ହୋଟେଲରୁ ଉଦ୍ଧାର ହେଲା ସିଆରପିଏଫ୍ ଯବାନଙ୍କ ମୃତଦେହ
ଭୁବନେଶ୍ୱର : ହୋଟେଲ ଭିତରୁ ଉଦ୍ଧାର ହେଲା ଯବାନଙ୍କ ମୃତଦେହ । ଭୁବନେଶ୍ୱର ଅଶୋକନଗରରେ ଥିବା ଏକ ହୋଟେଲରୁ ସିଆରପିଏଫ ଯବାନ ମୀର ସିଂ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯବାନଙ୍କ ଘର ରାଜସ୍ଥାନରେ । ତାଙ୍କ ବୟସ ପାଖାପାଖି ୪୨ ହେବ । ସେ ଗତ ୪ ବର୍ଷ ହେବ ଏହି ହୋଟେଲକୁ ନିୟମିତ ଆସୁଥିଲେ I ସେ ଗତ ୨ ଦିନ ପୂର୍ବରୁ ଆସି ଏହି ହୋଟେଲରେ ରହିଥିଲେ I […]

ଭୁବନେଶ୍ୱର : ହୋଟେଲ ଭିତରୁ ଉଦ୍ଧାର ହେଲା ଯବାନଙ୍କ ମୃତଦେହ । ଭୁବନେଶ୍ୱର ଅଶୋକନଗରରେ ଥିବା ଏକ ହୋଟେଲରୁ ସିଆରପିଏଫ ଯବାନ ମୀର ସିଂ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯବାନଙ୍କ ଘର ରାଜସ୍ଥାନରେ । ତାଙ୍କ ବୟସ ପାଖାପାଖି ୪୨ ହେବ । ସେ ଗତ ୪ ବର୍ଷ ହେବ ଏହି ହୋଟେଲକୁ ନିୟମିତ ଆସୁଥିଲେ I ସେ ଗତ ୨ ଦିନ ପୂର୍ବରୁ ଆସି ଏହି ହୋଟେଲରେ ରହିଥିଲେ I ସେ ନିଜକୁ ରିଟାୟାର୍ଡ଼ ଆର୍ମି ଅଫିସର ପରିଚୟ ଦେଇ ରହିଆସୁଥିଲେ I ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି I ମୀର ସିଂଙ୍କ ମୃତ୍ୟୁକୁ ନେଇ ରାଜସ୍ଥାନ ତାଙ୍କ ପରିବାରକୁ ଖବର ଦିଆଯାଇଛି I
କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି । ମିର ସିଂ ଝାଡଖଣ୍ଡ ୨୧୪ ବାଟାଲିୟନର ସିଆରପିଏଫ ଯବାନ ଭାବେ କାମ କରୁଥିଲେ ।