ପଣ୍ଡାପାଲି ଗାଁ ଶଙ୍କର ମହାକୁର ଙ୍କ ଘର ଉପରେ ଗଚ୍ଛପଡିବାରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଉଫୁଲା ପଞ୍ଚାୟତ ପଣ୍ଡାପାଲି ଗ୍ରାମରେ ଜୈନିକ ବ୍ୟକ୍ତି ଙ୍କ ଘର ଉପରେ ଏକ ବିରାଟ ଗଚ୍ଛ ପଡ଼ି ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି l ଫଳରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ମିଳିଥିବା ସୂଚନା ଅନୁସାରେ ଗ୍ରାମର ଶଙ୍କର ମହାକୁର ପରିବାର ସହ ନିଜ ଘରେ ଥିବାବେଳେ ସେହି ସମୟରେ ନିକଟରେ ଥିବା ଏକ ବିରାଟ ଗଛ ଭାଙ୍ଗି ତାଙ୍କ ଘର ଉପରେ […] The post ପଣ୍ଡାପାଲି ଗାଁ ଶଙ୍କର ମହାକୁର ଙ୍କ ଘର ଉପରେ ଗଚ୍ଛପଡିବାରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ appeared first on Odisha.News.

ପଣ୍ଡାପାଲି ଗାଁ ଶଙ୍କର ମହାକୁର ଙ୍କ ଘର ଉପରେ ଗଚ୍ଛପଡିବାରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଉଫୁଲା ପଞ୍ଚାୟତ ପଣ୍ଡାପାଲି ଗ୍ରାମରେ ଜୈନିକ ବ୍ୟକ୍ତି ଙ୍କ ଘର ଉପରେ ଏକ ବିରାଟ ଗଚ୍ଛ ପଡ଼ି ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି l ଫଳରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ମିଳିଥିବା ସୂଚନା ଅନୁସାରେ ଗ୍ରାମର ଶଙ୍କର ମହାକୁର ପରିବାର ସହ ନିଜ ଘରେ ଥିବାବେଳେ ସେହି ସମୟରେ ନିକଟରେ ଥିବା ଏକ ବିରାଟ ଗଛ ଭାଙ୍ଗି ତାଙ୍କ ଘର ଉପରେ ପଡିଯାଇଥିଲା l ତେବେ ଗଛର ଶବ୍ଦ ଶୁଣି ପରିବାର ଲୋକେ ଘରୁ ଦୌଡ଼ି ପଳେଇ ଯାଇଥିଲେ l ଫଳରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ l ମଙ୍ଗଳବାର ଗଛ ପଡ଼ିବା ଯୋଗୁଁ ଶଙ୍କରଙ୍କ ଘର ଭାଙ୍ଗିବା ସହ ବହୁ କ୍ଷୟ କ୍ଷତି ହୋଇଛି l ତୁରନ୍ତ ପରିବାର ଲୋକେ ବୀରମହାରାଜପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଖବର ପାଇଁ ଅଗ୍ନିଶମ ଅଧିକାରୀ ଭରତ ଲାଳ ଏକ୍କାଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ସଫା କରିଥିଲେ l ତେବେ ପରିବାରଟି ଗରିବ ହୋଇଥିବାରୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି l

The post ପଣ୍ଡାପାଲି ଗାଁ ଶଙ୍କର ମହାକୁର ଙ୍କ ଘର ଉପରେ ଗଚ୍ଛପଡିବାରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ appeared first on Odisha.News.