ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା: ତୃତୀୟ ଦିବସରେ ଘଟ ପରିକ୍ରମା ଆରମ୍ଭ

ପୁରୁଷୋତ୍ତମପୁର,୯ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପଞ୍ଚ ଠାକୁରାଣୀ ଯାତ୍ରାର ଶୁକ୍ରବାର ତୃତୀୟ ଦିବସରେ ଘଟ ପରିକ୍ରମା ଆରମ୍ଭ ହୋଇଛି। ସନ୍ଧ୍ୟାରେ ମା’ ପଞ୍ଚ ଠାକୁରାଣୀ କନକା, କାଳୁଆ, ତାରାତାରିଣୀ, କାଳୀ ଓ ଫୁଲ ସୁନ୍ଦରୀଙ୍କ ଘଟକୁ ପରମ୍ପରା ଅନୁସାରେ ପାଞ୍ଚଜଣ ଗୋପାଳ ସମ୍ପ୍ରଦାୟର ପୁରୁଷ ମୁଣ୍ଡାଇ ବଡବଜାରସ୍ଥିତ ଅସ୍ଥାୟୀ ମନ୍ଦିରରୁ ବାହାରି ପୂର୍ବଖଣ୍ଡ ଯଥା ବଜାର, ରାଧାକାନ୍ତ ସାହି, ରଥସାହି, ପୋଲିସ ଥାନା, ପୁରୁଣା ପୋଷ୍ଟ ଅଫିସ ସାହି, ଧୋବାସାହି, କଲେଜ ଛକ, ଅମୁଣିଆ […] The post ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା: ତୃତୀୟ ଦିବସରେ ଘଟ ପରିକ୍ରମା ଆରମ୍ଭ appeared first on Dharitri Odia News.

ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା: ତୃତୀୟ ଦିବସରେ ଘଟ ପରିକ୍ରମା ଆରମ୍ଭ

ପୁରୁଷୋତ୍ତମପୁର,୯ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପଞ୍ଚ ଠାକୁରାଣୀ ଯାତ୍ରାର ଶୁକ୍ରବାର ତୃତୀୟ ଦିବସରେ ଘଟ ପରିକ୍ରମା ଆରମ୍ଭ ହୋଇଛି। ସନ୍ଧ୍ୟାରେ ମା’ ପଞ୍ଚ ଠାକୁରାଣୀ କନକା, କାଳୁଆ, ତାରାତାରିଣୀ, କାଳୀ ଓ ଫୁଲ ସୁନ୍ଦରୀଙ୍କ ଘଟକୁ ପରମ୍ପରା ଅନୁସାରେ ପାଞ୍ଚଜଣ ଗୋପାଳ ସମ୍ପ୍ରଦାୟର ପୁରୁଷ ମୁଣ୍ଡାଇ ବଡବଜାରସ୍ଥିତ ଅସ୍ଥାୟୀ ମନ୍ଦିରରୁ ବାହାରି ପୂର୍ବଖଣ୍ଡ ଯଥା ବଜାର, ରାଧାକାନ୍ତ ସାହି, ରଥସାହି, ପୋଲିସ ଥାନା, ପୁରୁଣା ପୋଷ୍ଟ ଅଫିସ ସାହି, ଧୋବାସାହି, କଲେଜ ଛକ, ଅମୁଣିଆ ସାହି ମେନରୋଡ ଆଦି ପରିକ୍ରମା କରିଛନ୍ତି। ଦୀର୍ଘ ଦୁଇବର୍ଷ ପରେ ପାଞ୍ଚଠାକୁରାଣୀଙ୍କୁ ଏକା ସଙ୍ଗରେ ଘରପାଖରେ ପାଇ ଲୋକେ ଆତ୍ମବିଭୋର ହୋଇପଡି ପୂଜାର୍ଚ୍ଚନା କରିଛନ୍ତି। ଯାତ୍ରାକୁ ଯାତ୍ରା ଅଧିକାରୀ ରମାକାନ୍ତ ଦାଶଙ୍କ ସମେତ ସଭାପତି ରବୀନ୍ଦ୍ର ପାତ୍ର, ସମ୍ପାଦକ ତ୍ରିନାଥ ପଣ୍ଡା, ପୂର୍ବତନ ସଭାପତି ଦୁର୍ଗାଚରଣ ଦାଶ, ସନ୍ତୋଷ ସାହୁ, ରବି ନାରାୟଣ ପଣ୍ଡା, କୃଷ୍ଣଚନ୍ଦ୍ର ଦାଶ, କପିଳେଶ୍ୱର ବଣିକ ସଂଘର ସଭ୍ୟମାନେ ପରିଚାଳନା କରୁଛନ୍ତି।

The post ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା: ତୃତୀୟ ଦିବସରେ ଘଟ ପରିକ୍ରମା ଆରମ୍ଭ appeared first on Dharitri Odia News.