ଟି-୨୦ କ୍ରିକେଟ୍ ଫର୍ମାଟ୍ରେ ଋତୁରାଜ ଗାଏକ୍ୱାଡ଼ଙ୍କ ଲମ୍ବ ଡିଆଁ: ICC ରାଙ୍କିଙ୍ଗରେ ଟପ୍-୧୦ ସାମିଲ୍
ନୂଆଦିଲ୍ଲୀ: ଟି-୨୦ କ୍ରିକେଟ୍ ଫର୍ମାଟ୍ରେ ଋତୁରାଜ ଗାଏକ୍ୱାଡ଼ଙ୍କ ଲମ୍ବ ଡିଆଁ । ଆଇସିସି ରାଙ୍କିଙ୍ଗ୍ର ଟପ୍ ୧୦ରେ ଏଣ୍ଟ୍ରି। ଜିମ୍ବାୱେ ବିପକ୍ଷ ଟି ୨୦ ସିରିଜର ତୃତୀୟ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ ଫଳରେ ତାଙ୍କ ରାଙ୍କିଙ୍ଗରେ ସୁଧାର ଆସିଛି। ଗାଏକ୍ୱାଡ଼ ୪୯ ରନର ଇନିଂସ ଖେଳିଥିଲେ। ଏହାପୂର୍ବରୁ ସେ ଦ୍ୱିତୀୟ ମ୍ୟାଚ୍ରେ ଅପରାଜିତ ୭୭ ରନ୍ ସଂଗ୍ରହ କରିଥିଲେ। ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଗାଏକ୍ୱାଡଙ୍କୁ ରାଙ୍କିଙ୍ଗରେ ସୁଧାର ଆସିଛି। ସେହିପରି ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।ଟି -୨୦ ବ୍ୟାଟିଂ ରାଙ୍କିଙ୍ଗ୍ରେ ଗାଇକୱାଡ ୧୩ ତମ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇ ୭ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଗାଇକୱାଡ୍ ୬୬୨ ରେଟିଂ ପାଇଛନ୍ତି। ସୂର୍ଯ୍ୟକୁମାର ଦୁଇ ନମ୍ବରରେ ରହିଛନ୍ତି। ସେ ୮୨୧ ରେଟିଂ ପାଇଛନ୍ତି। ରାଙ୍କିଙ୍ଗରେ ଯଶସ୍ୱୀ ଜୈୟୱାଲ ତଳକୁ ଖସିଛନ୍ତି। ଜୟସ୍ୱାଲ ତିନୋଟି ସ୍ଥାନ ତଳକୁ ଖସି ୧୦ ନମ୍ବରରେ ସ୍ଥାନରେ ଅଛନ୍ତି। ଟି -୨୦ ରାଙ୍କିଙ୍ଗରେ ରିଙ୍କୁ ସିଂହ ୪ଟି ସ୍ଥାନ ଉପରକୁ ଉଠି ୩୯ ନମ୍ବରରେ ପହଞ୍ଚିଛନ୍ତି। ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚରେ ଗାଏକ୍ୱାଡ଼ ୪୭ ବଲ ଖେଳି ଅପରାଜିତ ୭୭ ରନ ସ୍କୋର କରିଥିଲେ। ଏଥିରେ ୧୧ ଚୌକା ଓ ୧ ଛକା ମାରିଥିଲେ। ତୃତୀୟ ମ୍ୟାଚରେ ଗାଇକୱାଡ ୨୮ ବଲରେ ୪୯ ରନ କରିଥିଲେ। ଏଥିରେ ୪ ଚୌକା ଓ ୩ ଛକା ମାରିଥିଲେ। ଏବେ ଭାରତୀୟ ଦଳ ଶନିବାର ଚତୁର୍ଥ ଟି -
ନୂଆଦିଲ୍ଲୀ: ଟି-୨୦ କ୍ରିକେଟ୍ ଫର୍ମାଟ୍ରେ ଋତୁରାଜ ଗାଏକ୍ୱାଡ଼ଙ୍କ ଲମ୍ବ ଡିଆଁ । ଆଇସିସି ରାଙ୍କିଙ୍ଗ୍ର ଟପ୍ ୧୦ରେ ଏଣ୍ଟ୍ରି। ଜିମ୍ବାୱେ ବିପକ୍ଷ ଟି ୨୦ ସିରିଜର ତୃତୀୟ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ ଫଳରେ ତାଙ୍କ ରାଙ୍କିଙ୍ଗରେ ସୁଧାର ଆସିଛି। ଗାଏକ୍ୱାଡ଼ ୪୯ ରନର ଇନିଂସ ଖେଳିଥିଲେ। ଏହାପୂର୍ବରୁ ସେ ଦ୍ୱିତୀୟ ମ୍ୟାଚ୍ରେ ଅପରାଜିତ ୭୭ ରନ୍ ସଂଗ୍ରହ କରିଥିଲେ। ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଗାଏକ୍ୱାଡଙ୍କୁ ରାଙ୍କିଙ୍ଗରେ ସୁଧାର ଆସିଛି। ସେହିପରି ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ଟି -୨୦ ବ୍ୟାଟିଂ ରାଙ୍କିଙ୍ଗ୍ରେ ଗାଇକୱାଡ ୧୩ ତମ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇ ୭ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଗାଇକୱାଡ୍ ୬୬୨ ରେଟିଂ ପାଇଛନ୍ତି। ସୂର୍ଯ୍ୟକୁମାର ଦୁଇ ନମ୍ବରରେ ରହିଛନ୍ତି। ସେ ୮୨୧ ରେଟିଂ ପାଇଛନ୍ତି। ରାଙ୍କିଙ୍ଗରେ ଯଶସ୍ୱୀ ଜୈୟୱାଲ ତଳକୁ ଖସିଛନ୍ତି। ଜୟସ୍ୱାଲ ତିନୋଟି ସ୍ଥାନ ତଳକୁ ଖସି ୧୦ ନମ୍ବରରେ ସ୍ଥାନରେ ଅଛନ୍ତି। ଟି -୨୦ ରାଙ୍କିଙ୍ଗରେ ରିଙ୍କୁ ସିଂହ ୪ଟି ସ୍ଥାନ ଉପରକୁ ଉଠି ୩୯ ନମ୍ବରରେ ପହଞ୍ଚିଛନ୍ତି।
ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚରେ ଗାଏକ୍ୱାଡ଼ ୪୭ ବଲ ଖେଳି ଅପରାଜିତ ୭୭ ରନ ସ୍କୋର କରିଥିଲେ। ଏଥିରେ ୧୧ ଚୌକା ଓ ୧ ଛକା ମାରିଥିଲେ। ତୃତୀୟ ମ୍ୟାଚରେ ଗାଇକୱାଡ ୨୮ ବଲରେ ୪୯ ରନ କରିଥିଲେ। ଏଥିରେ ୪ ଚୌକା ଓ ୩ ଛକା ମାରିଥିଲେ। ଏବେ ଭାରତୀୟ ଦଳ ଶନିବାର ଚତୁର୍ଥ ଟି -୨୦ ମ୍ୟାଚ୍ ଖେଳିବ। ଏହାପରେ ରବିବାର ପଞ୍ଚମ ମ୍ୟାଚ୍ ଖେଳାଯିବ।
ଯଦି ଗାଏକ୍ୱାଡ଼ ଏଭଳି ଲଗାତର ଭଲ ପ୍ରଦର୍ଶନ ଜାରି ରଖନ୍ତି ତେବେ ତାଙ୍କ ସ୍ଥାନ ଟିମ୍ ଇଣ୍ଡିଆରେ ପକ୍କା ହୋଇଯିବ। ସେ ଏପର୍ଯ୍ୟନ୍ତ ଭାରତ ପାଇଁ ୨୨ ଟି -୨୦ ମ୍ୟାଚ୍ ଖେଳିଛନ୍ତି। ଏଥିରେ ସେ ୬୩୩ ରନ୍ କରିଚନ୍ତି। ଗାଇକ୍ୱାଡ଼ ଗୋଟିଏ ଶତକ ଏବଂ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୬ ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ଘରୋଇ ଟି -୨୦ ମ୍ୟାଚ୍ରେ ମଧ୍ୟ ତାଙ୍କର ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି। ୧୩୯ଟି -୨୦ ମ୍ୟାଚରେ ଗାଇକୱାଡ ୪୭୫୧ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ସେ ୬ ସତକ ଏବଂ ୩୨ ଅର୍ଦ୍ଧଶତକ ହାସଲ କରିଛନ୍ତି।