କଟକରେ ପାଳିତ ହୋଇଛି ୯୦ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ
କଟକ 01/04 : କଟକରେ ପାଳିତ ହୋଇଛି ୯୦ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ। ବକ୍ସିବଜାର ସ୍ଥିତ ପୋଲିସ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ।ପୋଲିସ ଡିଜିଙ୍କ ସମେତ ବହୁ ବରିଷ୍ଟ ଆଇପିଏସ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି। ଏହି ଅବସରରେ ଅନୁଷ୍ଠିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ପୋଲିସ ଡିଜି। ଏହି ପ୍ୟାରେଡରେ ୧୦ଟି ପୋଲିସ କଣ୍ଟିଜେଣ୍ଟ ଭାଗ ନେଇଥିଲେ। ଏହି ଅବସରରେ ସଫଳ ପୋଲିସ ଅଧିକାରୀଙ୍କୁ ଡିଜି ଯୋଗେଶ ବାହାଦୂର ଖୁରାନିଆ ପୁରସ୍କୃତ କରିଥିଲେ। ତଦନ୍ତ କ୍ଷେତ୍ରରେ ଅପରାଧ ନିୟନ୍ତ୍ରଣ ଓ ମାଓ ଦମନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଅଧିକାରୀ ଓ ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ।ପୋଲିସ ପ୍ରତିଷ୍ଠା ଦିବସରେ ଡିଜିପି ନିଜର ଅଭିଭାଷଣ ରଖି କହିଥିଲେ। ଦିନକୁ ଦିନ ଓଡ଼ିଶା ପୋଲିସର ଦାୟିତ୍ଵ ବଢ଼ିଛି। ଆମେ ସମସ୍ତ ଚାଲେଞ୍ଜକୁ ମୁକାବିଲା କରିବା କ୍ଷେତ୍ରରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ମାଓବାଦୀ ଦମନ କ୍ଷେତ୍ର ରେ ଓଡ଼ିଶା ପୋଲିସକୁ ସଫଳତା ମିଳିଛି। ଚଳିତ ବର୍ଷ ବହୁ ମାଓବାଦୀଙ୍କୁ ନିପାତ କରାଯାଇଛି। ନିଶା କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଞ୍ଜେଇ ଚୋରା ଚାଲାଣ ବିରୋଧରେ କଠୋର ହୋଇଛି ଓଡ଼ିଶା ପୋଲିସ। ଗଞ୍ଜେଇ ଚାଲାଣ ରୋକିବା ଓ ନଷ୍ଟ କରିବା ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମହିଳା ଓ ଶି
କଟକ 01/04 : କଟକରେ ପାଳିତ ହୋଇଛି ୯୦ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ। ବକ୍ସିବଜାର ସ୍ଥିତ ପୋଲିସ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ।ପୋଲିସ ଡିଜିଙ୍କ ସମେତ ବହୁ ବରିଷ୍ଟ ଆଇପିଏସ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି। ଏହି ଅବସରରେ ଅନୁଷ୍ଠିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ପୋଲିସ ଡିଜି। ଏହି ପ୍ୟାରେଡରେ ୧୦ଟି ପୋଲିସ କଣ୍ଟିଜେଣ୍ଟ ଭାଗ ନେଇଥିଲେ। ଏହି ଅବସରରେ ସଫଳ ପୋଲିସ ଅଧିକାରୀଙ୍କୁ ଡିଜି ଯୋଗେଶ ବାହାଦୂର ଖୁରାନିଆ ପୁରସ୍କୃତ କରିଥିଲେ। ତଦନ୍ତ କ୍ଷେତ୍ରରେ ଅପରାଧ ନିୟନ୍ତ୍ରଣ ଓ ମାଓ ଦମନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଅଧିକାରୀ ଓ ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ।

