ଗ୍ୟାସ ସିଲିଣ୍ଡର ଟ୍ରାଜେଡି: ୫ ଆହତଙ୍କ ମଧ୍ୟରୁ ଜଣେ ମୃତ

ଚିକିଟି/ଦିଗପହଣ୍ଡି,୮।୨(ପ୍ରକାଶ ଚନ୍ଦ୍ର ସାହୁ/ଅଶେଷ ନାଥ ମିଶ୍ର): ବେଙ୍ଗାଲୁରୁ ଗ୍ୟାସ ସିଲିଣ୍ଡର ଟ୍ରାଜେଡି ଘଟଣାରେ ଗୁରୁତର ଆହାତ ଗଞ୍ଜାମ ଜିଲା ଚିକିଟି ଏନଏସି ଅନ୍ତର୍ଗତ ଜେନାପୁର ଗ୍ରାମର ଦାଦନ ଶ୍ରମିକ ସନ୍ତୋଷ କୁମାର ବେହେରା ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଜେନାପୁର ଗ୍ରାମର ସନ୍ତୋଷଙ୍କ ସମେତ ପବିତ୍ର ସେଠୀ, ବିପିନ ସେଠୀ, ସାରଥୀ ସେଠୀ ଓ ରୁନା ସାହୁ ଗତ ପ୍ରାୟ୧୫ ଦିନ ପୂର୍ବେ ବେଙ୍ଗାଲୁରୁ ଯାଇ ସେଠାକାର ଏକ ଘରୋଇ ସ୍ପେରପାଟର୍‌ସ କମ୍ପାନୀରେ […] The post ଗ୍ୟାସ ସିଲିଣ୍ଡର ଟ୍ରାଜେଡି: ୫ ଆହତଙ୍କ ମଧ୍ୟରୁ ଜଣେ ମୃତ appeared first on Dharitri Odia News.

ଗ୍ୟାସ ସିଲିଣ୍ଡର ଟ୍ରାଜେଡି: ୫ ଆହତଙ୍କ ମଧ୍ୟରୁ ଜଣେ ମୃତ

ଚିକିଟି/ଦିଗପହଣ୍ଡି,୮।୨(ପ୍ରକାଶ ଚନ୍ଦ୍ର ସାହୁ/ଅଶେଷ ନାଥ ମିଶ୍ର): ବେଙ୍ଗାଲୁରୁ ଗ୍ୟାସ ସିଲିଣ୍ଡର ଟ୍ରାଜେଡି ଘଟଣାରେ ଗୁରୁତର ଆହାତ ଗଞ୍ଜାମ ଜିଲା ଚିକିଟି ଏନଏସି ଅନ୍ତର୍ଗତ ଜେନାପୁର ଗ୍ରାମର ଦାଦନ ଶ୍ରମିକ ସନ୍ତୋଷ କୁମାର ବେହେରା ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଜେନାପୁର ଗ୍ରାମର ସନ୍ତୋଷଙ୍କ ସମେତ ପବିତ୍ର ସେଠୀ, ବିପିନ ସେଠୀ, ସାରଥୀ ସେଠୀ ଓ ରୁନା ସାହୁ ଗତ ପ୍ରାୟ୧୫ ଦିନ ପୂର୍ବେ ବେଙ୍ଗାଲୁରୁ ଯାଇ ସେଠାକାର ଏକ ଘରୋଇ ସ୍ପେରପାଟର୍‌ସ କମ୍ପାନୀରେ କାମ କରୁଥିଲେ। ଗତ ମଙ୍ଗଳବାର ରାତି ପ୍ରାୟ ୯ ଟାରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିବାରୁ ସେମାନେ ଆହାତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଭିକ୍ଟୋରିଆ ହସ୍ପିଟାଲ ଆଣ୍ଡ ମେଡିକାଲ କଲେଜ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସନ୍ତୋଷ ମୃତ୍ୟୁବରଣ କରିଥିବା ବେଳେ ପବିତ୍ର , ବିପିନ, ସାରଥୀ ଓ ରୁନା ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡୁଛି। ପରିବାର ଲୋକଙ୍କ ଆର୍ଥିକ ସମ୍ବଳ ନ ଥିବାରୁ ସନ୍ତୋଷଙ୍କ ମୃତଦେହ ଗ୍ରାମକୁ ଆଣିବାପାଇଁ ଗଞ୍ଜାମ ଜିଲା ପ୍ରଶାସନ ସହାୟତା କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

 

The post ଗ୍ୟାସ ସିଲିଣ୍ଡର ଟ୍ରାଜେଡି: ୫ ଆହତଙ୍କ ମଧ୍ୟରୁ ଜଣେ ମୃତ appeared first on Dharitri Odia News.