ୱକଫ୍ ସଂଶୋଧନ ବିଲ୍କୁ ଜେପିସି ମଂଜୁରି
ନୂଆଦିଲ୍ଲୀ : ସଂସଦର ଯୁଗ୍ମ କମିଟି (ଜେପିସି) ସୋମବାର ୱକଫ୍ ବିଲ୍ରେ ହୋଇଥିବା ପରିବର୍ତ୍ତନକୁ ଅନୁମୋଦନ କରିଛି। ସୋମବାର ବସିଥିବା ଚୂଡ଼ାନ୍ତ ବୈଠକରେ ସମସ୍ତ ୪୪ଟି ସଂଶୋଧନ ଉପରେ ଆଲୋଚନା ହୋଇଥିବା ଜେପିସି ସଭାପତି ଜଗଦମ୍ବିକା ପାଲ କହିଛନ୍ତି। ସେଥିମଧ୍ୟରୁ ଏନଡିଏ ସାଂସଦଙ୍କ ୧୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବିରୋଧୀ ଦଳ ସଦସ୍ୟମାନେ ମଧ୍ୟ କିଛି ପ୍ରସ୍ତାବ ଦେଇଥିଲେ, କିନ୍ତୁ ମତଦାନ ସମୟରେ ତାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ୱକଫ୍ (ସଂଶୋଧନ) ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି […]

ନୂଆଦିଲ୍ଲୀ : ସଂସଦର ଯୁଗ୍ମ କମିଟି (ଜେପିସି) ସୋମବାର ୱକଫ୍ ବିଲ୍ରେ ହୋଇଥିବା ପରିବର୍ତ୍ତନକୁ ଅନୁମୋଦନ କରିଛି। ସୋମବାର ବସିଥିବା ଚୂଡ଼ାନ୍ତ ବୈଠକରେ ସମସ୍ତ ୪୪ଟି ସଂଶୋଧନ ଉପରେ ଆଲୋଚନା ହୋଇଥିବା ଜେପିସି ସଭାପତି ଜଗଦମ୍ବିକା ପାଲ କହିଛନ୍ତି। ସେଥିମଧ୍ୟରୁ ଏନଡିଏ ସାଂସଦଙ୍କ ୧୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବିରୋଧୀ ଦଳ ସଦସ୍ୟମାନେ ମଧ୍ୟ କିଛି ପ୍ରସ୍ତାବ ଦେଇଥିଲେ, କିନ୍ତୁ ମତଦାନ ସମୟରେ ତାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ୱକଫ୍ (ସଂଶୋଧନ) ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି ବଜେଟ୍ ଅଧିବେଶନରେ ଏହାର ରିପୋର୍ଟ ଦାଖଲ କରିବ। ସଂସଦର ଶୀତକାଳୀନ ଅଧିବେଶନ ସମୟରେ କମିଟିର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଓ୍ଵକଫ୍ ସମ୍ପତ୍ତିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ଦିଷ୍ଟ ୱକଫ୍ ଆକ୍ଟ ୧୯୯୫କୁ ଅବ୍ୟବସ୍ଥା, ଦୁର୍ନୀତି ଓ ଜବରଦଖଲ ଭଳି ପ୍ରସଙ୍ଗରେ ସମାଲୋଚନା କରାଯାଇଛି। ବୈଠକ ପରେ ଜେପିସି ସଭାପତି ଜଗଦମ୍ବିକା ପାଲ କହିଛନ୍ତି, କମିଟି ଦ୍ୱାରା ଗୃହୀତ ସଂଶୋଧନ ଆଇନକୁ ଅଧିକ ଉନ୍ନତ ଏବଂ ପ୍ରଭାବଶାଳୀ କରିବ। ତେବେ ବିରୋଧୀ ସାଂସଦମାନେ ବୈଠକର କାର୍ଯ୍ୟକୁ ନିନ୍ଦା କରିବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି।