ଭାରତରେ କ’ଣ ନାହିଁ ନିଯୁକ୍ତି ସୁଯୋଗ, ଆମ ଯୁବବର୍ଗ କାହିଁକି ଯିବେ ଇସ୍ରାଏଲ…
ନୂଆଦିଲ୍ଲୀ,୨୮।୧ : ଉତ୍ତରପ୍ରଦେଶ ଏବଂ ହରିୟାଣାର ଲୋକମାନେ ଇସ୍ରାଏଲରେ ନିଯୁକ୍ତି ସୁଯୋଗ ପାଇଁ ଧାଡ଼ିବାନ୍ଧି ଛିଡା େହୋଇଥିବା ଖବର ନେଇ କଂଗ୍ରେସ ଦଳ ସରକାରଙ୍କୁ କଡ଼ ାସମାଳୋଚନା କରିଛି। ଦଳ କହିଛି ଏହି ଘଟଣା ଦେଶରେ ସୃଷ୍ଟି ହୋଇଥିବା ଗୁରୁତର ବେକାରୀ ପରିସ୍ଥିତିକୁ ଦର୍ଶାଉଛି ଏବଂ ଏକ ଶକ୍ତିଶାଳୀ ତଥା ସମୃଦ୍ଧ ଅର୍ଥନୀତି ଉପରେ ସରକାରଙ୍କ ଦାବି ଉପରେ ସନ୍ଦେହ ସୃଷ୍ଟି କରୁଛି। ବିଶେଷ କରି ଉତ୍ତରପ୍ରଦେଶ ଏବଂ ହରିୟାଣାରେ ପାଲେଷ୍ଟାଇନ ଶ୍ରମିକଙ୍କ ବଦଳରେ ଇସ୍ରାଏଲରେ ଚାକିରି […] The post ଭାରତରେ କ’ଣ ନାହିଁ ନିଯୁକ୍ତି ସୁଯୋଗ, ଆମ ଯୁବବର୍ଗ କାହିଁକି ଯିବେ ଇସ୍ରାଏଲ… appeared first on Dharitri Odia News.
ନୂଆଦିଲ୍ଲୀ,୨୮।୧ : ଉତ୍ତରପ୍ରଦେଶ ଏବଂ ହରିୟାଣାର ଲୋକମାନେ ଇସ୍ରାଏଲରେ ନିଯୁକ୍ତି ସୁଯୋଗ ପାଇଁ ଧାଡ଼ିବାନ୍ଧି ଛିଡା େହୋଇଥିବା ଖବର ନେଇ କଂଗ୍ରେସ ଦଳ ସରକାରଙ୍କୁ କଡ଼ ାସମାଳୋଚନା କରିଛି। ଦଳ କହିଛି ଏହି ଘଟଣା ଦେଶରେ ସୃଷ୍ଟି ହୋଇଥିବା ଗୁରୁତର ବେକାରୀ ପରିସ୍ଥିତିକୁ ଦର୍ଶାଉଛି ଏବଂ ଏକ ଶକ୍ତିଶାଳୀ ତଥା ସମୃଦ୍ଧ ଅର୍ଥନୀତି ଉପରେ ସରକାରଙ୍କ ଦାବି ଉପରେ ସନ୍ଦେହ ସୃଷ୍ଟି କରୁଛି।
ବିଶେଷ କରି ଉତ୍ତରପ୍ରଦେଶ ଏବଂ ହରିୟାଣାରେ ପାଲେଷ୍ଟାଇନ ଶ୍ରମିକଙ୍କ ବଦଳରେ ଇସ୍ରାଏଲରେ ଚାକିରି ଖୋଜିବା ପାଇଁ ଯୁବବର୍ଗଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ କଂଗ୍ରେସର ମହାସଚିବ ଜୟରାମ ରମେଶ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ତଥା ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ସରକାରଙ୍କ ଅର୍ଥନୀତିର ଉପହାସ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଦେଶରେ ବେରୋଜଗାରୀ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇ କଂଗ୍ରେସ ସରକାରଙ୍କ ଆର୍ଥିକ ନୀତିକୁ ନେଇ ନିରନ୍ତର ଚିନ୍ତା ପ୍ରକଟ କରିଛି। ଭାରତରେ କ’ଣ ନିଯୁକ୍ତି ସୁଯୋଗ ନାହିଁ, ଆମ ଯୁବବର୍ଗ କାହିଁକି ଇସ୍ରାଏଲ ଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି।
The post ଭାରତରେ କ’ଣ ନାହିଁ ନିଯୁକ୍ତି ସୁଯୋଗ, ଆମ ଯୁବବର୍ଗ କାହିଁକି ଯିବେ ଇସ୍ରାଏଲ… appeared first on Dharitri Odia News.