୪ବର୍ଷ ତଳେ କରିଥିଲେ ବିବାହ: ଘରୁ ମିଳିଲା ଦମ୍ପତିଙ୍କ ମୃତଦେହ
ମୁରିବାହାଲ,୩୦ା୩(ଶ୍ରୀବତ୍ସ ବେହେରା): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଗୁଡିଘାଟ ଗ୍ରାମରେ ରବିବାର ଏକ ଦମ୍ପତିଙ୍କ ମୃତଦେହ ବନ୍ଦ କୋଠରିରୁ ଜବତ କରାଯାଇଛି। ସେମାନେ ହେଲେ ପ୍ରେମରାଜ ମାଝୀ(୨୬) ଓ ତାଙ୍କ ସ୍ତ୍ରୀ ଭାନୁମତୀ ମାଝୀ(୨୩)। ରାତ୍ର ଭୋଜନ ସାରି ଉଭୟେ ଘରେ ଶୋଇଥିଲେ। ସକାଳୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନେ କବାଟ ଖୋଲି ନ ଥିଲେ। ସନ୍ଦେହ ହେବାରୁ ପରିବାର ଲୋକେ ଓ ସାହିପଡିଶା କବାଟ ବାଡେଇ ଡାକିଥିଲେ। ମାତ୍ର ଭିତରୁ କୌଣସି ଉତ୍ତର ମିଳି […] The post ୪ବର୍ଷ ତଳେ କରିଥିଲେ ବିବାହ: ଘରୁ ମିଳିଲା ଦମ୍ପତିଙ୍କ ମୃତଦେହ appeared first on Dharitri Odia News.
ମୁରିବାହାଲ,୩୦ା୩(ଶ୍ରୀବତ୍ସ ବେହେରା): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଗୁଡିଘାଟ ଗ୍ରାମରେ ରବିବାର ଏକ ଦମ୍ପତିଙ୍କ ମୃତଦେହ ବନ୍ଦ କୋଠରିରୁ ଜବତ କରାଯାଇଛି। ସେମାନେ ହେଲେ ପ୍ରେମରାଜ ମାଝୀ(୨୬) ଓ ତାଙ୍କ ସ୍ତ୍ରୀ ଭାନୁମତୀ ମାଝୀ(୨୩)। ରାତ୍ର ଭୋଜନ ସାରି ଉଭୟେ ଘରେ ଶୋଇଥିଲେ। ସକାଳୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନେ କବାଟ ଖୋଲି ନ ଥିଲେ।
ସନ୍ଦେହ ହେବାରୁ ପରିବାର ଲୋକେ ଓ ସାହିପଡିଶା କବାଟ ବାଡେଇ ଡାକିଥିଲେ। ମାତ୍ର ଭିତରୁ କୌଣସି ଉତ୍ତର ମିଳି ନ ଥିଲା। ଶେଷରେ ସେମାନେ ମୁରିବାହାଲ ଥାନା ପୋଲିସକୁ ଜଣାଇଥିଲେ। ଖବର ପାଇ କଣ୍ଟାବାଞ୍ଜି ଏସ୍ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ। କବାଟ ଭାଙ୍ଗି ଘର ଭିତରେ ପଶିବା ପରେ ଉଭୟଙ୍କ ମୃତଦେହ ଘର ଭିତରେ ପଡି ରହିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୫/୨୫) ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା କଣ୍ଟାବାଞ୍ଜି ଏସ୍ଡିପିଓ ମାରାଣ୍ଡି କହିଛନ୍ତି। ଦମ୍ପତିଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ୪ବର୍ଷ ତଳେ ବିବାହ କରିଥିବା ମାଝୀ ଦମ୍ପତି ନିଃସନ୍ତାନ ଥିଲେ।
The post ୪ବର୍ଷ ତଳେ କରିଥିଲେ ବିବାହ: ଘରୁ ମିଳିଲା ଦମ୍ପତିଙ୍କ ମୃତଦେହ appeared first on Dharitri Odia News.