ଅଳିଆ ବିକି ମାସିକ ୯ ଲକ୍ଷ ରୋଜଗାର
ଡଲାସ: ଆମେରିକାର ଟେକ୍ସାସ ବାସିନ୍ଦା ଏଲା ରୋଜ୍(୨୩) ଗତ ୧୦ ବର୍ଷ ହେଲା ଅଳିଆ ଗଦା ମଧ୍ୟରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଏବଂ ଜିନିଷ ଖୋଜିବା ସହ ତାହାକୁ ବିକ୍ରି କରି ଅର୍ଥ ରୋଜଗାର କରି ଆସୁଛନ୍ତି। ଏପରି ବୃତ୍ତି ତାଙ୍କୁ ଆର୍ଥିକ ରୂପେ ସଶକ୍ତ କରିଥିବା ଏଲା କହିଛନ୍ତି। ସେ ସାଧାରଣତଃ ବିଭିନ୍ନ ବଡ଼ ସପିଂ ମଲ୍, ଅଫିସ୍, ଦୋକାନ ଆଗରେ ଫୋପାଡି ଦିଆଯାଇଥିବା ଆବର୍ଜନା ମଧ୍ୟରୁ ଖୋଜି ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ସଂଗ୍ରହ କରନ୍ତି। […] The post ଅଳିଆ ବିକି ମାସିକ ୯ ଲକ୍ଷ ରୋଜଗାର appeared first on Dharitri Odia News.
ଡଲାସ: ଆମେରିକାର ଟେକ୍ସାସ ବାସିନ୍ଦା ଏଲା ରୋଜ୍(୨୩) ଗତ ୧୦ ବର୍ଷ ହେଲା ଅଳିଆ ଗଦା ମଧ୍ୟରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଏବଂ ଜିନିଷ ଖୋଜିବା ସହ ତାହାକୁ ବିକ୍ରି କରି ଅର୍ଥ ରୋଜଗାର କରି ଆସୁଛନ୍ତି। ଏପରି ବୃତ୍ତି ତାଙ୍କୁ ଆର୍ଥିକ ରୂପେ ସଶକ୍ତ କରିଥିବା ଏଲା କହିଛନ୍ତି। ସେ ସାଧାରଣତଃ ବିଭିନ୍ନ ବଡ଼ ସପିଂ ମଲ୍, ଅଫିସ୍, ଦୋକାନ ଆଗରେ ଫୋପାଡି ଦିଆଯାଇଥିବା ଆବର୍ଜନା ମଧ୍ୟରୁ ଖୋଜି ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ସଂଗ୍ରହ କରନ୍ତି। ଏହି ସାମଗ୍ରୀଗୁଡ଼ିକୁ ସେ ଅନେକ ହଜାର ଟଙ୍କା ମୂଲ୍ୟରେ ବିକ୍ରି କରିଥାନ୍ତି। ତାଙ୍କୁ ଅଳିଆ ଗଦା ମଧ୍ୟରୁ ବଡ଼ ବଡ଼ ବ୍ରାଣ୍ଡ୍ର ବିଭିନ୍ନ ସରଞ୍ଜାମ ମିଳିଥାଏ, ଯାହାକୁ ସେ ଅନ୍ଲାଇନରେ ବିକ୍ରି କରନ୍ତି। ଦି ସନ୍ ୱେବ୍ସାଇଟ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏଲା ମାତ୍ର ୧୩ ବର୍ଷର ହୋଇଥିବାବେଳେ କିଛି ଲୋକ ଅଳିଆ ଗଦାରୁ ମୂଲ୍ୟବାନ ଜିନିଷ ଖୋଜୁଥିବାର ଏକ ଭିଡିଓ ୟୁଟ୍ୟୁବ୍ରେ ଦେଖିବାକୁ ପାଇଥିଲେ। ନିଜ ଅବସର ସମୟରେ ଏପରି କରିବାକୁ ସେ ତାଙ୍କ ମା’ଙ୍କଠାରୁ ଅନୁମତି ମାଗିଥିଲେ। ପ୍ରଥମେ ତାଙ୍କ ପରିବାର ଏଥିରେ ରାଜି ହୋଇ ନ ଥିଲୋ। ପରେ ଏଲା ଜିଦ୍ ଧରିବାରୁ ତାଙ୍କ ପରିବାର ଏଥିରେ ରାଜି ହୋଇଥିଲେ। ଏହି କାର୍ଯ୍ୟରେ ତାଙ୍କର ରୋଜଗାର ମାସକୁ ଅତି କମ୍ରେ ୪୫ ହଜାର ଟଙ୍କା ହୋଇଥିବାବେଳେ ସପିଂ ଏବଂ ଫେଷ୍ଟିଭାଲ ସିଜନ୍ରେ ଏହା ବଢ଼ି ମାସିକ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥାଏ ବୋଲି ଏଲା କହିଛନ୍ତି। ସେ ସୋସିଆଲ ମିଡିଆ ଏବଂ ୟୁଟ୍ୟୁବ୍ରେ ତାଙ୍କ କାର୍ଯ୍ୟ ସହ ଜଡିତ ଭିଡିଓ ମଧ୍ୟ ପୋଷ୍ଟ କରନ୍ତି, ଯାହା ଅନେକ ଲୋକଙ୍କୁ ଏପରି ବୃତ୍ତି ଆପଣାଇ ଟଙ୍କା ରୋଜଗାର କରିବାର ପ୍ରେରଣା ଦେଇଆସୁଛି। ସେ ପୂର୍ବରୁ କେବଳ ନିଜ ଅବସର ସମୟରେ ଏହି କାର୍ଯ୍ୟ କରୁଥିଲେ, ପରେ ସେ ଏହାକୁ ନିଜର ବୃତ୍ତି କରିବାକୁ ସ୍ଥିର କରିଥିଲେ ବୋଲି ଏଲା କହିଛନ୍ତି।
The post ଅଳିଆ ବିକି ମାସିକ ୯ ଲକ୍ଷ ରୋଜଗାର appeared first on Dharitri Odia News.