ଆଜି ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର : ‘ସୁଭଦ୍ରା’ ଯୋଜନାରେ ଗୁରୁବାର ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା। ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ୧ଲକ୍ଷ ୭୦ହଜାର ମହିଳାଙ୍କୁ ୫ହଜାର ଟଙ୍କା ଲେଖାଏଁ ମିଳିବ। ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ଦ୍ବିତୀୟ କିସ୍ତିରେ ପ୍ରାୟ ୧ କୋଟି ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରାଯିବ। ଆଜି ପ୍ରାୟ ୨ ଲକ୍ଷ ୩୦ ହଜାରରୁ ଅଧିକ ନୂଆ ହିତାଧିକାରୀଙ୍କୁ ଡିବିଟିରେ ଏହି ଟଙ୍କା ପ୍ରଦାନ କରାଯିବ । ଦିନ ସାଢେ ୧୨ଟାରେ ଉପମୁଖ୍ୟମନ୍ତ୍ରୀ […]

ଆଜି ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ ପର୍ଯ୍ୟାୟ ଟଙ୍କା
ଆଜି ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର : ‘ସୁଭଦ୍ରା’ ଯୋଜନାରେ ଗୁରୁବାର ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା। ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ୧ଲକ୍ଷ ୭୦ହଜାର ମହିଳାଙ୍କୁ ୫ହଜାର ଟଙ୍କା ଲେଖାଏଁ ମିଳିବ। ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ଦ୍ବିତୀୟ କିସ୍ତିରେ ପ୍ରାୟ ୧ କୋଟି ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରାଯିବ।

ଆଜି ପ୍ରାୟ ୨ ଲକ୍ଷ ୩୦ ହଜାରରୁ ଅଧିକ ନୂଆ ହିତାଧିକାରୀଙ୍କୁ ଡିବିଟିରେ ଏହି ଟଙ୍କା ପ୍ରଦାନ କରାଯିବ । ଦିନ ସାଢେ ୧୨ଟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ଆବାସୀ ମାଧ୍ୟମରେ ଶୁଭାବମ୍ଭ କରିବେ । ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ପଠାଯିବା । ପଞ୍ଚମ ପର୍ଯ୍ୟାୟକୁ ମିଶାଇ ସୁଭଦ୍ରା ଯୋଜନାରେ ହାତାଧିକାରୀ ସଂଖ୍ୟା କୋଟିଏ ପାର୍ କରିଛି । ରାଜ୍ୟ ସରକାର ନୂଆ ହିତାଧିକାରୀଙ୍କ ପାଇଁ ଅତିରିକ୍ତ ୧୧୫ କୋଟି ଟଙ୍କା ଖର୍ଚ୍ଚ କରିବେ ।

ସେପଟେ ଆଉ ଦିନକ ପରେ ଅର୍ଥାତ୍ ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାରେ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ । ସୁଭଦ୍ରା ଯୋଜନାରେ ୧ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ଅନ୍ୟପଟେ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ସରକାରୀ ଅଧିକାରୀ ଘର ଘର ବୁଲି ସର୍ଭେ କରିବେ। ୫ଟି ପର୍ଯ୍ୟାୟରେ ୨ ଲକ୍ଷ ୩୦ ହଜାର ମହିଳାଙ୍କୁ କିସ୍ତି ପ୍ରଦାନ କରାଗଲେ ଏହି ସଂଖ୍ୟା କୋଟିଏ ୨୦ ହଜାର ପାର୍ କରିବ ।