ଶିକ୍ଷାଠାରୁ ବିବାହରେ ଅଧିକ ଖର୍ଚ୍ଚ କରୁଛନ୍ତି ଭାରତୀୟ
ଭୁବନେଶ୍ୱର,୧ା୭(ଅନୁରାଧା ମହାରଣା): ଭାରତୀୟମାନେ ଖାଦ୍ୟକୁ ବାଦ ଦେଲେ ସବୁଠାରୁ ଅଧିକ ଖର୍ଚ୍ଚ ବିବାହ ଉତ୍ସବରେ ଖର୍ଚ୍ଚ କରନ୍ତି। ଏପରିକି ଭାରତୀୟତମାନେ ଶିକ୍ଷା ପାଇଁ ବ୍ୟୟ କରୁଥିବା ଅର୍ଥର ଦୁଇଗୁଣାରୁ ଅଧିକ ବିବାହରେ ଖର୍ଚ୍ଚ କରିଥାନ୍ତି। ଭାରତୀୟ ବିବାହ ଉଦ୍ୟୋଗକୁ ନେଇ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି ଉଦ୍ୟୋଗର ଆକାର ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା। ଭାରତରେ ପ୍ରତିବର୍ଷ ୮୦ ଲକ୍ଷରୁ ୧ କୋଟି ବିବାହ ହେଉଥିବାବେଳେ ଚାଇନାରେ ୭୦ରୁ୮୦ ଲକ୍ଷ ଏବଂ ଆମେରିକାରେ ୨୦-୨୫ […] The post ଶିକ୍ଷାଠାରୁ ବିବାହରେ ଅଧିକ ଖର୍ଚ୍ଚ କରୁଛନ୍ତି ଭାରତୀୟ appeared first on Dharitri Odia News.
ଭୁବନେଶ୍ୱର,୧ା୭(ଅନୁରାଧା ମହାରଣା): ଭାରତୀୟମାନେ ଖାଦ୍ୟକୁ ବାଦ ଦେଲେ ସବୁଠାରୁ ଅଧିକ ଖର୍ଚ୍ଚ ବିବାହ ଉତ୍ସବରେ ଖର୍ଚ୍ଚ କରନ୍ତି। ଏପରିକି ଭାରତୀୟତମାନେ ଶିକ୍ଷା ପାଇଁ ବ୍ୟୟ କରୁଥିବା ଅର୍ଥର ଦୁଇଗୁଣାରୁ ଅଧିକ ବିବାହରେ ଖର୍ଚ୍ଚ କରିଥାନ୍ତି। ଭାରତୀୟ ବିବାହ ଉଦ୍ୟୋଗକୁ ନେଇ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି ଉଦ୍ୟୋଗର ଆକାର ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା। ଭାରତରେ ପ୍ରତିବର୍ଷ ୮୦ ଲକ୍ଷରୁ ୧ କୋଟି ବିବାହ ହେଉଥିବାବେଳେ ଚାଇନାରେ ୭୦ରୁ୮୦ ଲକ୍ଷ ଏବଂ ଆମେରିକାରେ ୨୦-୨୫ ଲକ୍ଷ ବିବାହ ହୋଇଥାଏ।
ରିପୋର୍ଟରେ ଦର୍ଶାଯାଇଛି, ଭାରତୀୟ ବିବାହ ଶିଳ୍ପ ଆମେରିକାର ଶିଳ୍ପର ଦୁଇଗୁଣ ଅଟେ। ତେବେ ଏହାର ପରିମାଣ ଚାଇନାଠାରୁ କମ୍ ରହିଛି। ଆମେରିକୀୟ ବିବାହ ଶିଳ୍ପ ୭୦ ବିଲିୟନ ଆମେରିକୀୟ ଡଲାର ହୋଇଥିବାବେଳେ ଚାଇନାରେ ବିବାହ ଶିଳ୍ପ ପରିମାଣ ୧୭୦ ବିଲିୟନ ଡଲାର ରହିଛି। ଭାରତୀୟମାନେ ଖାଦ୍ୟପେୟରେ ୬୮୧ ବିଲିୟନ ଡଲାର୍ ଖର୍ଚ୍ଚ କରୁଥିବାବେଳେ ଏହା ପଛକୁ ବିବାହ ଖର୍ଚ୍ଚ ଦ୍ୱିତୀୟ ସ୍ଥାନରେ ରହିଛି। ଏହାର ଆକାର ୧୩୦ ବିଲିୟନ ଆମେରିକୀୟ ଡଲାର ବୋଲି ଆକଳନ କରାଯାଇଛି। ଭାରତରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ଉସତ୍ବ ହୋଇଥିବାବେଳେ ଅଳଙ୍କାର ଏବଂ ପୋଷାକରେ ଖର୍ଚ୍ଚ ହେଉଥିବାବେଳେ ପରୋକ୍ଷରେ ଇଲେକ୍ଟ୍ରୋନିକ୍ସ ଶିଳ୍ପକୁ ଲାଭ ଦିଏ। ବ୍ୟୟବହୁଳ ବିବାହ ଉସତ୍ବ କମାଇବା ପାଇଁ ଅନେକ ସମୟରେ ଚେଷ୍ଟା କରାଯାଉଥିଲେ ମଧ୍ୟ ବିବାହ ଖର୍ଚ୍ଚ ପରିମାଣ ବୃଦ୍ଧି ପାଉଛି।
ଦେଶରେ ବିବାହ ଶିଳ୍ପ ଆମେରିକାର ତୁଳନାରେ ପ୍ରାୟ ଦୁଇଗୁଣ ଏବଂ ପ୍ରମୁଖ ଉପଭୋକ୍ତା ବର୍ଗରେ ଯଥେଷ୍ଟ ଅବଦାନ ରହିଛି। ଭାରତୀୟ ବିବାହର ବିଭିନ୍ନ ଉସତ୍ବ ଅନେକ ଦିନ ଧରି ଚାଲିଥାଏ ଏବଂ ଅତ୍ୟଧିକ ବ୍ୟୟବହୁଳ ଅଟେ। ଏଥିରେ ସ୍ଥାନ, ଧର୍ମ ଏବଂ ଅର୍ଥନୈତିକ ପୃଷ୍ଠଭୂମି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଭାରତରେ ବିବାହ ପାଇଁ ଖର୍ଚ୍ଚ ଶିକ୍ଷା ସ୍ନାତକୋତ୍ତର ପର୍ଯ୍ୟନ୍ତ ଦୁଇଗୁଣ ହୋଇଥିବାବେଳେ ଆମେରିକା ଭଳି ଦେଶରେ ଏହି ଖର୍ଚ୍ଚ ଶିକ୍ଷାର ଅଧାରୁ କମ୍ ଅଟେ।
The post ଶିକ୍ଷାଠାରୁ ବିବାହରେ ଅଧିକ ଖର୍ଚ୍ଚ କରୁଛନ୍ତି ଭାରତୀୟ appeared first on Dharitri Odia News.