ବିଜେପିର ବ୍ୟାଙ୍କ୍ ଆକାଉଣ୍ଟ୍ ଅଚଳ ପାଇଁ ଏବଂ ନିର୍ବାଚନୀ ବଣ୍ଡ୍ ମାମଲାର ତଦନ୍ତ ପାଇଁ କଂଗ୍ରେସର ଦାବି
ନୂଆଦିଲ୍ଲୀ : କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଶୁକ୍ରବାର ଦିନ ନିର୍ବାଚନୀ ବଣ୍ଡ୍ ଯୋଜନାର ତଦନ୍ତ ପାଇଁ ଦାବି କରିଛନ୍ତି ଏବଂ କହିଛନ୍ତି, ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ବିଜେପିର ବ୍ୟାଙ୍କ ଆକାଉଣ୍ଟ୍ ଅଚଳ କରାଯିବା ଉଚିତ। ଅନେକ କମ୍ପାନି ଯେଉଁମାନେ କି ନିର୍ବାଚନୀ ବଣ୍ଡ୍ ଯୋଜନାରେ ରାଜାନୈତିକ ଦଳ ଗୁଡ଼ିକୁ ପାଣ୍ଠି ଦାନ କରିଛନ୍ତି ସେମାନଙ୍କୁ ଇଢି, ସିବିଆଇ ଏବଂ ଆଇଟି ବିଭାଗ ଦ୍ବାରା ତଦନ୍ତ କରାଯାଇଛି ବୋଲି ଜଣାପଡ଼ିବା ପରେ ଉକ୍ତ ପ୍ରସଙ୍ଗରେ ଖଡ଼ଗେ […]

ନୂଆଦିଲ୍ଲୀ : କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଶୁକ୍ରବାର ଦିନ ନିର୍ବାଚନୀ ବଣ୍ଡ୍ ଯୋଜନାର ତଦନ୍ତ ପାଇଁ ଦାବି କରିଛନ୍ତି ଏବଂ କହିଛନ୍ତି, ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ବିଜେପିର ବ୍ୟାଙ୍କ ଆକାଉଣ୍ଟ୍ ଅଚଳ କରାଯିବା ଉଚିତ। ଅନେକ କମ୍ପାନି ଯେଉଁମାନେ କି ନିର୍ବାଚନୀ ବଣ୍ଡ୍ ଯୋଜନାରେ ରାଜାନୈତିକ ଦଳ ଗୁଡ଼ିକୁ ପାଣ୍ଠି ଦାନ କରିଛନ୍ତି ସେମାନଙ୍କୁ ଇଢି, ସିବିଆଇ ଏବଂ ଆଇଟି ବିଭାଗ ଦ୍ବାରା ତଦନ୍ତ କରାଯାଇଛି ବୋଲି ଜଣାପଡ଼ିବା ପରେ ଉକ୍ତ ପ୍ରସଙ୍ଗରେ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଉପରେ ବର୍ଷିଛନ୍ତି। କେବଳ ଇଡି, ଆଇଟି ଏବଂ ସିବିଆଇ ଚଢ଼ଉ ପରେ କାହିଁକି ଅନେକ କମ୍ପାନି ପାଣ୍ଠି ଦାନ କରିଛନ୍ତି ବୋଲି ଖଡ଼ଗେ ପ୍ରଶ୍ନ କରିଛନ୍ତି। ଏଭଳି କମ୍ପାନି ଗୁଡ଼ିକ ଉପରେ କିଏ ଚାପ ପକାଉଛି ବୋଲି ଖଡ଼ଗେ ପ୍ରଶ୍ନ କରିଛନ୍ତି। ଏବେ ରଦ୍ଦ ହୋଇଥିବା ନିର୍ବାଚନୀ ବଣ୍ଡ୍ ଯୋଜନା ଦ୍ବାରା ପାଣ୍ଠି ଦାନ କରିଥିବା ୩୦ରୁ ୧୫ଟି କମ୍ପାନି ବିରୋଧରେ ସିବିଆଇ, ଇଡି ଏବଂ ଆଇଟି ତଦନ୍ତ ହୋଇଛି। ଖଡ଼ଗେ ନିର୍ବାଚନୀ ବଣ୍ଡ୍ ଯୋଜନାର ତଦନ୍ତ ଦାବି କରିବା ସହ ବିଜେପିର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବାପାଇଁ ଦାବି କରିଛନ୍ତି। କଂଗ୍ରେସ ମୁଖ୍ୟଙ୍କ ଅଭିଯୋଗ ଅନୁଯାୟୀ ଯେଉଁମାନେ ଇଡି ଏବଂ ଆଇଟି ଚଢ଼ଉ ସାମ୍ନା କରିଛନ୍ତି ସେମାନେ ବିଜେପିକୁ ଯାଇଛନ୍ତି ଏବଂ ପଦବୀ ପାଇଛନ୍ତି। ଖଡ଼ଗେ କହିଛନ୍ତି, ବିଜେପି ନିର୍ବଆଚନୀ ବଣ୍ଡ୍ ଯୋଜନା ଦ୍ବାରା ୫୦ ପ୍ରତିଶତ ଡୋନେସନ୍ ପାଇଥିବାବେଳେ କଂଗ୍ରେସ ମାତ୍ର ୧୧ ପ୍ରତିଶତ ପାଇଛି।