ପ୍ରିୟଙ୍କା ଗାନ୍ଧୀ କେଉଁଠାରୁ ଲଢ଼ିବେ ନିର୍ବାଚନ ?…
ନୂଆଦିଲ୍ଲୀ,୧୪।୨ : ବୁଧବାର ରାଜ୍ୟ ସଭା ନିର୍ବାଚନ ପାଇଁ ସୋନିଆ ଗାନ୍ଧୀ ରାଜସ୍ଥାନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୋନିଆଙ୍କ ସ୍ବାସ୍ଥ୍ୟ ଭଲ ନ ଥିବାରୁ ସେ ରାୟବରେଲୀରୁ ନିର୍ବାଚନ ଲଢ଼ିବେ ନାହିଁ। ତେବେ ଏହି ଆସନରୁ ଏବେ କିଏ ଲଢ଼ିବେ ସେ ନେଇ ନାନା ଜଳ୍ପନା ଜଳ୍ପନା ଜାରୀ କହିଛି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେଉଁଠାରୁ ନିର୍ବାଚନ ଲଢ଼ିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରିୟଙ୍କା ଗାନ୍ଧୀ ରାୟବରେଲୀରୁ ନିର୍ବାଚନ ଲଢ଼ିବେ ବୋଲି କଳ୍ପନାଜଳ୍ପନା ଚାଲିଛି। […] The post ପ୍ରିୟଙ୍କା ଗାନ୍ଧୀ କେଉଁଠାରୁ ଲଢ଼ିବେ ନିର୍ବାଚନ ?… appeared first on Dharitri Odia News.
ନୂଆଦିଲ୍ଲୀ,୧୪।୨ : ବୁଧବାର ରାଜ୍ୟ ସଭା ନିର୍ବାଚନ ପାଇଁ ସୋନିଆ ଗାନ୍ଧୀ ରାଜସ୍ଥାନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୋନିଆଙ୍କ ସ୍ବାସ୍ଥ୍ୟ ଭଲ ନ ଥିବାରୁ ସେ ରାୟବରେଲୀରୁ ନିର୍ବାଚନ ଲଢ଼ିବେ ନାହିଁ। ତେବେ ଏହି ଆସନରୁ ଏବେ କିଏ ଲଢ଼ିବେ ସେ ନେଇ ନାନା ଜଳ୍ପନା ଜଳ୍ପନା ଜାରୀ କହିଛି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେଉଁଠାରୁ ନିର୍ବାଚନ ଲଢ଼ିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ପ୍ରିୟଙ୍କା ଗାନ୍ଧୀ ରାୟବରେଲୀରୁ ନିର୍ବାଚନ ଲଢ଼ିବେ ବୋଲି କଳ୍ପନାଜଳ୍ପନା ଚାଲିଛି। ରାୟବରେଲୀ ଆସନକୁ କଂଗ୍ରେସ ପାଇଁ ଏକ ସୁରକ୍ଷିତ ଆସନ ଭାବେ ବିବେଚନା କରାଯାଏ। ଏଠାରେ, ୧୯୫୨ ପରେ, କଂଗ୍ରେସ ମାତ୍ର ତିନିଥର ପରାଜୟର ସମ୍ମୁଖୀନ ହୋଇଛି। ଏହି କାରଣରୁ ପ୍ରିୟଙ୍କା ଗାନ୍ଧୀ ରାୟବରେଲୀରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନିଶ୍ଚିତ ବୋଲି ବିବେଚନା କରାଯାଉଛି।
ରାୟବରେଲୀ ଆସନ ଆରମ୍ଭରୁ କଂଗ୍ରେସ ଏବଂ ଗାନ୍ଧୀ ପରିବାର ପାଇଁ ସ୍ବତନ୍ତ୍ର । ଏହା ତାଙ୍କର ଉତ୍ତରାଧିକାରୀ ସହିତ ଜଡିତ ଏକ ରାଜନୈତିକ ଆସନ। ସୋନିଆ ଗାନ୍ଧୀଙ୍କ ପୂର୍ବରୁ ଫିରୋଜ ଗାନ୍ଧୀ (ଜବାହରଲାଲ ନେହେରୁଙ୍କ ଜ୍ବାଇଁ), ଇନ୍ଦିରା ଗାନ୍ଧୀ, ଅରୁଣ ନେହେରୁ, ଶିଲା କୌଲ (କମଲା ନେହେରୁଙ୍କ ଭାଇଙ୍କ ସ୍ତ୍ରୀ) ଏହି ଆସନରୁ ଲଢ଼ିଛନ୍ତି। କେବଳ ଗାନ୍ଧୀ ପରିବାର ଏବଂ ସେମାନଙ୍କ ସମ୍ପର୍କୀୟମାନେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।
The post ପ୍ରିୟଙ୍କା ଗାନ୍ଧୀ କେଉଁଠାରୁ ଲଢ଼ିବେ ନିର୍ବାଚନ ?… appeared first on Dharitri Odia News.