଭରରେ ୧୮୯ ରନ କରି ବିଜୟ ଲାଭ କରିଥିଲା । ଶେଷ ମ୍ୟାଚରେ ରାଜସ୍ଥାନ ଚେନ୍ନାଇକୁ ୬ ୱିକେଟରେ ହରାଇଥିଲା ।

ଏହି ସିଜିନରେ ରାଜସ୍ଥାନର ପ୍ରଦର୍ଶନ ଭଲ ନଥିଲା ସତ କିନ୍ତୁ ବୈଭବ ଏବଂ ଯଶସ୍ବୀ ସମସ୍ତଙ୍କ ମନ ଜିଣିନେଇଥିଲେ । ବୈଭବ ଏହି ସିଜିନରେ ଶତକ ମାରିଥିଲେ । ଏହି ମ୍ୟାଚରେ ବୈଭବ ୫୭ ରନ୍ କରିଥିଲେ । ବୈଭବ ୪ଟି ଚଉକା ଏବଂ ୪ଟି ଛକା ମାରିଥିଲେ । ମ୍ୟାଚ ସରିବା ପରେ ଧୋନିଙ୍କ ପାଦ ଛୁଇଁଥିଲେ ବୈଭବ, ଆଉ ବୈଭବଙ୍କୁ ଉଠାଇ କଥା ହୋଇଥିଲେ ଧୋନି ।

ବୈଭବଙ୍କ ଜନ୍ମ ୨୦୧୧ ମାର୍ଚ୍ଚ ୨୭ରେ ବିହାରର ସମସ୍ତିପୁର ଜିଲ୍ଲାର ତାଜପୁର ଗାଁରେ ହୋଇଥିଲା । ବୈଭବ ବିହାର କ୍ରିକେଟ ପାଇଁ ଖେଳୁଥିଲେ । ୨୦୨୪ରେ ମାତ୍ର ୧୨ ବର୍ଷ ବୟସରେ ରଣଜୀ ଟ୍ରଫିରେ ବିହାର ପାଇଁ ଡେବ୍ୟୁ କରିଥିଲେ । ଅଣ୍ଡର-୧୯ କ୍ରିକେଟରେ ଭାରତ ତରଫରୁ ସବୁଠାରୁ ଦ୍ରୁତ ଶତକ କରିଥିଲେ । ବୈଭବଙ୍କ ଏଭଳି ଟ୍ୟାଲେଣ୍ଟ ଦେଖି ରାଜସ୍ଥାନ ରୟାଲ୍ସ ୨୦୨୫ ଆଇପିଏଲରେ କିଣିଥିଲା । ବୈଭବଙ୍କୁ ୧.୧୦ କୋଟି ଟଙ୍କାରେ କିଣିଥିଲା ରାଜସ୍ଥାନ ରୟାଲ୍ସ ।

Also Read : ମହଙ୍ଗା ପଡ଼ିଲା ଫାଇଟ୍, ଦିଗବେଶଙ୍କୁ ମ୍ୟାଚ୍ ବ୍ୟାନ, ଅଭିଷେକଙ୍କର କଟିଲା ଫି

 

The post ଶେଷ ମ୍ୟାଚରେ ବୈଭବ କଲେ ୫୭ ରନ୍, ଧୋନିଙ୍କ ପାଦ ଛୁଇଁ ଜିଣିନେଲେ ସମସ୍ତଙ୍କ ମନ : ଦେଖନ୍ତୁ ଭିଡିଓ appeared first on KNews Odisha.