ବାଇକ ଚଲାଇ ରିଲ୍ କରିବା ପଡିଲା ମହଙ୍ଗା: ଗଣିଲେ ୧୬,୦୦୦ ଟଙ୍କା ଜୋରିମାନା

କଟକ,୨୯ା୭: ବାଇକ ଚଳାଇ ରିଲ୍ କରିବା ପଡିଲା ମହଙ୍ଗା। କଟକ ସହରର ଧାଇପୁର ଅଞ୍ଚଳର ମୋହନ ସାହୁଙ୍କୁ ବାଇକ ଚଳାଇବା ବେଳେ ରିଲ୍‌ ଭିଡିଓ କରି ଦେଲେ ଜୋରିମାନା। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ତାଙ୍କୁ ୧୬,୦୦୦ ଟଙ୍କା ଜୋରିମାନା କରିଛି। ସିସିଟିଭି ଫୁଟେଜରେ ମୋହନ ଜଣେ ଯୁବତୀଙ୍କ ସହ ବିପଜ୍ଜନକ ଭାବେ ଦୁଇ ଚକିଆ ଗାଡି ଚଳାଉଥିବା ଦେଖାଯାଇଛି। ଯୁବତୀ ଜଣେ ଯାନର ତେଲ ଟାଙ୍କି ଉପରେ ବସି ସ୍ମାର୍ଟଫୋନରେ ରିଲ୍‌ ଭିଡିଓ ରେକର୍ଡ […] The post ବାଇକ ଚଲାଇ ରିଲ୍ କରିବା ପଡିଲା ମହଙ୍ଗା: ଗଣିଲେ ୧୬,୦୦୦ ଟଙ୍କା ଜୋରିମାନା appeared first on Dharitri Odia News.

ବାଇକ ଚଲାଇ ରିଲ୍ କରିବା ପଡିଲା ମହଙ୍ଗା: ଗଣିଲେ ୧୬,୦୦୦ ଟଙ୍କା ଜୋରିମାନା

କଟକ,୨୯ା୭: ବାଇକ ଚଳାଇ ରିଲ୍ କରିବା ପଡିଲା ମହଙ୍ଗା। କଟକ ସହରର ଧାଇପୁର ଅଞ୍ଚଳର ମୋହନ ସାହୁଙ୍କୁ ବାଇକ ଚଳାଇବା ବେଳେ ରିଲ୍‌ ଭିଡିଓ କରି ଦେଲେ ଜୋରିମାନା। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ତାଙ୍କୁ ୧୬,୦୦୦ ଟଙ୍କା ଜୋରିମାନା କରିଛି।

ସିସିଟିଭି ଫୁଟେଜରେ ମୋହନ ଜଣେ ଯୁବତୀଙ୍କ ସହ ବିପଜ୍ଜନକ ଭାବେ ଦୁଇ ଚକିଆ ଗାଡି ଚଳାଉଥିବା ଦେଖାଯାଇଛି। ଯୁବତୀ ଜଣେ ଯାନର ତେଲ ଟାଙ୍କି ଉପରେ ବସି ସ୍ମାର୍ଟଫୋନରେ ରିଲ୍‌ ଭିଡିଓ ରେକର୍ଡ କରୁଥିବା ଜଣାପଡ଼ିଛି।

ବିଭିନ୍ନ ସିସିଟିଭି ପଏଣ୍ଟରେ ରେକର୍ଡ ହୋଇଥିବା ଏହି ଫୁଟେଜକୁ ଗୁରୁତ୍ୱ ଦେଇ ଆରଟିଓ ମୋହନଙ୍କୁ ଏକାଧିକ ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ଜୋରିମାନା କରିଛି। ବିପଜ୍ଜନକ ଡ୍ରାଇଭିଂ ପାଇଁ ମୋଟର ଯାନ ଆଇନର ଧାରା ୧୮୪ ଅନୁଯାୟୀ ୫,୦୦୦ ଟଙ୍କା, ବାୟୁ ଓ ଶବ୍ଦ ପ୍ରଦୂଷଣ ପାଇଁ ଧାରା ୧୯୦(୨) ଏବଂ ଚାଳକ ଓ ପିଲିଅନ ରାଇଡର ହେଲମେଟ ନ ପିନ୍ଧିବା ପାଇଁ ଧାରା ୧୯୪(D) ଅନୁଯାୟୀ ଜୋରିମାନା ଲାଗୁ କରାଯାଇଛି।

ପ୍ରଶାସନ କହିଛି ଯେ, ଏଭଳି ବେପରୁଆ ଆଚରଣ କେବଳ ଚାଳକ ଓ ପିଲିଅନ ରାଇଡରଙ୍କ ଜୀବନକୁ ବିପଦରେ ପକାଇବା ସହ ରାସ୍ତାରେ ଅନ୍ୟ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଗୁରୁତର ବିପଦ ସୃଷ୍ଟି କରେ।

The post ବାଇକ ଚଲାଇ ରିଲ୍ କରିବା ପଡିଲା ମହଙ୍ଗା: ଗଣିଲେ ୧୬,୦୦୦ ଟଙ୍କା ଜୋରିମାନା appeared first on Dharitri Odia News.