ଦିଲ୍ଲୀ –ଏନସିଆରରେ ଝଡ଼ବର୍ଷା, ୨୨ରୁ ଅଧିକ ବିମାନର ଦିଗ ପରିବର୍ତ୍ତନ

ନୂଆଦିଲ୍ଲୀ : ଖରାପ୍ ପାଗ ପାଇଁ ଦିଲ୍ଲୀ ଅଭିମୁଖେ ଯାଉଥିବା ୨୨ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି। ଆଜି ଅପରାହ୍ନରେ ଦିଲ୍ଲୀ-ଏନସିଆରରେ ହଠାତ ବର୍ଷା ହୋଇଥିଲା। ଫଳରେ ଦିଲ୍ଲୀ ବାସିନ୍ଦା ତାତିରୁ ତ୍ରାହି ପାଇଛନ୍ତି। କିନ୍ତୁ ଝଡ଼ବର୍ଷା୍ ପାଇଁ ଦିଳ୍ଲୀରେ ୨୨ରୁ ଅଧିକ ବିମାନର ଦିଗ ପରିବର୍ତ୍ତନ କରାଯାଇଛି। ଦିଲ୍ଲିରୁ ଦିଗ ପରିବର୍ତ୍ତନ କରାଯାଇଥିବା ବିମାନ ଗୁଡ଼ିକ ମଧ୍ୟରେ ଇଣ୍ଡିଗୋର ୯, ଭିସ୍ତାରାର ୩, ଏୟାର ଇଣ୍ଡିଆର ୮ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଓ ସାଉଦିଆର […]

ଦିଲ୍ଲୀ –ଏନସିଆରରେ ଝଡ଼ବର୍ଷା, ୨୨ରୁ ଅଧିକ ବିମାନର ଦିଗ ପରିବର୍ତ୍ତନ

ନୂଆଦିଲ୍ଲୀ : ଖରାପ୍ ପାଗ ପାଇଁ ଦିଲ୍ଲୀ ଅଭିମୁଖେ ଯାଉଥିବା ୨୨ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି। ଆଜି ଅପରାହ୍ନରେ ଦିଲ୍ଲୀ-ଏନସିଆରରେ ହଠାତ ବର୍ଷା ହୋଇଥିଲା। ଫଳରେ ଦିଲ୍ଲୀ ବାସିନ୍ଦା ତାତିରୁ ତ୍ରାହି ପାଇଛନ୍ତି। କିନ୍ତୁ ଝଡ଼ବର୍ଷା୍ ପାଇଁ ଦିଳ୍ଲୀରେ ୨୨ରୁ ଅଧିକ ବିମାନର ଦିଗ ପରିବର୍ତ୍ତନ କରାଯାଇଛି। ଦିଲ୍ଲିରୁ ଦିଗ ପରିବର୍ତ୍ତନ କରାଯାଇଥିବା ବିମାନ ଗୁଡ଼ିକ ମଧ୍ୟରେ ଇଣ୍ଡିଗୋର ୯, ଭିସ୍ତାରାର ୩, ଏୟାର ଇଣ୍ଡିଆର ୮ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଓ ସାଉଦିଆର ଗୋଟିଏ ବିମାନ ଥିଲା। ଆଇଏମଡି (ଭାରତୀୟ ପାଣିପାଗ ବିଭାଗ) ଅନୁଯାୟୀ ଉତ୍ତରପଶ୍ଚିମ ଭାରତରେ ପଶ୍ଚିମ ଜଳବାୟୁ ପ୍ରଭାବ ପାଇଁ ସହରରେ ଝଡ଼ବର୍ଷା ହୋଇଛି। ରବିବାର ମଧ୍ୟ ଦିଲ୍ଲୀ ଏନସିଆରରେ ହାଲୁକା ପବନ ସହ ବର୍ଷା ହୋଇପାରେ। ଆସନ୍ତାକାଲି ଲୋକମାନଙ୍କୁ ଆବଶ୍ୟକ ନଥିଲେ ଘର ବାହାରକୁ ନଯିବାପାଇଁ ଏବଂ ବିଶେଷ କରି ଗଛ ତଳେ ବସିବା ପାଇଁ ବାରଣ କରାଯାଇଛି।