ଓଲଟିଲା ଲୁହା ସାମଗ୍ରୀ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପରଙ୍କ ଜୀବନ ଗଲା

ଖୋର୍ଦ୍ଧା,୩ା୪(ପ୍ରଭାତ ପାଣିଗ୍ରାହୀ): ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ପଥରବନ୍ଧ ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଚାଳକ ସହ ହେଲପରଙ୍କ ମୃତ୍ୟୁ ଘଟିଛି। ତେବେ ମୃତକ ଦ୍ୱୟଙ୍କର ପରିଚୟ ମିଳି ପାରିନାହିଁ। ଟ୍ରକ୍‌ରେ ଲୁହାର ବଡ଼ ବଡ଼ ଚ୍ୟାନେଲ ବୋଝେଇ ହୋଇ କୋଲକାତାରୁ ବିଶାଖାପାଟଣା ଯାଉଥିଲା। ରାସ୍ତା ଉପରକୁ ହଠାତ୍‌ ଏକ ଗାଈ ଆସିଯିବାରୁ ଟ୍ରକ୍‌ ଚାଳକ ହଠାତ୍‌ ବ୍ରେକ୍‌ ମାରିବାରୁ ଭରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଥିଲା। ଫଳରେ କିଛି […] The post ଓଲଟିଲା ଲୁହା ସାମଗ୍ରୀ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପରଙ୍କ ଜୀବନ ଗଲା appeared first on Dharitri Odia News.

ଓଲଟିଲା ଲୁହା ସାମଗ୍ରୀ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପରଙ୍କ ଜୀବନ ଗଲା

ଖୋର୍ଦ୍ଧା,୩ା୪(ପ୍ରଭାତ ପାଣିଗ୍ରାହୀ): ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ପଥରବନ୍ଧ ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଚାଳକ ସହ ହେଲପରଙ୍କ ମୃତ୍ୟୁ ଘଟିଛି। ତେବେ ମୃତକ ଦ୍ୱୟଙ୍କର ପରିଚୟ ମିଳି ପାରିନାହିଁ। ଟ୍ରକ୍‌ରେ ଲୁହାର ବଡ଼ ବଡ଼ ଚ୍ୟାନେଲ ବୋଝେଇ ହୋଇ କୋଲକାତାରୁ ବିଶାଖାପାଟଣା ଯାଉଥିଲା। ରାସ୍ତା ଉପରକୁ ହଠାତ୍‌ ଏକ ଗାଈ ଆସିଯିବାରୁ ଟ୍ରକ୍‌ ଚାଳକ ହଠାତ୍‌ ବ୍ରେକ୍‌ ମାରିବାରୁ ଭରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଥିଲା। ଫଳରେ କିଛି ବାଟ ଯାଇ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଟ୍ରକରେ ବଡ଼ ବଡ଼ ଲୁହା ଚ୍ୟାନେଲ ବୋଝେଇ ହୋଇଥିବାରୁ ଟ୍ରକଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି l ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

The post ଓଲଟିଲା ଲୁହା ସାମଗ୍ରୀ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପରଙ୍କ ଜୀବନ ଗଲା appeared first on Dharitri Odia News.