ପୁରୀ ରଥଯାତ୍ରା ମହୋତ୍ସବରେ ବେଦାନ୍ତର ନିଃଶୁଳ୍କ ସେବା

ଭୁବନେଶ୍ୱର,୧୮।୭ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ର ମହୋତ୍ସବରେ ସାମିଲ ହୋଇଥିଲା। ଏହି ଅବସରରେ କମ୍ପାନୀ ଅଗଣିତ ଭକ୍ତଙ୍କୁ ସେବା ଯୋଗାଇବା ସହ ମାଗଣା ପ୍ରସାଦ ଓ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରିଥିଲା। ଏପରିକି ଏହି ୯ଦିନିଆ ମହୋତ୍ସବରେ ଯୋଗଦେଇଥିବା ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ନିଃଶୁଳ୍କ ସେବା କମ୍ପାନୀର ସ୍ବେଚ୍ଛାସେବୀଙ୍କ ଜରିଆରେ ଯୋଗ ଦିଆଯାଉଛି। ସେହିଭଳି ଓଡ଼ିଶାର […] The post ପୁରୀ ରଥଯାତ୍ରା ମହୋତ୍ସବରେ ବେଦାନ୍ତର ନିଃଶୁଳ୍କ ସେବା appeared first on Dharitri Odia News.

ପୁରୀ ରଥଯାତ୍ରା ମହୋତ୍ସବରେ ବେଦାନ୍ତର ନିଃଶୁଳ୍କ ସେବା

ଭୁବନେଶ୍ୱର,୧୮।୭ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ର ମହୋତ୍ସବରେ ସାମିଲ ହୋଇଥିଲା। ଏହି ଅବସରରେ କମ୍ପାନୀ ଅଗଣିତ ଭକ୍ତଙ୍କୁ ସେବା ଯୋଗାଇବା ସହ ମାଗଣା ପ୍ରସାଦ ଓ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରିଥିଲା। ଏପରିକି ଏହି ୯ଦିନିଆ ମହୋତ୍ସବରେ ଯୋଗଦେଇଥିବା ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ନିଃଶୁଳ୍କ ସେବା କମ୍ପାନୀର ସ୍ବେଚ୍ଛାସେବୀଙ୍କ ଜରିଆରେ ଯୋଗ ଦିଆଯାଉଛି। ସେହିଭଳି ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ପୁରୀ ବେଶ ପରିଚିତ ଥିଲାବେଳେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ହଜାର ହଜାର ଭକ୍ତ ପୁରୀ ବଡ଼ଦାଣ୍ଡରେ ଏକତ୍ରିତ ହୋଇଥାନ୍ତି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଭଜନ ସନ୍ଧ୍ୟା ତଥା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବିକଶିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ସହ ଓର୍‌ମାସ ଦ୍ୱାରା ଆୟୋଜିତ ପୁରୀ ପଲ୍ଲିଶ୍ରୀ ମେଳାରେ ଚୟନ ହୋଇଥିବା ପ୍ରକଳ୍ପଗୁଡିକୁ ମଧ୍ୟ କମ୍ପାନୀ ଉପସ୍ଥାପିତ କରିଥିଲା। ସେହିପରି ଏକା ସାଙ୍ଗରେ କମ୍ପାନୀ କର୍ମଚାରୀ,ବ୍ୟବସାୟିକ ଭାଗୀଦାରି ଓ ସେମାନଙ୍କ ପରିବାର ଉତ୍ସାହର ସହ ଯୋଗଦେଇ କମ୍ପାନୀର ଓଡ଼ିଶା ୟୁନିଟ୍‌ ଝାରସୁଗୁଡ଼ା ଓ ଲାଞ୍ଜିଗଡ଼ଠାରେ ଥିବା ଟାଉନଶିପ ଏବଂ ଛତିଶଗଡ଼ର କୋର୍ବାଠାରେ ମଧ୍ୟ ରଥଯାତ୍ରା ପାଳନ କରିଥିଲେ। ଅପରପକ୍ଷରେ ବେଦାନ୍ତର ଝାରସୁଗୁଡ଼ାସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ୧୯,୫୦୦ ବର୍ଗଫୁଟ ବିସ୍ତାର କରିଛି ଓ ଏଠାରେ ଅଗଣିତ ଭକ୍ତଙ୍କ ମହାସମାଗମ ହୋଇଥିଲା। ଏହା ବ୍ୟତୀତ କଳାହାଣ୍ଡିର ଳାଞ୍ଜିଗଡ଼ଠାରେ ନବନିର୍ମିତ ଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ ହୋଇଥିଲାବେଳେ ରଥଯାତ୍ରା ଉତ୍ସବରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।

ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି,ବେଦାନ୍ତ ଆଲୁମିନିୟମ ବହୁ ବର୍ଷ ଧରି ପୁରୀ ରଥଯାତ୍ରା ଉତ୍ସବରେ ଯୋଗଦେଇଆସିଛି। ଏପରିକି ପ୍ରତିବର୍ଷ କମ୍ପାନୀ ଲକ୍ଷ ଲକ୍ଷ ଭକ୍ତଙ୍କ ସେବା କରିବାର ସୌଭାଗ୍ୟ ଅର୍ଜନ କରିଛି। ଓଡ଼ିଶାର ସମୃଦ୍ଧ ଐତିହ୍ୟର ମୂଳଦୁଆ ସହ ବେଦାନ୍ତ ଆଲୁମିନିୟମ ସମ୍ପୃକ୍ତ ଅଞ୍ଚଳର ଜୀବନ୍ତ ସାଂସ୍କୃତିକ ଉତ୍ତରାଧିକାରୀଙ୍କୁ ପ୍ରୋତ୍ସାହିତ ତଥା ସଂରକ୍ଷିତ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି।

The post ପୁରୀ ରଥଯାତ୍ରା ମହୋତ୍ସବରେ ବେଦାନ୍ତର ନିଃଶୁଳ୍କ ସେବା appeared first on Dharitri Odia News.