ସୁଦର୍ଶନ ସେତୁ ଉଦଘାଟନ କଲେ ମୋଦୀ, ଦେଶର ସବୁଠାରୁ ଦୀର୍ଘତମ କେବୁଲ ବ୍ରିଜ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦେଶର ସବୁଠାରୁ ଦୀର୍ଘତ୍ରମ କେବୁଲ୍ ବ୍ରିଜ୍ ‘ସୁଦର୍ଶନ ସେତୁ’ ଉଦଘାଟନ କରିଛନ୍ତି। ଏହା ଏକ ୪ ଥାକିଆ କେବୁଲ ବ୍ରିଜ୍। ଓଖାରୁ ଏହା ଗୁଜରାଟର ବେଟ ଦ୍ବାରକା ଆଇଲାଣ୍ଡକୁ ସଂଯୋଗ କରୁଛି। ଦେବଭୂମି ଦ୍ବାରକା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିବୃତି ଅନୁଯାୟୀ ଏହି ବ୍ରିଜ୍ ୨.୩୨ କିମି ପରିବ୍ୟାପ୍ତ। ୯୭୯ କୋଟି ଟଙ୍କାରେ ଏହି ସେତୁ ନିର୍ମାଣ ହୋଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍ ଜିଟି ପାଣ୍ଡ୍ୟା କହିଛନ୍ତି, ଏହି ସେତୁକୁ […]

ସୁଦର୍ଶନ ସେତୁ ଉଦଘାଟନ କଲେ ମୋଦୀ, ଦେଶର ସବୁଠାରୁ ଦୀର୍ଘତମ କେବୁଲ ବ୍ରିଜ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦେଶର ସବୁଠାରୁ ଦୀର୍ଘତ୍ରମ କେବୁଲ୍ ବ୍ରିଜ୍ ‘ସୁଦର୍ଶନ ସେତୁ’ ଉଦଘାଟନ କରିଛନ୍ତି। ଏହା ଏକ ୪ ଥାକିଆ କେବୁଲ ବ୍ରିଜ୍। ଓଖାରୁ ଏହା ଗୁଜରାଟର ବେଟ ଦ୍ବାରକା ଆଇଲାଣ୍ଡକୁ ସଂଯୋଗ କରୁଛି। ଦେବଭୂମି ଦ୍ବାରକା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିବୃତି ଅନୁଯାୟୀ ଏହି ବ୍ରିଜ୍ ୨.୩୨ କିମି ପରିବ୍ୟାପ୍ତ। ୯୭୯ କୋଟି ଟଙ୍କାରେ ଏହି ସେତୁ ନିର୍ମାଣ ହୋଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍ ଜିଟି ପାଣ୍ଡ୍ୟା କହିଛନ୍ତି, ଏହି ସେତୁକୁ ଆରମ୍ଭରୁ ‘ସିଗନେଚର ବ୍ରିଜ୍’ କୁହାଯାଉଥିଲା କିନ୍ତୁ ପରେ ଏହାର ନାଁ ରହିଲା ‘ସୁଦର୍ଶନ ସେତୁ’। ଦ୍ବାରକା ସହରଠାରୁ ୩୦ କିମି ଦୂର ଓଖା ବନ୍ଦର ନିକଟରେ ବେଟ୍ ଦ୍ବାରକା ଅବସ୍ଥିତ। ଏଠାରେ ଶ୍ରୀକୃଷ୍ଣଙ୍କ ମନ୍ଦିର ରହିଛି। ତେବେ ଶ୍ରଦ୍ଧାଳୁମାନେ ଏହି ମନ୍ଦିରକୁ କେବଳ ଦିନବେଳା ଯାଉଥିଲେ। କିନ୍ତୁ ସୁଦର୍ଶନ ସେତୁର ନିର୍ମାଣ ଶେଷ ହେବାପରେ ଉକ୍ତ ମନ୍ଦିରକୁ ଲୋକମାନେ ସବୁ ସମୟରେ ଯାଇପାରିବେ। ମୋଦୀ ଉକ୍ତ ସେତୁ ଉଦଘାଟନ କରିବା ସହ ଦ୍ବାରକା ସହର ଗସ୍ତ କରି ଦ୍ବାରକଧୀଶ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।