ଲିଭ୍‌ଇନ୍‌ରେ ରହିବେ ଅଲି-ଜାସ୍ମିନ  

ମୁମ୍ବାଇ: ଟେଲିପରଦାର ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରୁ ଅଲି ଗୋନି ଏବଂ ଜାସ୍ମିନ ଭାସିନ ଗୋଟିଏ। ଦୀର୍ଘ ବର୍ଷ ଧରି ରିଲେଶନସିପରେ ରହିବା ପରେ ଏବେ ଦୁହେଁ ବିବାହ କରିବାକୁ ମନ ବଳାଇଛନ୍ତି। ହେଲେ ଏହା ପୂର୍ବରୁ ସେମାନେ ବଡ଼ ନିଷ୍ପତ୍ତି ନେଇ ଲିଭ୍‌ଇନ୍‌ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ନିଜର ବ୍ଲଗରେ ଅଲି ଗୋନି କହିଛନ୍ତି, ଏହା ଏଭଳି ଏକ ନିଷ୍ପତ୍ତି ଯାହାକୁ ଆମେ ୫ ବର୍ଷ ଡେଟିଂ କରିବା ପରେ ନେଇଛୁ। ଆମେ ଏକାଠି ରହିବାକୁ ଏକ […] The post ଲିଭ୍‌ଇନ୍‌ରେ ରହିବେ ଅଲି-ଜାସ୍ମିନ   appeared first on Dharitri Odia News.

ଲିଭ୍‌ଇନ୍‌ରେ ରହିବେ ଅଲି-ଜାସ୍ମିନ  
ମୁମ୍ବାଇ: ଟେଲିପରଦାର ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରୁ ଅଲି ଗୋନି ଏବଂ ଜାସ୍ମିନ ଭାସିନ ଗୋଟିଏ। ଦୀର୍ଘ ବର୍ଷ ଧରି ରିଲେଶନସିପରେ ରହିବା ପରେ ଏବେ ଦୁହେଁ ବିବାହ କରିବାକୁ ମନ ବଳାଇଛନ୍ତି। ହେଲେ ଏହା ପୂର୍ବରୁ ସେମାନେ ବଡ଼ ନିଷ୍ପତ୍ତି ନେଇ ଲିଭ୍‌ଇନ୍‌ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।
ନିଜର ବ୍ଲଗରେ ଅଲି ଗୋନି କହିଛନ୍ତି, ଏହା ଏଭଳି ଏକ ନିଷ୍ପତ୍ତି ଯାହାକୁ ଆମେ ୫ ବର୍ଷ ଡେଟିଂ କରିବା ପରେ ନେଇଛୁ। ଆମେ ଏକାଠି ରହିବାକୁ ଏକ ବଡ଼ ଘର ଚାହୁଁଥିଲୁ, ଯାହା ବହୁତ କଷ୍ଟରେ ମିଳିଛି। ଆମେ ଏକାଠି ରହିବୁ ହେଲେ ନିଜ ନିଜ କୋଠରୀରେ। ଏହା ଏକ ନୂଆ ଯାତ୍ରା ହେବାକୁ ଯାଉଛି। ଏହା ସମ୍ପର୍କ ଆରମ୍ଭର ପ୍ରଥମ ପଦକ୍ଷେପ। ଧିରେ ଧିରେ ସବୁକିଛି ହେବ। କାରଣ ଏହା ବଡ଼ ପଦକ୍ଷେପ ଥିଲା ଏଥିଲାଗି ଅଧିକ ଦିନ ଲାଗିଲା  ଗ୍ରହଣ କରିବାକୁ।
ଏହାପରେ ଜାସ୍ମିନ ଘରର ଆସବାବପତ୍ର ଫାଇନାଲ କରିବାକୁ ନିଷ୍ପତ୍ତି ନେଇଥିବାକ ହିଛନ୍ତି। କାରଣ ସେ ୬ ବିଏଚ୍‌କେ ଘର ନେଇଥିଲେ ଯାହାକୁ ସେ ୪ କୋଠରୀ ବିଶିଷ୍ଠ ଘରେ ପରିବର୍ତ୍ତିତ କରିବେ। ଅପରପକ୍ଷେ ଉଭୟଙ୍କ ଏଭଳି ନିଷ୍ପତ୍ତି ଅନେକଙ୍କୁ ଚକିତ କରିଛି।
୨୦୧୮ରେ ପରସ୍ପରକୁ ଭେଟିଥିଲେ ଅଲି-ଜାସ୍ମିନ। ପରବର୍ତ୍ତୀ ସମୟରେ ସେମାନେ ପରସ୍ପରକୁ ଡେଟ୍‌ କରୁଥିଲେ। ଏବେ ଦୁହେଁ ସମ୍ପର୍କକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି।

The post ଲିଭ୍‌ଇନ୍‌ରେ ରହିବେ ଅଲି-ଜାସ୍ମିନ   appeared first on Dharitri Odia News.