କୁଟୁରାଚୁଆଁ କନିଷ୍ଠ କଲେଜରେ ହିନ୍ଦୀ ଦିବସ ଓ ଡ.ଶ୍ରଦ୍ଧାକର ସୂପକାର ଜୟନ୍ତୀ
ସମ୍ବଲପୁର:କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଟୁରାଚୁଆଁ କନିଷ୍ଠ କଲେଜ ରେ ଶନିବାର ଅଧ୍ୟକ୍ଷ ନିଳାଞ୍ଚଳ ତିୱାରୀଙ୍କ ସଭାପତିତ୍ବରେ ହିନ୍ଦୀ ଦିବସ ଓ ସାହିତିକ୍ୟ ଡ. ଶ୍ରଦ୍ଧାକର ସୂପକାର ଜୟନ୍ତୀ ପାଳିତ ହୋଇଯାଇଅଛି। ପ୍ରାରମ୍ଭ ରେ ଉପସ୍ଥିତ ଅତିଥୀଗଣ ସୂପକାରଙ୍କ ତୈଳଚିତ୍ର ରେ ପୁଷ୍ପମାଳ୍ୟ ଅର୍ପଣ କରିଥିଲେ। ଅଧ୍ୟାପିକା ଭାବନା ପାଣ୍ଡେ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଅଧ୍ୟାପକ ସତ୍ୟନାରାରଣ ପଟେଳ ହିନ୍ଦୀ ଦିବସ ଅବସର ରେ ହିନ୍ଦୀ ଭାଷା ରେ ସଭା ସଂଯୋଜନା କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ […] The post କୁଟୁରାଚୁଆଁ କନିଷ୍ଠ କଲେଜରେ ହିନ୍ଦୀ ଦିବସ ଓ ଡ.ଶ୍ରଦ୍ଧାକର ସୂପକାର ଜୟନ୍ତୀ appeared first on Odisha.News.

ସମ୍ବଲପୁର:କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଟୁରାଚୁଆଁ କନିଷ୍ଠ କଲେଜ ରେ ଶନିବାର ଅଧ୍ୟକ୍ଷ ନିଳାଞ୍ଚଳ ତିୱାରୀଙ୍କ ସଭାପତିତ୍ବରେ ହିନ୍ଦୀ ଦିବସ ଓ ସାହିତିକ୍ୟ ଡ. ଶ୍ରଦ୍ଧାକର ସୂପକାର ଜୟନ୍ତୀ ପାଳିତ ହୋଇଯାଇଅଛି। ପ୍ରାରମ୍ଭ ରେ ଉପସ୍ଥିତ ଅତିଥୀଗଣ ସୂପକାରଙ୍କ ତୈଳଚିତ୍ର ରେ ପୁଷ୍ପମାଳ୍ୟ ଅର୍ପଣ କରିଥିଲେ। ଅଧ୍ୟାପିକା ଭାବନା ପାଣ୍ଡେ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଅଧ୍ୟାପକ ସତ୍ୟନାରାରଣ ପଟେଳ ହିନ୍ଦୀ ଦିବସ ଅବସର ରେ ହିନ୍ଦୀ ଭାଷା ରେ ସଭା ସଂଯୋଜନା କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ ହିନ୍ଦୀ ଦିବସ ର ମହତ୍ତ୍ବ ଓ ବିଭିନ୍ନ କ୍ଷେତ୍ର ରେ ଡ଼.ସୂପକାର ଙ୍କ ଅବଦାନ ଓ ସାହିତ୍ୟ ତଥା ତାଙ୍କର ଜୀବନୀ ବିଷୟରେ ମାର୍ଗଦର୍ଶନ ଦେଇଥିଲେ।ପୁରାତନ ଛାତ୍ର ସଂସଦ ସଭାପତି ଅରୁଣ କୁମାର ପଟେଲ ,ଅଧ୍ୟାପକ ସୁଧୀର କୁମାର ନାଏକ,ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇଡ଼.ସୂପକାର ଙ୍କ ଜୀବନୀ ଓ ହିନ୍ଦୀ ଭାଷା ର ଉପଯୋଗ ବିଷୟରେ ଉଦବୋଧନ ଦେଇଥିଲେ। ଶେଷରେ ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ଉଭୟ ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ । କଲେଜ ର ଡିଇଓ ସମିନ ରଞନ ନାଏକ,କିରାଣୀ ଭେଷଜ ଗରଡିଆ,ଅଣଶିକ୍ଷକ ଜୟଦେବ ରାଉତ ଓ ଅସିମ କୁମାର ପରୁଆ ସହଯୋଗ କରିଥିଲେ।
The post କୁଟୁରାଚୁଆଁ କନିଷ୍ଠ କଲେଜରେ ହିନ୍ଦୀ ଦିବସ ଓ ଡ.ଶ୍ରଦ୍ଧାକର ସୂପକାର ଜୟନ୍ତୀ appeared first on Odisha.News.