ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ତଦନ୍ତକୁ ଜୋରଦାର କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): କ୍ରାଇମବ୍ରାଞ୍ଚ DGP ବିନୟତୋଷ ମିଶ୍ର କହିଛନ୍ତି, “ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମେ ସମସ୍ତ ଦିଗକୁ ଯାଞ୍ଚ କରୁଛୁ। ଗୋପାଳ ଦାସଙ୍କ ଫୋନ୍ କଲ୍ ଡିଟେଲରୁ ମିଳିଥିବା ସୂଚନା ଆଧାରରେ ଆମେ ଅନ୍ୟ ବ୍ୟକ୍ତିଙ୍କୁ ଜେରା କରୁଛୁ। ଏହି ସାନି ତଦନ୍ତ ସମୟରେ ତଦନ୍ତକାରୀ ଟିମ୍ ବ୍ରହ୍ମପୁର ଯାଇ ତଦନ୍ତ କରି କଟକ ଫେରିଛି। ଏହି ସମୟ ମଧ୍ୟରେ ବ୍ରହ୍ମପୁରରେ ମୋଟ ୯ ଜଣଙ୍କ ବୟାନ ରେକର୍ଡ କରାଯାଇଛି । […] The post ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ତଦନ୍ତକୁ ଜୋରଦାର କଲା କ୍ରାଇମବ୍ରାଞ୍ଚ appeared first on Dharitri Odia News.

ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ତଦନ୍ତକୁ ଜୋରଦାର କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): କ୍ରାଇମବ୍ରାଞ୍ଚ DGP ବିନୟତୋଷ ମିଶ୍ର କହିଛନ୍ତି, “ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମେ ସମସ୍ତ ଦିଗକୁ ଯାଞ୍ଚ କରୁଛୁ। ଗୋପାଳ ଦାସଙ୍କ ଫୋନ୍ କଲ୍ ଡିଟେଲରୁ ମିଳିଥିବା ସୂଚନା ଆଧାରରେ ଆମେ ଅନ୍ୟ ବ୍ୟକ୍ତିଙ୍କୁ ଜେରା କରୁଛୁ।

ଏହି ସାନି ତଦନ୍ତ ସମୟରେ ତଦନ୍ତକାରୀ ଟିମ୍ ବ୍ରହ୍ମପୁର ଯାଇ ତଦନ୍ତ କରି କଟକ ଫେରିଛି। ଏହି ସମୟ ମଧ୍ୟରେ ବ୍ରହ୍ମପୁରରେ ମୋଟ ୯ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ସେମାନଙ୍କ ମଧ୍ୟରେ ଗୋପାଳଙ୍କ ପୁଅ, ବଡ଼ ଭାଇ, ବଡ଼ ଭାଇଙ୍କ ପୁଅ, ତାଙ୍କ ବଡ଼ ଭାଇଙ୍କ ହୋଟେଲର ରୋଷେଇୟା, ଗୋପାଳଙ୍କ ସାଙ୍ଗ ଥିବା ଜଣେ ପୋଲିସ ASI ଏବଂ ଜଣେ ବସ୍ କଣ୍ଡକ୍ଟରଙ୍କୁ ମଧ୍ୟ ଜେରା କରାଯାଇଛି।

ଗୋପାଳ ଦାସଙ୍କ ପୂର୍ବ କଲ୍ ହିଷ୍ଟ୍ରି ଆଧାରରେ ମିଳିଥିବା ସୂଚନାକୁ ନେଇ ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି। ଦୁଇ ଦିନ ତଳେ ଗୋପାଳଙ୍କ ପତ୍ନୀ ଜୟନ୍ତୀ ଦାସଙ୍କୁ ଜେରା କରାଯାଇଥିବା ବେଳେ, ଗୋପାଳଙ୍କ ଚିକିତ୍ସା କରୁଥିବା ମାନସିକ ରୋଗ ବିଶେଷଜ୍ଞଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଏହା ମାମଲା ରେ ଅଧିକ ତଦନ୍ତ କ୍ରାଇମବ୍ରାଞ୍ଚ ଜାରି ରଖିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ DGP ।

The post ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ତଦନ୍ତକୁ ଜୋରଦାର କଲା କ୍ରାଇମବ୍ରାଞ୍ଚ appeared first on Dharitri Odia News.