ପୋଲିସ ପ୍ରତିଷ୍ଠା ଦିବସରେ ଡିଜିପି ନିଜର ଅଭିଭାଷଣ ରଖି କହିଥିଲେ। ଦିନକୁ ଦିନ ଓଡ଼ିଶା ପୋଲିସର ଦାୟିତ୍ଵ ବଢ଼ିଛି। ଆମେ ସମସ୍ତ ଚାଲେଞ୍ଜକୁ ମୁକାବିଲା କରିବା କ୍ଷେତ୍ରରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ମାଓବାଦୀ ଦମନ କ୍ଷେତ୍ର ରେ ଓଡ଼ିଶା ପୋଲିସକୁ ସଫଳତା ମିଳିଛି। ଚଳିତ ବର୍ଷ ବହୁ ମାଓବାଦୀଙ୍କୁ ନିପାତ କରାଯାଇଛି। ନିଶା କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଞ୍ଜେଇ ଚୋରା ଚାଲାଣ ବିରୋଧରେ କଠୋର ହୋଇଛି ଓଡ଼ିଶା ପୋଲିସ। ଗଞ୍ଜେଇ ଚାଲାଣ ରୋକିବା ଓ ନଷ୍ଟ କରିବା ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ବିରୋଧରେ ଓଡ଼ିଶା ପୋଲିସ ଆହୁରି ଶକ୍ତ ହୋଇଛି। ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ଓଡ଼ିଶା ପୋଲିସର ମୁଖ୍ୟ ପ୍ରାଥମିକତା। ଓଡ଼ିଶା ପୋଲିସକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟର ବିଭିନ୍ନ ଥାନାକୁ ଅତ୍ୟାଧୁନିକ ଗାଡ଼ି ଯୋଗାଇ ଦିଆଯାଇଛି। ସାଇବର କ୍ରାଇମ୍ ରୋକିବା ଓ ଦୃଢ଼ତାର ସହ ମୁକାବିଲା କରିବା ସାଇବର ପୋଲିସର ପ୍ରାଥମିକତା।

ଓଡ଼ିଶା ପୋଲିସକୁ ସକ୍ରିୟ କରିବା ପାଇଁ ଖାଲି ଥିବା ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି। ଅଧିକ ଆଇଅର୍ ବାଟାଲିୟନ ପ୍ରତିଷ୍ଠା ଦିଗରେ ସରକାର ଗୁରୁତ୍ବ ଦେଇଥିବା ପ୍ରତିଷ୍ଠା ଦିବସ ଅବସରରେ ଡିଜିପି କହିଛନ୍ତି। ନୂତନ ପ୍ରଚଳିତ ଆଇନକୁ ସଠିକ୍ ରୂପେ କାର୍ଯ୍ୟ କରିବା ଦିଗରେ ପୋଲିସ କାର୍ଯ୍ୟ କରୁଛି। ଆସନ୍ତା ଦୁଇବର୍ଷ ମଧ୍ୟରେ ଓଡ଼ିଶା ପୋଲିସ ସାଇବର କ୍ରାଇମ ରୋକିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିବ। ଆସନ୍ତା ଏକ ମାସ ମଧ୍ୟରେ ପୋଲିସ ତଦନ୍ତ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି ଡିଜି ଯୋଗେଶ ବାହାଦୂର ଖୁରନିଆ। ପୁରସ୍କୃତ ହୋଇଥିବା ପୋଲିସ କର୍ମଚାରୀ ମାନେ କହିଛନ୍ତି ଏହି ପୁରସ୍କାର ଆଗାମୀ ଦିନରେ ଅଧିକ ଭଲ କାର୍ଯ୍ୟ କରିବାରେ ପ୍ରେରଣା ଯୋଗାଇବା। ଆଗକୁ ଆସୁଥିବା ସବୁ ପ୍ରକାର ଚାଲେଞ୍ଜ ସହ ସଫଳତାର ସହ କାର୍ଯ୍ୟ କରିବା ମୂଳ ଲକ୍ଷ୍ୟ ରହିବ ବୋଲି କହିଛନ୍ତି ପୁରସ୍କୃତ ହୋଇଥିବା ଅଧିକାରୀ ।