ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜୟସ୍ବାଲଙ୍କୁ ମିଳିଲା ପୁରସ୍କାର, ଏହି ଆଓ୍ବାର୍ଡରେ ସମ୍ମାନିତ କଲା ଆଇସିସି
ନୂଆଦିଲ୍ଲୀ,୧୨।୩: ନିକଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଯଶସ୍ବୀ ଜୟସ୍ବାଲ ବହୁ ରନ୍ ସଂଗ୍ରହ କରିଥିଲେ। ଏହି ଯୁବ ବ୍ୟାଟର୍ ୫ ଟେଷ୍ଟ ମ୍ୟାଚର ୯ ଇନିଂସରେ ୭୧୨ ରନ ସ୍କୋର କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୨ ଡବଲ ଶତକ ହାସଲ କରିଥିଲେ। ସେ ଏହି ସିରିଜରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟର୍ଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି। ଏଥି ସହିତ ବର୍ତ୍ତମାନ ଯୁବ ଓପନର୍ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରସ୍କାର […] The post ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜୟସ୍ବାଲଙ୍କୁ ମିଳିଲା ପୁରସ୍କାର, ଏହି ଆଓ୍ବାର୍ଡରେ ସମ୍ମାନିତ କଲା ଆଇସିସି appeared first on Dharitri Odia News.
ନୂଆଦିଲ୍ଲୀ,୧୨।୩: ନିକଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଯଶସ୍ବୀ ଜୟସ୍ବାଲ ବହୁ ରନ୍ ସଂଗ୍ରହ କରିଥିଲେ। ଏହି ଯୁବ ବ୍ୟାଟର୍ ୫ ଟେଷ୍ଟ ମ୍ୟାଚର ୯ ଇନିଂସରେ ୭୧୨ ରନ ସ୍କୋର କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୨ ଡବଲ ଶତକ ହାସଲ କରିଥିଲେ। ସେ ଏହି ସିରିଜରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟର୍ଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି। ଏଥି ସହିତ ବର୍ତ୍ତମାନ ଯୁବ ଓପନର୍ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରସ୍କାର ପାଇଛନ୍ତି । ବାସ୍ତବରେ ଜୟସ୍ବାଲଙ୍କୁ ଫେବୃଆରୀ ମାସ ପାଇଁ ଆଇସିସି ପ୍ଲେୟର ଅଫ ଦ ମନ୍ଥ ଭାବେ ମନୋନୀତ କରାଯାଇଛି।
ଏଥି ସହିତ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଆନ୍ନାବେଲ ସଟରଲ୍ୟାଣ୍ଡଙ୍କୁ ମହିଳା ଖେଳାଳି ଅଫ ଦ ମାସ ପୁରସ୍କାର ପ୍ରଦାନ କରାଯାଇଛି। ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ବ୍ୟାଟିଂ ବ୍ୟତୀତ ଆନ୍ନାବେଲ ସଟରଲ୍ୟାଣ୍ଡ ମଧ୍ୟ ବୋଲିଂରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।
ଫେବୃଆରୀରେ ଜୟସ୍ବାଲ ୧୧୨ ଆଭରେଜ୍ରେ ୫୬୦ରନ ସଂଗ୍ରହ କରିଥିଲେ। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ଏହା ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ସିରିଜକୁ ୪-୧ରେ ଜିତି ନେଇଥିଲେ। ଟିମ ଇଣ୍ଡିଆର ସଫଳତାରେ ଜୟସ୍ବାଲଙ୍କର ଏକ ବଡ଼ ଅବଦାନ ଥିଲା। ଏହି ଓପନର୍ ବିଶାଖାପାଟନମ ଟେଷ୍ଟରେ ୨୦୯ ରନ୍ ସ୍କୋର ଏବଂ ରାଜକୋଟ ଟେଷ୍ଟରେ ୨୧୪ ରନ ସ୍କୋର କରିଥିଲେ।
The post ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜୟସ୍ବାଲଙ୍କୁ ମିଳିଲା ପୁରସ୍କାର, ଏହି ଆଓ୍ବାର୍ଡରେ ସମ୍ମାନିତ କଲା ଆଇସିସି appeared first on Dharitri Odia News.